କବିବରଙ୍କ ସାହିତ୍ୟ କୃତି ଅତୁଳନୀୟ

ସୋର, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଦାରପୁର ଗ୍ରାମରେ କବିବର ରାଧାନାଥ ରାୟଙ୍କର ଜନ୍ମପୀଠରେ ୧୭୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କବିବର ରାଧାନାଥ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ମିଳିତ ଆନୁକୂଲ୍ୟରେ ଏହି ଉତ୍ସବ ଦୁଇ ଦିନ ଧରି ପାଳନ ହେବ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସକାଳେ ପ୍ରଭାତଫେରି କରାଯାଇଥିଲା। ପରେ କବିବର ରାଧାନାଥ ସ୍ମୃତି ସଂସଦର ସମ୍ପାଦକ ଶୁଭେନ୍ଦୁ କୁମାର ରାୟ ଓ ସଭାପତି ଲକ୍ଷ୍ମୀନାରାୟଣ ରାୟଙ୍କ ସଭାପତିତ୍ୱରେ ସକାଳ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସୋର ବିଧାୟକ ପର୍ଶୁରାମ ଧଡ଼ା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କବିଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରମାକାନ୍ତ ବେହେରା ଯୋଗଦେଇ ରାଧାନାଥଙ୍କ ସାହିତ୍ୟ କୃତି ଅତୁଳନୀୟ ବୋଲି ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ଭାବେ ତ୍ୟାଗଭୂମି ସାଂସ୍କୃତିକ ସଚେତନ ଭଦ୍ରକର ସଭାପତି ଅଜୟ ନାୟକ ଯୋଗଦେଇ ରାଧାନାଥ ସାହିତ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସଂସଦର ସହସମ୍ପାଦକ ଡ. ସତ୍ୟନାରାୟଣ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶଶୀକାନ୍ତ ବେହେରା, ଅଭିଷେକ ବେହେରା, ବିଶ୍ୱନାଥ ଘୋଷ, ଗୌରାଙ୍ଗ ମହାପାତ୍ର, ଶଙ୍କର୍ଷଣ ନାୟକ, ପ୍ରଭାତ କୁମାର ପାକଳ, ମନୀନ୍ଦ୍ର ଦୀକ୍ଷିତ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟା ଅଧିବେଶନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଶୁଭେନ୍ଦୁ କୁମାର ରାୟଙ୍କ ଦ୍ୱାରା ରଚିତ ‘ପ୍ରକୃତି ପୂଝାରୀ କବିବର ରାଧାନାଥ’ଙ୍କ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ ବହୁ ରାଧାନାଥ ପ୍ରେମୀ, ସାହିତି୍ୟକ, କବି ତଥା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri