କପିଳାସ ଆଣିବାକୁ ମସୁଧା

ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ ଏବେ ଆଉ ଏକ ଦନ୍ତାକୁ ସେଠାକୁ ଅଣାଯିବାକୁ ମସୁଧା କରାଯାଉଥିବା ସୂଚନା ମିଳିଛି। ଉଗ୍ର ସ୍ବଭାବର ହାତୀକୁ ସେଠାରେ ରଖିବାକୁ ଭିତ୍ତିଭୂମି ନ ଥିବାବେଳେ ବନ ବିଭାଗର ଏପରି ନିଷ୍ପତ୍ତିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ଜିଲାର ଦାନଗଦି ଅଞ୍ଚଳରେ ଉପଦ୍ରବ କରୁଥିବା ନରହନ୍ତା ହାତୀକୁ କପିଳାସ ଅଣାଯିବାକୁ ଯୋଜନା ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବାବେଳେ ଏହାକୁ ନେଇ ରେସକ୍ୟୁ ସେଣ୍ଟର ଦାୟିତ୍ୱରେ ଥିବା ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ଗତ ୨୨ ତାରିଖରେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ହାତୀଟିକୁ ରେସକ୍ୟୁ ସେଣ୍ଟର ପରିସରରେ ଏକ ଖୋଲା ମଣ୍ଡପରେ ୪ଟି ଚେନ ବାନ୍ଧି ରଖାଯାଇଥିବା ବେଳେ ସେଥିରୁ ୩ଟି ଚେନ୍‌ ଛିଣ୍ଡାଇ ଦେଇଥିଲା। ବିପଦ ଆଶଙ୍କା କରି ରେଞ୍ଜ କର୍ତ୍ତୃପକ୍ଷ ଗୋଟିଏ ଦିନ ଚିଡିଆଖାନାକୁ ବନ୍ଦ ରଖିଥିଲେ ା ଏଥିସହିତ ପୂର୍ବରୁ ରେସକ୍ୟୁ ସେଣ୍ଟର ପରିସରରେ ଥିବା ୪ଟି ହାତୀକୁ ଚିଡିଆଖାନା ପରିସରରେ ଥିବା ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପୁଣିଥରେ ହାତୀଟିକୁ ଚେନ୍‌ରେ ବନ୍ଧାଯାଇ ଏହାର ଚତୁଃପାର୍ଶ୍ୱରେ ଟ୍ରେଞ୍ଚ୍‌ ଖୋଳାଯାଇଛି ା ଏହାପରେ ହାତୀଟି ଅଧିକ ଉଗ୍ର ହୋଇଥିବା ଦେଖାଯାଇଛି। ପାଣି କୁଣ୍ଡକୁ ହାତୀ ଭାଙ୍ଗି ଦେଇଥିବା ବେଳେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ଏବଂ ଖାଇବାକୁ ଦେବାକୁ ଯାଉଥିବା କର୍ମଚାରୀମାନଙ୍କ ଉପରକୁ ହାତୀଟି ମାଟି ଏବଂ ଅନ୍ୟାନ୍ୟ ଜିନିଷ ଶୁଣ୍ଢରେ ଉଠାଇ ଫିଙ୍ଗୁଥିବା ଦେଖାଯାଇଛି ା ଏଭଳି ପରିସ୍ଥିତିରେ ଯାଜପୁର ଜିଲା ଦାନଗଦିରେ ୨ଜଣଙ୍କୁ ମାରିବା ପରେ ଘରଦ୍ୱାର ଭଙ୍ଗାରୁଜା କରିଥିବା ହାତୀକୁ କପିଳାସ ରେସକ୍ୟୁ ସେଣ୍ଟରରେ ଆଣି ରଖିବା ଯୋଜନା ଆଲୋଚନାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ବର୍ତ୍ତମାନ ସୁଦ୍ଧା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆମ ପାଖକୁ ଏ ନେଇ କୌଣସି ପତ୍ର ଆସିନାହିଁ ା ଯଦି ଏଭଳି ନିର୍ଦ୍ଦେଶନାମା ଆସେ ତେବେ କପିଳାସ ରେସକ୍ୟୁ ସେଣ୍ଟରରେ ଭିତ୍ତିଭୂମିର ଅଭାବ ଏବଂ ଆଉ ଏକ ଏଭଳି ହାତୀକୁ ରଖିବା ସମ୍ଭବପର ନୁହେଁ ବୋଲି ଦର୍ଶାଇ ମନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri