କପିଳାସ ଆଣିବାକୁ ମସୁଧା

ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ ଏବେ ଆଉ ଏକ ଦନ୍ତାକୁ ସେଠାକୁ ଅଣାଯିବାକୁ ମସୁଧା କରାଯାଉଥିବା ସୂଚନା ମିଳିଛି। ଉଗ୍ର ସ୍ବଭାବର ହାତୀକୁ ସେଠାରେ ରଖିବାକୁ ଭିତ୍ତିଭୂମି ନ ଥିବାବେଳେ ବନ ବିଭାଗର ଏପରି ନିଷ୍ପତ୍ତିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ଜିଲାର ଦାନଗଦି ଅଞ୍ଚଳରେ ଉପଦ୍ରବ କରୁଥିବା ନରହନ୍ତା ହାତୀକୁ କପିଳାସ ଅଣାଯିବାକୁ ଯୋଜନା ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବାବେଳେ ଏହାକୁ ନେଇ ରେସକ୍ୟୁ ସେଣ୍ଟର ଦାୟିତ୍ୱରେ ଥିବା ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ଗତ ୨୨ ତାରିଖରେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ହାତୀଟିକୁ ରେସକ୍ୟୁ ସେଣ୍ଟର ପରିସରରେ ଏକ ଖୋଲା ମଣ୍ଡପରେ ୪ଟି ଚେନ ବାନ୍ଧି ରଖାଯାଇଥିବା ବେଳେ ସେଥିରୁ ୩ଟି ଚେନ୍‌ ଛିଣ୍ଡାଇ ଦେଇଥିଲା। ବିପଦ ଆଶଙ୍କା କରି ରେଞ୍ଜ କର୍ତ୍ତୃପକ୍ଷ ଗୋଟିଏ ଦିନ ଚିଡିଆଖାନାକୁ ବନ୍ଦ ରଖିଥିଲେ ା ଏଥିସହିତ ପୂର୍ବରୁ ରେସକ୍ୟୁ ସେଣ୍ଟର ପରିସରରେ ଥିବା ୪ଟି ହାତୀକୁ ଚିଡିଆଖାନା ପରିସରରେ ଥିବା ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପୁଣିଥରେ ହାତୀଟିକୁ ଚେନ୍‌ରେ ବନ୍ଧାଯାଇ ଏହାର ଚତୁଃପାର୍ଶ୍ୱରେ ଟ୍ରେଞ୍ଚ୍‌ ଖୋଳାଯାଇଛି ା ଏହାପରେ ହାତୀଟି ଅଧିକ ଉଗ୍ର ହୋଇଥିବା ଦେଖାଯାଇଛି। ପାଣି କୁଣ୍ଡକୁ ହାତୀ ଭାଙ୍ଗି ଦେଇଥିବା ବେଳେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ଏବଂ ଖାଇବାକୁ ଦେବାକୁ ଯାଉଥିବା କର୍ମଚାରୀମାନଙ୍କ ଉପରକୁ ହାତୀଟି ମାଟି ଏବଂ ଅନ୍ୟାନ୍ୟ ଜିନିଷ ଶୁଣ୍ଢରେ ଉଠାଇ ଫିଙ୍ଗୁଥିବା ଦେଖାଯାଇଛି ା ଏଭଳି ପରିସ୍ଥିତିରେ ଯାଜପୁର ଜିଲା ଦାନଗଦିରେ ୨ଜଣଙ୍କୁ ମାରିବା ପରେ ଘରଦ୍ୱାର ଭଙ୍ଗାରୁଜା କରିଥିବା ହାତୀକୁ କପିଳାସ ରେସକ୍ୟୁ ସେଣ୍ଟରରେ ଆଣି ରଖିବା ଯୋଜନା ଆଲୋଚନାର ବିଷୟ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ବର୍ତ୍ତମାନ ସୁଦ୍ଧା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଆମ ପାଖକୁ ଏ ନେଇ କୌଣସି ପତ୍ର ଆସିନାହିଁ ା ଯଦି ଏଭଳି ନିର୍ଦ୍ଦେଶନାମା ଆସେ ତେବେ କପିଳାସ ରେସକ୍ୟୁ ସେଣ୍ଟରରେ ଭିତ୍ତିଭୂମିର ଅଭାବ ଏବଂ ଆଉ ଏକ ଏଭଳି ହାତୀକୁ ରଖିବା ସମ୍ଭବପର ନୁହେଁ ବୋଲି ଦର୍ଶାଇ ମନା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri