କପାଳୀ, ସରୁସାଗରକୁ ମିଳୁନି ନଦୀର ମାନ୍ୟତା

ବନ୍ତ,୧୮।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ସାଳନ୍ଦୀ, କପାଳୀ ଓ ସରୁସାଗର ନଦୀ ପ୍ରବାହିତ ା ସାଳନ୍ଦୀକୁ ବାଦ୍‌ ଦେଲେ ସରୁସାଗର ଓ କପାଳୀକୁ ସରକାରୀ ଖାତା ଓ ମାନଚିତ୍ରରେ ଏ ଯାଏ ନଦୀର ମାନ୍ୟତା ମିଳିନାହିଁ । ଏହି ଦୁଇ ନଦୀର ଶଯ୍ୟା ଅନେକ ସ୍ଥାନରେ ଦଳଭର୍ତ୍ତି ହୋଇ ପୋତି ପଡିଥିବାରୁ ପ୍ରତିବର୍ଷ ଲଗାଣବର୍ଷାରେ ନଦୀକୂଳିଆ ଅଞ୍ଚଳବାସୀ ବନ୍ୟା ପରିସ୍ଥିତିକୁ ସାମ୍ନା କରୁଛନ୍ତି। କପାଳୀ ନଦୀର ବନ୍ୟାଜଳ ଚାଷ ଜମିରେ ମାଡି ଅଧିକ କ୍ଷୟକ୍ଷତି ଘଟାଉଛି। ସରକାରୀ ଭାବେ ଏହାକୁ ନଦୀର ମାନ୍ୟତା ମିଳି ନ ଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଲଘୁଚାପଜନିତ ବର୍ଷା ପ୍ରଭାବରେ ମଧ୍ୟ ନଦୀରେ ବନ୍ୟାଜଳ ଆସି ଚାଷଜମିର ଫସଲ ଉଜାଡି ଦେଉଛି। ଅନୁରୂପ ସରୁସାଗର ନଦୀ ଏହାର ତଟବର୍ତ୍ତୀ ଲୋକଙ୍କ ଲାଗି ଦୁଃଖ ପାଲଟିଛି।
୨୦୧୮ରେ ଲଘୁଚାପ ବର୍ଷା ଜନିତ ବନ୍ୟା ଆସିବାରୁ କପାଳୀ ଓ ସରୁସାଗର ନଦୀର ତଟବର୍ତ୍ତୀ ଅଞ୍ଚଳର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଏଯାଏ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିବା ଚାଷୀ ଅଭିଯୋଗ କରୁଛନ୍ତି। କପାଳୀ ନଦୀ କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରୁ ଏକ ଛୋଟ ନାଳ ରୂପେ ବାହାରି ବକ୍ର ଗତିରେ ବନ୍ତ ବ୍ଲକର ବସନ୍ତିଆ, ରାମଚନ୍ଦ୍ରପୁୁର, ବନ୍ତ, ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର ପଞ୍ଚାୟତ ଦେଇ ପ୍ରବାହିତ ହୋଇ ଧାମନଗର ବ୍ଲକର ଗେଙ୍ଗୁଟି ନଦୀରେ ମିଶିଛି ା ବକ୍ର ଗତି ଓ ନଦୀ ଖନନ ହେଉ ନ ଥିବା କାରଣରୁ ଏହାର ଗର୍ଭ କଳମ ବୁଦାରେ ଭର୍ତ୍ତି ହୋଇ ରହିଛି। ଫଳରେ ନଦୀରେ ସିଧାସଳଖ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରି ଉଭୟ ପାର୍ଶ୍ୱକୁ ଜଳମଗ୍ନ କରୁଛି। ବର୍ଷା ଋତୁରେ ଏହି ନଦୀ ଅନେକବାର କୂଳ ଲଙ୍ଘିବା ନଜିର ରହିଛି। ନଦୀ ସଂସ୍କାର ଯୋଜନା ବିଫଳ ହୋଇଥିବାରୁ ନଦୀ ଦ୍ୱୟ କ୍ରମେ କଳମ ବୁଦାରେ ପରିପୂର୍ଣ୍ଣ ହୋଇ ସ୍ଥିତି ହରାଇବାକୁ ବସିଛି। ବନ୍ୟା ସମସ୍ୟାର ସମାଧାନ ଲାଗି ଦୁଇ ନଦୀକୁ ସରକାରୀ ସ୍ତରରେ ମାନ୍ୟତା ଦେଇ ଏହାର ଶଯ୍ୟା ଖନନ କରିିବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି। ଗତ ଫାଇଲିନ ବାତ୍ୟା ସମୟରେ ତତ୍‌କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ କପାଳୀ ନଦୀକୁ ସରକାରୀ ମାନ୍ୟତା ଦିଆଯିବ ବୋଲି କହିଥିଲେ ମଧ୍ୟ ଏହା ପ୍ରତିଶ୍ରୁତିରେ ଅଟକି ରହିଛି। ବନ୍ତ ବ୍ଲକର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସମୟୋଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଚାଷୀ ମହଲରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri