ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସାଧାରଣ ଜନତାଙ୍କ କଥା ଛାଡ଼, ଅନ୍ୟକୁ ସୁରକ୍ଷା ଦେଉଥିବା ପୋଲିସ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଗୁରୁବାର ସିଆର୍ପି ଅଞ୍ଚଳରେ ଜଣେ ଛାତ୍ର ଏବଂ କଟକରୋଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହଣାଯାଇଥିବାବେଳେ ବୁଧବାର ଶହୀଦନଗର ଥାନାର କନଷ୍ଟେବଳ ସେକ୍ ରିଆଜୁଦ୍ଦିନ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ୮ରୁ ୧୦ ଜଣ ଯୁବକ ସୈନିକ ସ୍କୁଲ ନିକଟରେ ନିର୍ଘାତ ମାଡ ମାରିଛନ୍ତି। ରିଆଜୁଦ୍ଦିନ ପୋଲିସ ପୋଷାକରେ ଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ କିଛି ଫରକ ପଡ଼ି ନ ଥିଲା। ଲହୁଲୁହାଣ ହେବା ପର୍ଯ୍ୟନ୍ତ ତାଙ୍କୁ ପିଟି ଚାଲିଥିଲେ ସେମାନେ। ରିଆଜୁଦ୍ଦିନଙ୍କ ଆଖି ଫୁଲିଯିବା ସହ ଦେହରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇନାହିଁ। ଶୁକ୍ରବାର ପୋଲିସ ଦୁଇଜଣଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କୁ ଛାଡ଼ି ଦେଇଛି।
ସୂଚନା ଅନୁଯାୟୀ, ରିଆଜୁଦ୍ଦିନ ବୁଧବାର ଶହୀଦନଗର ଥାନାରେ କାର୍ଯ୍ୟ କରୁଥିଲେ। ଅପରାହ୍ନ ପ୍ରାୟ ସାଢେ ୫ରେ ସେ ବାଇକ ପାଟ୍ରୋଲିଂରେ ସୈନିକ ସ୍କୁଲ ନିକଟକୁ ଯାଇଥିଲେ। ସେଠାରେ ଥିବା ଏକ ପାନ ଦୋକାନୀକୁ ପାନ ଭାଙ୍ଗିବାକୁ କହିଥିଲେ। ଏହି ସମୟରେ ସେଠାରେ ୩ରୁ ୪ଜଣ ଯୁବକ ମଦ ପିଇ ଉପତ୍ାତ କରୁଥିଲେ। ରିଆଜୁଦ୍ଦିନଙ୍କୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସେ ବିରୋଧ କରିଥିଲେ। ହେଲେ ସେମାନେ ରାଗି ଯାଇ ପୋଲିସ ବୋଲି କ’ଣ ଡରିଯିବୁ ବୋଲି କହି ଯୁକ୍ତିତର୍କ କରିଥିଲେ। ସେଥିରୁ ଜଣେ ଯୁବକ ଫୋନ କରି ଆହୁରି ୫ଜଣ ଯୁବକଙ୍କୁ ଡାକିଥିଲେ। ସେମାନେ ଆସିବା ପରେ ସମସ୍ତେ ଘେରି ରିଆଜୁଦ୍ଦିନଙ୍କୁ ବାଡ଼ି ଓ ପାଇପ୍ରେ ପିଟିବା ସହ ପଥର ଛେଚିଥିଲେ। ରିଆଜୁଦ୍ଦିନ ପାଟିକରିଥିଲେ କେହି ଅଟକାଇବାକୁ ଆସି ନ ଥିଲେ। ଶେଷରେ ସ୍ଥାନୀୟ ଲୋକେ ଥାନାକୁ ଫୋନ୍ କରିବା ପରେ ପିସିଆର କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଶହୀଦନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ, ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ।
ଅନ୍ୟପକ୍ଷରେ ପୋଲିସକୁ ଆକ୍ରମଣ କରିବା କିଛି ନୂଆ କଥା ନୂହେଁ। ବର୍ଷେ ହେବ ଶହୀଦନଗର ଥାନାରେ ବାଣୀବିହାରର କେତେଜଣ ଯୁବକ ପଶି ଭଙ୍ଗାରୁଜା କରିବା ସହ ଏଏସ୍ଆଇ ଅଭୟ ରାଉତଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିଲେ।
ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…
ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…
ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…
ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…
‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’
ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…
ପୁରୁଣା ବଜାର ଅଞ୍ଚଳକୁ ଓଏମ୍ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…
ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ
ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…
ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର
ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…
ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ
ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କଲେ ସ୍ବାମୀ, ଝଗଡା ପରେ ଛୁରି ଭୁଷିଦେଲେ
ଭୁବନେଶ୍ୱର,୧୬।୪(ତ୍ରିନାଥ ମହାନ୍ତି): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଛୁରୀ ମାଡ଼ କରିଛନ୍ତି । ଫଳରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି…
Archives

