କନ୍ଧମାଳରେ ୫୭.୪ ପ୍ରତିଶତ ମତଦାନ

ଫୁଲବାଣୀ ଅଫିସ, ୧୯ା୪-କନ୍ଧମାଳ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି| କନ୍ଧମାଳ ଲୋକ ସଭା ଅଧୀନ ୭ ବିଧାନସଭା  ନିର୍ବାଚନମଣ୍ଡଳୀରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୫୭.୪ ରହିଛି। ଫୁଲବାଣୀ ବିଧାନସଭାରେ ୫୯%, ବାଲିଗୁଡା ବିଧାନସଭାରେ ୫୩.୨, ଜି.ଉଦୟଗିରି ବିଧାନସଭାରେ ୬୩%, କଣ୍ଟାମାଳ ବିଧାନସଭାରେ ୬୭%, ବୌଦ୍ଧ ବିଧାନସଭାରେ ୬୫%, ଦଶପଲ୍ଲା ବିଧାନସଭାରେ ୪୬%, ଭଞ୍ଜନଗର ବିଧାନସଭାରେ ୫୮% ମତଦାନ ହୋଇଛି ା

ପ୍ରବଳ ଖରାହେତୁ ଅପରାହ୍ନରେ ଭୋଟରଙ୍କ ଗହଳି ବୁଥ୍‌ରେ ଦେଖିବାକୁ ମିଳିଥିଲା ା କେତେକ ସ୍ଥାନରେ ସନ୍ଧ୍ୟା ସାଢ଼େ ୬ଟାରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟିଂ ହୋଇଛି ା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଫିରିଙ୍ଗିଆ ବ୍ଲକରେ ନିର୍ବାଚନକୁ ନେଇ ପ୍ରଶାସନ ଅଡୁଆର ପଡିଛି। କୋଏରମାଣ୍ଡୁ-ବାରାହାଲା ରାସ୍ତା ସରୁପାଜୁ ପାଖରେ  ମାଓବାଦୀମାନେ ଗଛ ପକାଇ ଥିବାରୁ ପୋଲିଂ ପାଟି ଅଟକି ରହିଛନ୍ତି ା ପୋଲିସ ନ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ଅଟକି ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ରାତି ହୋଇଯାଇଥିବାରୁ ଇଭିଏମ୍‌ ସହ ପୋଲିଂ ପାଟି ଫେରାଇ ଆଣିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ସେହିପରି ବୁଧବାର ସୁମରବନ୍ଧ ପଞ୍ଚାୟତରେ ମାଓବାଦୀ ପୋଲିଂ ପାଟି ଗାଡି ପୋଡି ଦେଇଥିଲେ ା ହେଲେ ଗୁରୁବାର ସେଠାରେ ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ସରିଛି ା    ବାଲିଗୁଡା ନିର୍ବାଚନମଣ୍ଡଳୀର ବାଟାଗୁଡା ପଞ୍ଚାୟତର ଗଙ୍ଗେରୀ, ଡୁକାମିଲା, ପଲସିମିଲା ଓ ଟଙ୍ଗମ ଗ୍ରାମର ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଭୋଟର ଭୋଟ ବର୍ଜନ କରିଛନ୍ତିି ା ସେମାନଙ୍କ ମୌଳିକ ସମସ୍ୟା ସମାଧାନ ହୋଇ ନ ଥିବାରୁ ଏହି ପଦକ୍ଷେପ ନେଇଛନ୍ତି ା ସେହିପରି ଦାରିଙ୍ଗବାଡିରେ କେତେକ ବୁଥ୍‌ରେ ଇଭିଏମରେ ତ୍ରୁଟି ଦେଖା ଯିବାରୁ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା। ଫୁଲବାଣୀର ତୁଡିପାଜୁ ପଞ୍ଚାୟତ ଡକାଙ୍ଗି ଗ୍ରାମବାସୀ ସେମାନଙ୍କ କେତେକ ସମସ୍ୟା ନେଇ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଭୋଟ ବର୍ଜନ କରିଥିଲେ ା ପ୍ରଶାସନ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବାରୁ ଗ୍ରାମବାସୀ ଭୋଟ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଶେଷ: ସ୍ଥାୟୀ ମଣ୍ଡପ ଅଭିମୁଖେ ବାହାରିଲେ ଦୁଇ ଭଉଣୀ, ପୁଣି ୩ ବର୍ଷ ପରେ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଦୀର୍ଘ ୨୫ ଦିନ ଧରି ଚାଲିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ପୁଣି ୩ ବର୍ଷ ପରେ ଦେବୀଙ୍କ…

ଖେମୁଣ୍ଡି କଲେଜ ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ଚନ୍ଦ୍ରକାନ୍ତ-ରୁଦ୍ର ଯୁଗ୍ମ ଟପ୍ପର, କଳାରେ ବାଜି ମାରିଲେ…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଚନ୍ଦ୍ରକାନ୍ତ ବିଷୋୟୀ ଏବଂ ରୁଦ୍ର ପ୍ରସାଦ…

ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ…

ବ୍ଲକ ସ୍ତରୀୟ ନାଟକ, ସୁବଳୟା ଖେଳ ପଡିଆରେ ଦୁଲୁକିବ କଳା ସଂସ୍କୃତିକ ମଞ୍ଚର…

ଗଞ୍ଜାମ,୨୦।୫(ବିଦ୍ୟାଧର ସାହୁ ): ୨୦୨୦ରେ ଗଠନ ହୋଇଥିବା ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଛଅ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

ସଡ଼କ ଦୁର୍ଘଟଣାରେ ୨ ମୃତ, ମୃତକଙ୍କ ପରିବାରକୁ ଭେଟିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୨୦ା୫ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହଂସପୁର ଗ୍ରାମନିବାସୀ…

ଗ୍ରାମକୁ ମଦମୁକ୍ତ ପାଇଁ ଅଣ୍ଟାଭିଡ଼ିଲେ ମହିଳା, ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ

ବୁଗୁଡ଼ା,୨୦ା୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri