କନ୍ଧମାଳରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ ଦାବି

ଭୁବନେଶ୍ୱର, ୪ା୩(ବ୍ୟୁରୋ): ଓଡ଼ିଶାର ୬୨ ଜନଜାତି ସମ୍ପ୍ରଦାୟଙ୍କଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କନ୍ଧମାଳ ଜିଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ କେନ୍ଦ୍ରୀୟ ଓଡ଼ିଶା ବିକାଶ ସଙ୍ଗଠନର ସାଧାରଣ ପରିଷଦ ବୈଠକରେ ଏହି ଦାବି କରାଯାଇଛି। ଏହାଦ୍ୱାର କନ୍ଧମାଳ ଜିଲାର ଚତୁପାର୍ଶ୍ୱରେ ଥିବା ଜିଲାଗୁଡ଼ିକ ସମେତ ରାଜ୍ୟର ସମସ୍ତ ଜନଜାତି ସମ୍ପ୍ରଦାୟଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ହୋଇପାରିବ। ଓଡ଼ିଶାର କେନ୍ଦ୍ରସ୍ଥଳରେ ଥିବା କନ୍ଧମାଳ ଜିଲା ଆଜି ମଧ୍ୟ ଅପହଞ୍ଚ ଇଲାକା ଭାବେ ପରିଗଣିତ। ଏଠାକୁ ଗମନାଗମନର ସମସ୍ୟା ରହିଛି। ଏଠାକାର ଶିକ୍ଷା ବ୍ୟବସ୍ଥା ସବୁଠାରୁ ପଛରେ ରହିଛି। ଏଠାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ଜିଲାର ସର୍ବାଙ୍ଗୀନ ଉନ୍ନତି ସାଧନରେ ସହାୟକ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି।
ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡିଛି, ୨୦୧୧ ଜନଗଣନା ଅନୁଯାୟୀ ଦେଶର ଜନଜାତିଙ୍କ ସଂଖ୍ୟା ମଧ୍ୟରେ ଓଡ଼ିଶା ଦ୍ୱିତୀୟ। ଏଠାରେ ବସବାସ କରୁଥିବା ୬୨ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରୁ କନ୍ଧ ଜନଜାତିଙ୍କ ସଂଖ୍ୟା ସର୍ବାଧିକ। ତେଣୁ ୧୯୯୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କନ୍ଧମାଳ ରାଜସ୍ବ ଜିଲା ପ୍ରତିଷ୍ଠା କରାଯାଇଛି। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ବୌଦ୍ଧ ଆଦି ଜିଲା ସହିତ କୋରାପୁଟ, କେନ୍ଦୁଝର, ଖୋର୍ଦ୍ଧା, ଢେଙ୍କାନାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ନବରଙ୍ଗପୁର, ବାରିପଦା, ମୟୂରଭଞ୍ଜ, ନୂଆପଡ଼ା ଆଦି ଜିଲାରେ ବସବାସ କରୁଥିବା ଆଦିବାସୀ ଜନଜାତିଙ୍କ ଶିକ୍ଷାର ବିକାଶ ଦିଗରେ ପ୍ରସ୍ତାବିତ କନ୍ଧମାଳ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ମଧ୍ୟପ୍ରଦେଶର ଅମରକଣ୍ଟକସ୍ଥିତ ଇନ୍ଦିରାଗାନ୍ଧୀ ଆଦିବାସୀ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବାକୁ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ପରେ ଝାଡ଼ଖଣ୍ଡରେ ଦ୍ୱିତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ ହୋଇସାରିଛି। ତେଣୁ ଦେଶର ଦ୍ୱିତୀୟ ସର୍ବବୃହତ ଆଦିବାସୀ ବହୁଳ ରାଜ୍ୟ ଓଡ଼ିଶାରେ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଆଦିବାସୀ ବହୁଳ ଜିଲା କନ୍ଧମାଳରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଉଚିତ ବୋଲି କୁହାଯାଇଛି।
ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ କନ୍ଧମାଳ ଜିଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବ୍ୟାପକ ଜନମତ ସଂଗ୍ରହ କରାଯିବ। ଏହାପରେ କନ୍ଧମାଳ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ଆସନ୍ତା ସପ୍ତାହରେ କନ୍ଧମାଳ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ଗଠନ ହେବ। ସେହି କ୍ରିୟାନୁଷ୍ଠାନ କମିଟି ପରିଷଦଙ୍କ ନିଷ୍ପତ୍ତି ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସାଧାରଣ ପରିଷଦ ବୈଠକରେ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri