କନ୍ଧମାଳରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ

ଫୁଲବାଣୀ ଅଫିସ, ୧୫ା୪- କରୋନା ଆକ୍ରାନ୍ତଙ୍କ ପାଇଁ କନ୍ଧମାଳ ଜିଲାରେ ପ୍ରଥମ କରି ମଙ୍ଗଳବାରଠାରୁ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ା ଜିଏନ୍‌ଏମ୍‌ କଲେଜ ପରିସରରେ ଖୋଲିଥିବା ଏହି ହସ୍ପିଟାଲରେ ୧୫୦ ଶଯ୍ୟା ଏବଂ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି। କିମ୍‌ସ ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ନେଇଛି ା କିମ୍‌ସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ଇଞ୍ଜିନିୟର, ହାଉସକିପିଂ ଏବଂ ଅନ୍ୟ କର୍ମଚାରୀଙ୍କୁ ମିଶାଇ ୫୦ରୁ ୬୦ ଜଣ ଏଥିରେ କାମ କରିବେ। ହସ୍ପିଟାଲର ସୁପରିଚାଳନା ପାଇଁ ରୋଗୀଙ୍କ ନମୁନା ସଂଗ୍ରହ, ପୃଥକୀକରଣ ସ୍ଥାନ, ବର୍ହି ବିଭାଗ, ଡାକ୍ତରଙ୍କ ପ୍ରକୋଷ୍ଠ, ସଙ୍ଗରୋଧ ୱାର୍ଡ, ଆଇସିୟୁ, ପୋଷାକ ପରିବର୍ତ୍ତନ ଗୃହ, ଔଷଧ ଭଣ୍ଡାର, କର୍ମଚାରୀ ଏବଂ ରୋଗୀଙ୍କ ପାଇଁ ପୃଥକ ପରିଶ୍ରାଗାର ଏବଂ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ା ସେହିପରି ବ୍ୟାପକ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବାର ସୁବିଧା କରାଯାଇଛି ା ଆମ୍ବୁଲାନ୍ସ, ୩ଟି ଇନୋଭା କାର, ୨୪ ଘଣ୍ଟିଆ ବିଜୁଳି ବ୍ୟାକଅପ୍‌ ବ୍ୟବସ୍ଥା କରାଯାଇଛି ା କିମ୍‌ସର ଡେପୁଟି ରେଜିଷ୍ଟ୍ରାର ଦିଲୀପ ପଣ୍ଡା ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। କୋଭିଡ୍‌ ହସ୍ପିଟାଲ ଶୁଭାରମ୍ଭ ବେଳେ ଜିଲାପାଳ ଡା. ବୃନ୍ଦା ଡି, ଏସ୍‌ପି ପ୍ରତିକ ଗୀତା ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଆଇଏଏସ୍‌ ପ୍ରେବେଶନର ଡା.ଶୁଭଙ୍କର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡା ରାଜ୍ୟଶ୍ରୀ ପଟ୍ଟନାୟକ, ଏମ୍‌ପି ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri