କନ୍ଦରପୁର ଲେଭଲକ୍ରସିଂ ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ

କଟକସଦର, ୧୯।୭(ଡି.ଏନ୍‌.ଏ.)-କଟକ-ପାରାଦ୍ୱୀପ ରେଳପଥରେ ପ୍ରତି ୧୦ମିନିଟ୍‌ ଅନ୍ତରାଳରେ ମାଲ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ସେଥିପାଇଁ କଟକ-ଏରସମାନୂଆଗଁା ଏନ୍‌ଏଚ୍‌ ଜାତୀୟ ରାଜପଥ ନଂ ୫୫ରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। କନ୍ଦରପୁର ନିକଟରେ ଏନ୍‌ଏଚଟି କେଉଁସ୍ଥାନରେ ରେଳପଥକୁ ଅତିକ୍ରମ କରିବ ସେନେଇ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଫଳରେ କନ୍ଦରପୁର ଲେଭଲ କ୍ରସିଂ ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ଘଟୁଛି। ଏ କଥା ଚଳିତ ପାର୍ଲ୍ୟାମେଣ୍ଟ ଅଧିବେଶନରେ ଜଗତ୍‌ସିଂପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଉଠାଇ ସାରିଛନ୍ତି। ତଥାପି ଏହା ଉପରେ ଚୂଡ଼ାନ୍ତ ନିର୍ଣ୍ଣୟରେ ବିଳମ୍ବ ଘଟୁଥିବାରୁ କଟକସଦର ଏବଂ ଜଗତ୍‌ସିଂପୁର ସଦର ମହକୁମା ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରଥମେ ଉକ୍ତ ରାସ୍ତାଟିର ନାମ ରାଜ୍ୟ ରାଜପଥ ନଂ୪୩ କନ୍ଦରପୁର-ମାଛଗଁା ଭାବେ ପରିଚିତ ଥିଲା। ତେଣୁ କନ୍ଦରପୁର ଲେଭଲ କ୍ରସିଂ ନିକଟରେ ଏକ ଓଭରବ୍ରିଜ୍‌ ନିର୍ମାଣ ପାଇଁ ରେଲଓ୍ବେ ଓ ପୂର୍ତ୍ତ ବିଭାଗ ମଧ୍ୟରେ ୨୦୧୪ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ହଠାତ୍‌ ଏହାକୁ କଟକ-ନୂଆଗଁା ଏନ୍‌ଏଚ୍‌ ୫୫ଭାବରେ ୨୦୧୬ରେ ଘୋଷଣା କରାଗଲା। ମୋଟ ୯୪କିମି ୧୩୯ମିଟର ମଧ୍ୟରୁ କଟକ ଜିଲାରେ ୧୫କିମି ୩୩୯ମିଟର ରହିଛି। ଜଗତ୍‌ସିଂହପୁର ଜିଲାରେ ଥିବା ୭୮କିମି ୮୦୦ମିଟର ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ମାତ୍ର କଟକ ଜିଲାର ଓଏମ୍‌ପି-କନ୍ଦରପୁର ମଧ୍ୟରେ କେମିତି ରାସ୍ତା ତିଆରି ହେବ ସେନେଇ କିଛି ସ୍ଥିର ହୋଇପାରୁନାହିଁ। ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ଫଳରେ କନ୍ଦରପୁର ଓଭରବ୍ରିଜ୍‌ କାମ ଆରମ୍ଭ ହୋଇପାରୁନାହିଁ ବୋଲି କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରମୋଦ ରାଉତ କହିଛନ୍ତି। ଓଏମ୍‌ପିରୁ ଫକୀରପଡ଼ା ମଧ୍ୟରେ ଜନବସତି ସହିତ ବଡ଼ବଡ଼ କୋଠା ରହିଛି। ଚାଉଳିଆଗଞ୍ଜ, ନୂଆବଜାର, ବିଦ୍ୟାଧରପୁର ଭଳି ସିଏମ୍‌ସି ଅଞ୍ଚଳମଧ୍ୟ ଏଥିରେ ସାମିଲ ରହିଛି। ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ସମ୍ବନ୍ଧରେ କଟକସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗଯୋଗ କରାଯାଇଥିଲା। ମାତ୍ର ବିଳମ୍ବ ଖବର ପାର୍ଲ୍ୟାମେଣ୍ଟରେ ଆଲୋଚନା ହୋଇସାରିଥିବାରୁ ଏହା ଉପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଯାହାକିଛି ପଦକ୍ଷେପ ନେଇ ପାରିବେ ବୋଲି ପ୍ରାଧିକରଣର ଜଣେ ବରିଷ୍ଠ ଯନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri