ପ୍ରଶାସନର ନଜର ପଡ଼ିଲାନି; ଆବର୍ଜନା ସଫେଇ କଲେ କିନ୍ନର

ପୁରୀ ଅଫିସ, ୧୯। ୭:ବାତ୍ୟା ଫନୀକୁ ଇତିମଧ୍ୟରେ ଅଢେଇ ମାସ ବିତିଲାଣି। ହେଲେ ପୁରୀ ସହର ଉପକଣ୍ଠ କେତେକ ଗଁାରେ ଏବେ ବି ବାତ୍ୟାର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଛି। ବହୁ ଗଛରୁ ଡାଳ ଭାଙ୍ଗିଥିଲେ ମଧ୍ୟ ତାହାକୁ କଟାଯାଇନାହିଁ। ଅଧାଭଙ୍ଗା ଡାଳ ଏବେ ବି ଗଛରେ ଝୁଲି ରହିଛି। ସେହିପରି ଗଁା ଗହଳିରେ ଅଳିଆ ଆବର୍ଜନା ସମ୍ପୂର୍ଣ୍ଣ ଭାବେ ସଫା ହୋଇପାରିନାହିଁ। ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏଭଳି ଗଁା ଉପରେ ଏବେ ପୁରୀ ଜିଲା କିନ୍ନର ସଂଘର ନଜର ପଡ଼ିଛି। ଶୁକ୍ରବାର ସଂଘର ପ୍ରାୟ ୨୨ଜଣ କିନ୍ନର ମଙ୍ଗଳାଘାଟ ପାଇକ ସାହିରେ ପହଞ୍ଚତ୍ ସଫେଇ କରିଛନ୍ତି। ବାତ୍ୟାରେ ଭାଙ୍ଗିପଡ଼ିିଥିବା ଗଛପତ୍ର ସମେତ ଗଁା ମଝି ଫାଙ୍କା ଜାଗାରେ ମାଡ଼ିଯାଇଥିବା ଅନାବନା ଘାସପତ୍ର ମଧ୍ୟ କାଟି ସଫା କରିଛନ୍ତି। ସଂଘର ମା’ ଦେବକୀ କିନ୍ନର କହିଛନ୍ତି, ସହରରେ ମ୍ୟୁନିସିପାଲିଟି ସଫା କରୁଛି। ହେଲେ ଗଁାକୁ କେହି ଆସୁନାହାନ୍ତି। ତେଣୁ ସହର ଉପକଣ୍ଠ ବିଭିନ୍ନ ଗଁାକୁ ଯାଇ ସଫେଇ କରିବା ଲାଗି ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ଗ୍ରାମବାସୀ ଏବଂ ଆମ ଭିତରେ ଏକ ସମ୍ପର୍କ ସୃଷ୍ଟି ହୋଇପାରିବ। କିନ୍ନରମାନଙ୍କୁ ଲୋକେ ଯେଉଁ ଦୃଷ୍ଟିରେ ଦେଖୁଛନ୍ତି ତାହା ମଧ୍ୟ ପରିବର୍ତ୍ତନ ହୋଇପାରିବ। ବାତ୍ୟା ପରେ ଅନେକ ଗଁା ଏବେ ବି ଅବହେଳିତ ହୋଇରହିଛି। ବାତ୍ୟାରେ ପାଇକ ସାହିରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ଭାଙ୍ଗିଛି। ଗଁା ବ୍ୟତୀତ ସହରରେ ମ୍ୟୁନିସିପାଲିଟି ଆଢୁଆଳରେ ରହିଯାଇଥିବା ବିଭିନ୍ନ ସ୍ଥାନକୁ ସଫା କରିବୁ ବୋଲି ସେ କହିଛନ୍ତି। ସେହିପରି ସଂଘର ସଭାପତି ପ୍ରିୟାଂଶୀ ଦାସ କହିଛନ୍ତି, ବିଭିନ୍ନ ଗଁା ବୁଲି ସଫେଇ କରିବାକୁ ନିଷ୍ପତ୍ତି ନେଇଛୁ। ପାଇକ ସାହିରେ ସଫେଇ କାମରେ ଗଁା ଲୋକେ ଆମକୁ ସହଯୋଗ କରିଥିଲେ। ଏହାଦ୍ୱାରା ଆମେ ଅଧିକ ଉତ୍ସାହିତ ହୋଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri