କଥା ରଖ୍‌ଲା ବ୍ଲକ ପରଶାସନ: ଭିନ୍ନକ୍ଷମ ଭତା ପାଏଲେ ଭୂମିସୂତା

କୋକସରା, ୧୮ା୭(ଡି.ଏନ୍‌.ଏ): କୋକସରା ବ୍ଲକ କାଉଡ଼ୋଲା ଗାଁର ନୀଲାମ୍ବର ରାଉତକଁର ଦିବ୍ୟାଙ୍ଗ ଝି’ ଭୂମିସୂତା(୧୭)କୁଁ ବ୍ଲକ ପରଶାସନ ଦେଇଥିବାର ପରତିଶୁରତି ପାଲନ କରିଛେ। ଭୂମିସୂତା ଜନମୁ ଦିବ୍ୟାଙ୍ଗ ଥିଲାବେଲେ ଭିନ୍ନକ୍ଷମ ପରମାନପତର ଅଭାବୁ ସେ ଭତା ପାଏବାରୁ ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌ ଖବର ବାହାରଲାରୁ ଥାନୀୟ ପରଶାସନର ଚେତା ପସିଥିଲା। କୋକସରା ବିଡିଓ ବସନ୍ତ କୁମାର ସେଠି ଭିନ୍ନକ୍ଷମ ଭୂମିସୂତାକଁର ଘରେ ପୁହୁଁଚି ଦରକାରୀ କାଗଜପତର ନେଇଥିଲେ। ସେ ନିଜେ ଭୂମିସୂତାକଁର ଭିନ୍ନକ୍ଷମ ପରମାନପତର ଲାଗି ଅନ୍‌ଲାଇନ ଆବେଦନ କରିଥିଲେ। ଭୂମିସୂତାକଁର ଭିନ୍ନକ୍ଷମ ପରମାନପତର ମିଲ୍‌ଲା ଉତାରୁ ତାହାକୁ ଭତା ଯୋଜନାରେ ସାମିଲ କରାଯାଇଛେ। ବୁଧୁବାର କାଉଡ଼ୋଲା ସରପଁଚ୍‌ ଜମ୍ବୁବତୀ ସାହୁ ଆର ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ନିଲାନ୍ଦ୍ରି ମେହେର ଭୂମିସୂତାକୁଁ ଭିନ୍ନକ୍ଷମ ଭତା ଦେଇଛନ୍‌। ସେନ୍‌ତା ଭୂମିସୂତାକୁଁ ଆଗ୍‌ରୁ ବ୍ଲକ ପରଶାସନ ଗୁଟେ ହ୍ବିଲ ଚେୟାର ଯୁଗେଇ ଦେଇଛେ। ବ୍ଲକ ପରଶାସନର ଇ ମହତ୍‌ କାଯ୍‌କେ ଗଁାବାସୀ ବଡ଼ଭାରି ପରଶଁସା କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri