Posted inରାଜ୍ୟ

କଣ୍ଟ୍ରାକ୍ଟର ରନ୍ଥା ଅପହରଣ ମାମଲା: ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଦୁଇ ଭାଇ ଗିରଫ

କେନ୍ଦ୍ରାପଡା ଅଫିସ, ୨୦।୬: ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କୁ ଲାଗିଛି ଆଉ ଏକ ଝଟକା। କଣ୍ଟ୍ରାକ୍ଟର ରନ୍ଥା ଓରଫ ଶିବପ୍ରସାଦ ପରିଡ଼ାଙ୍କ ଅପହରଣ ମାମଲାରେ ଟିଟୋଙ୍କ ୨ ଭାଇଙ୍କ ସମେତ ୩ ଜଣଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଉଠାଇ ନେଇଛି। ୨ ଭାଇ ଜୀ ବାବୁ ଓରଫ ସୟଦ ଆସ୍‌ପାକ ଅଲ୍ଲୀ ଓ ଚିତୋ ଓରଫ ସୟଦ ଇଫତ୍‌କାର ଅଲ୍ଲୀ ଏବଂ ସମ୍ପର୍କୀୟ ମୁନ୍ନା ଓରଫ ଅମଜାଦ ଖଁାଙ୍କୁ ଟାଉନ ଥାନା ଅଧୀନ ଦିଲାରପୁରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଆଇଜି ଆଶିଷ ସିଂହଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍‌ ବୁଧବାର ଭୋର ୪ଟାରେ ଟିଟୋଙ୍କ ଦିଲାରପୁରସ୍ଥିତ ଘର ଉପରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ପରେ ସେମାନଙ୍କୁ ଭୁବନେଶ୍ୱର ନିଆଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଧୀନ ଚାରିଗଁାର ରନ୍ଥା ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ଟିଟୋଙ୍କ ନିର୍ଦ୍ଦେଶରେ ଚାନୋ ଓରଫ ସେକ୍‌ ବାବର ଓ ଅନ୍ୟ ୩ ଜଣ ୨୦୧୭ ସେପ୍ଟେମ୍ବର ୯ ତାରିଖରେ ରନ୍ଥାଙ୍କୁ ତାଙ୍କ ଘରୁ ଅପହରଣ କରିନେଇ ଟିଟୋଙ୍କ ଘରେ ମାରଧର କରିଥିଲେ। ରନ୍ଥା ଆଳି ତଟବନ୍ଧ ଅଧୀନରେ ୧୫କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ନେଇଥିବାରୁ ତାଙ୍କୁ ୪କୋଟି ଟଙ୍କା ବଟି ମଗାଯାଇଥିଲା। ଏ ନେଇ ସହରରେ ଆଲୋଚନା ହେବା ପରେ ରନ୍ଥାଙ୍କୁ ଛାଡ଼ି ଦିଆଯାଇଥିଲା। ସେତେବେଳେ ରନ୍ଥା କିମ୍ବା ତାଙ୍କ ପରିବାର ସଦସ୍ୟ ଭୟରେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ପରେ ୨୦୧୮ ଜୁନ ୩୦ ତାରିଖରେ ଏସ୍‌ଟିଏଫ୍‌ ଟିଟୋଙ୍କୁ ଏନ୍‌କାଉଣ୍ଟର କରିବା ସହ ଗିରଫ କରିଥିଲା। ଏହି ସମୟରେ ରନ୍ଥା ଅପହରଣ ଘଟଣା ସମ୍ପର୍କରେ ପୋଲିସ ଜାଣିବାକୁ ପାଇ ତତ୍କାଳୀନ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ନିଜ ତରଫରୁ ଜୁଲାଇ ୯ ତାରିଖରେ ଏକ ମାମଲା(ନଂ.୯୯/୨୦୧୮) ରୁଜୁ କରିଥିଲେ। ଅଗଷ୍ଟ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ଅଫିସ ଲେଟର ନଂ.-୧୭୬ ପରେ ଉକ୍ତ ମାମଲାକୁ ଜିଲା ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏହି ମାମଲାରେ ଗ୍ୟାଙ୍ଗଷ୍ଟର ଟିଟୋ, ଚିତୋ, ଜୀ ବାବୁ, ଚାନୋ, ବାପୁ ଓରଫ ଦିଲସାଦ ଅଲ୍ଲୀ, ସପୋ ଓରଫ ସୟଦ ଇମରାନ ଅଲ୍ଲୀ, ହୀରା ଓରଫ ସୟଦ ଜାଭେଦ ଅଲ୍ଲୀ, ବବ୍‌ଲୁ ଓରଫ ସୟଦ ଇମାମ ଅଲ୍ଲୀଙ୍କ ସମେତ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଦାଦାବଟି ଆଦାୟ, ବେଆଇନ ଗୋଚାଲାଣ, ବୋମାମାଡ଼, ହତ୍ୟା ଧମକ ଆଦି ବିଭିନ୍ନ ଅପରାଧରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ କରାଯାଇଛି। ଟିଟୋଙ୍କ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ଘର, ଅଫିସ ଆଦି ତଦନ୍ତ ପରିସରକୁ ଆସିଥିଲା। ଏହାସହ ତାଙ୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ମଧ୍ୟ ସିଲ୍‌ କରାଯାଇଥିଲା। ଏପର୍ଯ୍ୟନ୍ତ ଟିଟୋଙ୍କ ୧୯ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri