ଇଲେକ୍ଟ୍ରିକ ବାହନ, ଇ-ଇନ୍‌ଭଏସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୬: ଜିଏସ୍‌ଟି କାଉନସିଲ୍‌ର ବୈଠକ ଆସନ୍ତା ୨୧ରେ ବସିବାକୁ ଯାଉଛି। କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କାଉନସିଲ୍‌ର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଆଉ ୧୫ ଦିନ ପରେ କେନ୍ଦ୍ର ସରକାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମୋଟର ବାହନ, ଇଲେକ୍ଟ୍ରିକ ଗାଡି ଉପରେ ଲାଗୁଥିବା ଟିକସକୁ ହ୍ରାସ କରିବା ଏବଂ ଟିକସ ଫାଙ୍କିକୁ ରୋକିବା ଲାଗି ଇଲେକ୍ଟ୍ରୋନିକ ଇନଭଏସ ଲାଗୁ କରିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ଅକ୍ଟୋବରର ପାର୍ବଣ ଋତୁକୁ ଛାଡିଦେଲେ ଗତ ୧୧ ମାସ ହେବ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏହି ସେକ୍ଟରକୁ ଟିକସ ଛାଡ ଜରିଆରେ ପୁନର୍ବାର ଗତିଶୀଳ କରିବାକୁ ଗାଡ଼ି ଉଦ୍ୟୋଗଗୁଡ଼ିକ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ନିକଟରେ ଦାବି କରାଯାଇଛି। କାଉନସିଲ ଇଲେକ୍ଟ୍ରିକ ଗାଡ଼ିରେ ଲାଗୁ ଥିବା ଜିଏସ୍‌ଟି ସ୍ଲାବ୍‌କୁ ହ୍ରାସ କରିପାରନ୍ତି। ବର୍ତ୍ତମାନ ଏଭଳି ଗାଡ଼ି ଉପରେ ୧୨% ଜିଏସ୍‌ଟି ଲାଗୁ ହେଉଥିବା ବେଳେ କାଉନସିଲ୍‌ ଏହାକୁ ୫% କୁ ହ୍ରାସ କରିପାରନ୍ତି। ଏହାଛଡା ଇଲେକ୍ଟ୍ରି ଭେହିକିଲ ଚାର୍ଜ ଉପରେ ଜିଏସ୍‌ଟିକୁ ୧୨%କୁ ହ୍ରାସ କରାଯାଇପାରେ। ଅନ୍ୟପକ୍ଷରେ କମ୍ପାନୀ-କମ୍ପାନୀ ମଧ୍ୟରେ କିଣାବିକା(ବିଜ୍‌ନେସ୍‌ ଟୁ ବିଜ୍‌ନେସ ବା ବି-ଟୁ-ବି) ଲାଗି କେନ୍ଦ୍ରୀକୃତ ସରକାରୀ ପୋର୍ଟାଲରେ ଇ-ଇନଭଏସ୍‌ ଜାରି କରିବା ଉପରେ ନିଷ୍ପତ୍ତିି ନେଇପାରେ କାଉନସିଲ୍‌। ଇନ୍‌ଭଏସ୍‌ର ଦୁରୁପଯୋଗ ସହ ଟିକସ ଫାଙ୍କିକୁ ରୋକିବା ଏହାର ଉଦ୍ଦେଶ୍ୟ। ଏହାବ୍ୟତୀତ ୧୨ ଓ ୧୮% ଜିଏସ୍‌ଟି ସ୍ଲାବ୍‌କୁ ଉଚ୍ଛେଦ କରି ଏହାରି ଭିତର ଆଉ ଏକ ସ୍ଲାବ୍‌ ସୃଷ୍ଟି କରିବା ନେଇ କାଉନସିଲ୍‌ରେ ନିଷ୍ପତ୍ତି ହୋଇପାରେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri