ଇଲେକ୍ଟ୍ରିକ ବାହନ, ଇ-ଇନ୍‌ଭଏସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୬: ଜିଏସ୍‌ଟି କାଉନସିଲ୍‌ର ବୈଠକ ଆସନ୍ତା ୨୧ରେ ବସିବାକୁ ଯାଉଛି। କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କାଉନସିଲ୍‌ର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଆଉ ୧୫ ଦିନ ପରେ କେନ୍ଦ୍ର ସରକାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ମୋଟର ବାହନ, ଇଲେକ୍ଟ୍ରିକ ଗାଡି ଉପରେ ଲାଗୁଥିବା ଟିକସକୁ ହ୍ରାସ କରିବା ଏବଂ ଟିକସ ଫାଙ୍କିକୁ ରୋକିବା ଲାଗି ଇଲେକ୍ଟ୍ରୋନିକ ଇନଭଏସ ଲାଗୁ କରିବା ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ଅକ୍ଟୋବରର ପାର୍ବଣ ଋତୁକୁ ଛାଡିଦେଲେ ଗତ ୧୧ ମାସ ହେବ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏହି ସେକ୍ଟରକୁ ଟିକସ ଛାଡ ଜରିଆରେ ପୁନର୍ବାର ଗତିଶୀଳ କରିବାକୁ ଗାଡ଼ି ଉଦ୍ୟୋଗଗୁଡ଼ିକ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ନିକଟରେ ଦାବି କରାଯାଇଛି। କାଉନସିଲ ଇଲେକ୍ଟ୍ରିକ ଗାଡ଼ିରେ ଲାଗୁ ଥିବା ଜିଏସ୍‌ଟି ସ୍ଲାବ୍‌କୁ ହ୍ରାସ କରିପାରନ୍ତି। ବର୍ତ୍ତମାନ ଏଭଳି ଗାଡ଼ି ଉପରେ ୧୨% ଜିଏସ୍‌ଟି ଲାଗୁ ହେଉଥିବା ବେଳେ କାଉନସିଲ୍‌ ଏହାକୁ ୫% କୁ ହ୍ରାସ କରିପାରନ୍ତି। ଏହାଛଡା ଇଲେକ୍ଟ୍ରି ଭେହିକିଲ ଚାର୍ଜ ଉପରେ ଜିଏସ୍‌ଟିକୁ ୧୨%କୁ ହ୍ରାସ କରାଯାଇପାରେ। ଅନ୍ୟପକ୍ଷରେ କମ୍ପାନୀ-କମ୍ପାନୀ ମଧ୍ୟରେ କିଣାବିକା(ବିଜ୍‌ନେସ୍‌ ଟୁ ବିଜ୍‌ନେସ ବା ବି-ଟୁ-ବି) ଲାଗି କେନ୍ଦ୍ରୀକୃତ ସରକାରୀ ପୋର୍ଟାଲରେ ଇ-ଇନଭଏସ୍‌ ଜାରି କରିବା ଉପରେ ନିଷ୍ପତ୍ତିି ନେଇପାରେ କାଉନସିଲ୍‌। ଇନ୍‌ଭଏସ୍‌ର ଦୁରୁପଯୋଗ ସହ ଟିକସ ଫାଙ୍କିକୁ ରୋକିବା ଏହାର ଉଦ୍ଦେଶ୍ୟ। ଏହାବ୍ୟତୀତ ୧୨ ଓ ୧୮% ଜିଏସ୍‌ଟି ସ୍ଲାବ୍‌କୁ ଉଚ୍ଛେଦ କରି ଏହାରି ଭିତର ଆଉ ଏକ ସ୍ଲାବ୍‌ ସୃଷ୍ଟି କରିବା ନେଇ କାଉନସିଲ୍‌ରେ ନିଷ୍ପତ୍ତି ହୋଇପାରେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri