କଣ୍ଟେନମେଣ୍ଟ ଜୋନରେ ସ୍ଥିତି ପରଖିଲେ ଅଧିକାରୀ

ବଲାଙ୍ଗୀର ଅଫିସ, ୫ା୫-ବଲାଙ୍ଗୀର ଜିଲା ତୁଷରା ସହରାଞ୍ଚଳ, ଗୁଡଭେଲା ବ୍ଳକ ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ ନେଇ ଗଠିତ କଣ୍ଟେନମେଣ୍ଟ ଜୋନ୍‌କୁ ମଙ୍ଗଳବାର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ସନ୍ଦୀପ ମାଡକର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ା କଣ୍ଟେନମେଣ୍ଟ ଜୋନ୍‌ର ବିଭିନ୍ନ ଗଁାକୁ ଯାଇ ଅଧିକାରୀଦ୍ୱୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଦିଆଯାଇଥିବା ଅଗ୍ରୀମ ୩ ମାସର ପିଡିଏସ୍‌ ଚାଉଳ, ଅଗ୍ରୀମ ୪ମାସର ଭତ୍ତା ଟଙ୍କା ଓ ୧ ହଜାର ଟଙ୍କାର ସହାୟତା ରାଶି ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ ା କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ପରିଲକ୍ଷିତ ହେବନାହିଁ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେହି ଅଞ୍ଚଳର ବିଡିଓ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳ, ଏସ୍‌ପିଙ୍କ ସହ ସିଡିଏମ୍‌ଓ ଡା ନାରାୟଣ ଥନାପତି, ଡିପିଏମ୍‌ ମୃତ୍ୟୁଞ୍ଜୟ ମୁଣ୍ଡ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ା ବଲାଙ୍ଗୀର ଜିଲା ବର୍ତ୍ତମାନ ଅରେଞ୍ଜ ଜୋନ୍‌ରେ ରହିଛି ା ଅରେଞ୍ଜ ଜୋନ୍‌ରେ କ’ଣ ସବୁ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି ଓ କ’ଣ ସବୁକୁ ବାରଣ କରାଯାଇଛି ସେନେଇ ଜିଲା ପ୍ରଶାସନ ତରଫରୁ ସୋମବାର ସନ୍ଧ୍ୟାରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା ା ଏହି ମାର୍ଗଦର୍ଶିକାକୁ ଉଲ୍ଲଂଘନ କଲେ ଉଲ୍ଲଂଘନାକାରୀଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଡାକୁଆ ତାଗିଦ୍‌ କରିଛନ୍ତି ା
ସୂଚନାଯୋଗ୍ୟ ଯେ, ତାମିଲନାଡୁରୁ ଫେରିଥିବା ଗୁଡଭେଲା ବ୍ଲକ ଲିଖିରିଆ ଗଁାର ଦୁଇ ଯୁବ ଶ୍ରମିକଙ୍କ ସ୍ବାବ୍‌ ପରୀକ୍ଷା ପରେ ଉଭୟେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଥିଲା ା ଗତ ୧ତାରିଖରୁ କଣ୍ଟେନମେଣ୍ଟ ଜୋନ କରାଯାଇ ସ୍ଥିତି ଉପରେ କଡା ନଜର ରଖାଯାଇଛି। ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶ ନିରୀକ୍ଷଣ (କଣ୍ଟ୍ରାକ୍ଟ ଟ୍ରେସିଂ) ଓ ଭ୍ରମଣ ବୃତ୍ତାନ୍ତ (ଟ୍ରାଭେଲ ହିଷ୍ଟ୍ରି) ଅନୁସନ୍ଧାନ ଆରମ୍ଭ ହୋଇଥିଲା ା ପ୍ରଥମ ଦୁଇଦିନର ସଂଗୃହୀତ ତଥ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା ା ଏହି ୫୩ ଜଣଙ୍କ ସ୍ବାବ୍‌ ଟେଷ୍ଟ ପରୀକ୍ଷା ରିପୋର୍ଟ ନିଗେଟିଭ ଆସିଛି ା ଗତ ୩ ଓ ୪ ତାରିଖ ଦିନ ଉଭୟ ସଂକ୍ରମିତଙ୍କଠାରୁ ମିଳିଥିବା ତଥ୍ୟ ମୁତାବକ ଆହୁରି ୧୪୯ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ା ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମେ ୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅବଧିକୁ ବଢ଼ାଇ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ, ବସ୍ତ୍ର, ଆବଶ୍ୟକୀୟ ସାମଗ୍ରୀ ସହ ଦେଲେ…

ବଲାଙ୍ଗୀର, ୧୬।୫ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକର ବୁଢ଼ୀସିଣ୍ଡୋଲ ଗାଁର ଡାଙ୍ଗଗୋଠ ଠାରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନିଜଣ ବ୍ୟକ୍ତିଙ୍କ ଘର…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ଆବାସ ଯୋଜନାରୁ ବଞ୍ଚିତ ଦୈମତିଙ୍କ ଦୁର୍ଦ୍ଦଶା ବଢ଼ାଇଲା କାଳବୈଶାଖୀ

ଲୋଇସିଂହା,୧୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ନେଗିପାଲି ଗ୍ରାମର ଦୈମତି ମେସୁଆ (୬୬)। ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଥିବା ସତ୍ତ୍ୱେ ସେ…

ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ, ଗାଁକୁ ଫେରୁଛି ମୃତଦେହ

ବଲାଙ୍ଗୀର,୧୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରୁ ଶ୍ରମିକମାନେ ନିଜ ପରିବାର ପୋଷଣ କରିବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଅନେକ ଶ୍ରମିକଙ୍କ…

ପବନରେ ଉଡିଗଲା ରେଳ ଷ୍ଟେଶନ ଆଜବେଷ୍ଟସ୍‌: କାମକୁ ନେଇ ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ

ଲାଠୋର,୧୪/୫(ଭୁବନେଶ୍ୱର ବାରିକ): କାଳବୈଶାଖୀ ବଲାଙ୍ଗିର ଜିଲା ହରିଶଙ୍କର ରୋଡ ରେଳ ଷ୍ଟେଶନ ପ୍ଲାଟଫର୍ମରେ ଥିବା ସେଡର ଆଜବେଷ୍ଟସ ଉଡ଼ିବା ସହ ଲୁହା ପାଚେରି ଲେଉଟି ପଡ଼ିଥିବା ଗୁରୁବାର…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri