କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍‌

ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍‌ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଏବେ ଏଭଳି ପରିସ୍ଥିତି ହୋଇଛି କର୍ତ୍ତୃପକ୍ଷ ବାଧ୍ୟ ହୋଇ ୩ଟି ୟୁନିଟ୍‌କୁ ରବିବାରଠାରୁ ବନ୍ଦ କରିଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ୟୁନିଟ୍‌ ବନ୍ଦ ହେଲେ ଓଡ଼ିଶା ସମେତ ଦକ୍ଷିଣ ଭାରତ,ପୂର୍ବଭାରତ ଓ ଉତ୍ତରଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ। ଏବେ ଉପତ୍ାଦିତ ବିଦ୍ୟୁତକୁ ଭାଗ ବଣ୍ଟା କରି ବିଭିନ୍ନ ରାଜ୍ୟକୁ ଦିଆଯାଉଛି। ତେବେ ଏଭଳି ପରିସ୍ଥିତି ବାରମ୍ବାର ଲାଗି ରହୁଥିଲେ ହେଁ ବିଭାଗୀୟ ଅଧିକାରୀମାନେ କାହିଁକି ଆଗୁଆ ଏବଂ କୌଣସି ସ୍ଥାୟୀ ପ୍ରତିକାର କରୁନାହାନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅବହେଳାକୁ ମଧ୍ୟ ଏ ଦିଗରେ ଅଣଦେଖା କରାଯାଇ ନ ପାରେ।
କଣିହାଁରେ ରହିଛି ୩ ହଜାର ମେଗାୱାଟ୍‌(୫ଶହ ମେଗାୱାଟ ବିଶିଷ୍ଟ) ୬ଟି ୟୁନିଟ। ଏହି ପ୍ରକଳ୍ପ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। କଣିହାଁ କୋଇଲା ଖଣିରୁ ୨୫/୩୦ହଜାର ଟନ୍‌ ଓ ତାଳଚେର ଲିଙ୍ଗରାଜରୁ ୨୫/୩୦ହଜାର ଟନ୍‌ କୋଇଲା ମିଳିଥାଏ। ଭରତପୁର ମାଟି ଅତଡ଼ା ଖସିବା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲାଖଣି ବନ୍ଦରହିଛି। ଏନ୍‌ଟିପିସିକୁ ଆଦୌ କୋଇଲା ମିଳୁନାହିଁ। ଏନ୍‌ଟିପିସିର କୋଇଲା ଷ୍ଟକ୍‌ରେ ଗଚ୍ଛିତ କୋଇଲାକୁ ଗତ କିଛିଦିନ ହେଲା ହେଲା ବିଦ୍ୟୁତ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିଲା। ଏବେ ଷ୍ଟକ୍‌ରେ ୫୦ ହଜାର ଟନ୍‌ରୁ କମ କୋଇଲା ଥିବା ଏନ୍‌ଟିପିସି ସୂତ୍ରରୁ ଜଣାପଡ଼ିଛି। ଯାହା ଅଧା ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହଁ। ଘୋର କୋଇଲା ସଙ୍କଟ ଦେଇ ଉକ୍ତ ପ୍ଲାଣ୍ଟ ଗତି କରୁଥିବା ବେଳେ ଏପଟେ ଷ୍ଟକ୍‌ରେ କୋଇଲା ନାହିଁ କି ଆବଶ୍ୟକ ପରିମାଣର କୋଇଲା ମିଳୁନି। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଏବଂ ୫ ନଂ. ୟୁନିଟକୁ ବନ୍ଦ କରି ସାରିଲେଣି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୟୁନିଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲିି ଜଣାପଡ଼ିଛି। ରବିବାର ଅବଶିଷ୍ଟ ୩ଟି ୟୁନିଟର ୧୫ ଶହ ମେଗାୱାଟ୍‌ ବଦଳରେ ୯୮୦.୯୪ ୟୁନିଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥିଲା।
ସୂଚନାଥାଉ କି, ଏହି ପ୍ଲାଣ୍ଟରୁ ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ୍‌ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥାଏ। ଓଡ଼ିଶା ବ୍ୟତୀତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ୱେଷ୍ଟବେଙ୍ଗଲ, ଝାଡ଼ଖଣ୍ଡ, ନର୍ଥଇଷ୍ଟ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ରବିବାର ୧ ହଜାରରୁ ମେଗାୱାଟରୁ କମ୍‌ ବିଦ୍ୟୁତ ଉତ୍ପାଦନ ହୋଇଛି। କୋଇଲା ନ ମିଳିଲେ ଅନ୍ୟ ୟୁନିଟ୍‌କୁ ବନ୍ଦ କରିବାକୁ ପଡ଼ିବ ବୋଲି ଏନ୍‌ଟିପିସିର ଜନସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଲୁକ୍‌, ଏଥର କଟ୍ଟମ କାଞ୍ଚିଭରମ

ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ।…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ)…

Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…

ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri