କଡ଼ାକଡ଼ି ହେଲା ଯାନବାହନ ଯାଞ୍ଚ: ଆଜିଠାରୁ ହେବ ଆହୁରି ଜୋରଦାର

ଭୁବନେଶ୍ୱର,୨।୩(ବ୍ୟୁରୋ): ସଂଶୋଧିତ ମୋଟର ଯାନ ଆଇନ-୨୦୧୯କୁ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କୁ ପୋଲିସ ଏବଂ ପରିବହନ ଅଧିକାରୀମାନେ ଧରି ଜରିମାନା କରିଛନ୍ତି। ଏହାକୁ ନେଇ କେତେକ ସ୍ଥାନରେ ଗାଡ଼ି ଚାଳକ ଓ ପୋଲିସ ମଧ୍ୟରେ କଥାକଟା କଟି ହୋଇଛି। ଯାନବାହନର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଜନସାଧାରଣଙ୍କୁ ଦୁଇଟି ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ଏହାର ଅବଧି ଫେବୃୟାରୀ ୨୯ ତାରିଖରେ ଶେଷ ହୋଇଥିଲା। ମାର୍ଚ୍ଚ ପହିଲାରୁ ଯାନବାହନ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ଭାବେ କରାଯାଇଛି। କେତେକ ସ୍ଥାନରେ ଗାଡି ଚାଳକମାନେ ବିନା ହେଲମେଟ ଓ ସିଟ୍‌ ବେଲଟରେ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା। କଟକ, ଭୁବନେଶ୍ୱର, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ସହରରେ ଧରପଗଡ ଆରମ୍ଭ ହୋଇଛି। ରାୟଗଡାର ଏକ କାଠବୋଝେଇ ଟ୍ରକ ଉପରେ ୧ ଲକ୍ଷ ୧୦ ହଜାର ୮୦୦ ଟଙ୍କା ଫାଇନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ପ୍ରାୟ ୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ରବିବାର ଥିବାରୁ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏପରିକି ଯାନବାହନ ଯାତାୟାତ ସଂଖ୍ୟା ସହରରେ କମ ରହିଥିଲା। ସୋମବାରଠାରୁ ଯାନବାହନ ଧରପଗଡ ଆହୁରି ଜୋରଦାର ହେବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଯେଉଁମାନେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ଲର୍ନର ଲାଇସେନ୍ସ ନେଇ ଏକାକୀ ଗାଡି ଚଳାଇପାରିବେ ନାହିଁ। ଯଦି ଚଳାଇବେ ତେବେ ସେମାନଙ୍କ ସହିତ ଜଣେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ। ନଚେତ ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ ବଡ଼ ଜରିମାନା ଗଣିବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ କରାଯାଇଛି। ଏହି ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ୨୦୨୦ ଜାନୁୟାରୀ ୩୧ ତାରିଖ ମଧ୍ୟରେ ବେପରୁଆ ଗାଡି ଚାଳକ ଓ ବିନା କାଗଜପତ୍ରରେ ଚାଲୁଥିବା ଯାନବାହନଗୁଡିକରୁ ୩୮ କୋଟି ୬୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ ହୋଇଛି। ଏହି ସମୟ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨,୮୭,୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି। ସଂଶୋଧିତ ଆଇନରେ ବିନା ଟିକେଟ କିମ୍ବା ପାସରେ ଯାତ୍ରା କଲେ ୫୦୦ ଟଙ୍କା, ବେଆଇନ ଲୋକ ଗାଡି ଚଳାଇଲେ ୫ ହଜାର, ଆଇନକୁ ନ ମାନିଲେ ୨ ହଜାର, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର, ଡ୍ରାଇଭିଂ ଅଯୋଗ୍ୟ ବିବେଚିତ ହୋଇ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଗଣିବାକୁ ପଡିବ। ସେହିପରି ବିପଜ୍ଜନକ ଭାବେ ଗାଡି ଚଳାଇଲେ ୫ରୁ ୧୦ ହଜାର,ଦ୍ରୁତ ଗତିରେ ଗାଡି ଚଳାଇଲେ ୫ରୁ ୧୦ ହଜାର, ବିନା ପଞ୍ଜୀକରଣରେ ଗାଡି ଚଳାଇଲେ ୧୦ରୁ ୧୫ ହଜାର,ଗାଡି ପରମିଟ ନ ଥିଲେ ୧୦ ହଜାର, ସୁରକ୍ଷା ବେଲ୍ଟ ନ ବାନ୍ଧିଲେ ୧ ହଜାର, ହେଲମେଟ ନ ପିନ୍ଧିଲେ ୧ ହଜାର, ଜରୁରିକାଳୀନ ଗାଡିକୁ ରାସ୍ତା ନ ଛାଡିଲେ ୧୦ ହଜାର , ସାଇଲେଣ୍ଟ ଜୋନରେ ହର୍ନ ବଜାଇଲେ ୧ ହଜାର, ବୀମା ନ ଥିବା ଗାଡି ଚଳାଇଲେ ୨ରୁ ୪ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ବେପରୁଆ ଗାଡି ଚାଳନା ଯୋଗୁ ବହୁ ମୂଲ୍ୟ ଜୀବନ ନଷ୍ଟ ହେବା ସହ ଘର ପରିବାର ଉଜୁଡି ଯାଉଛି। ଓଡ଼ିଶାରେ ଦୁର୍ଘଟଣା ହାର ବଢି ଚାଲିଛି। ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ସମୁଦାୟ ୧ ଲକ୍ଷ ୧ ହଜାର ୩୯୫ ସଡକ ଦୁର୍ଘଟଣାରେ ୪୩ ହଜାର ୩୭୧ ଜଣଙ୍କର ଜୀବନ ଯାଇଥିବା ବେଳେ ୧ ଲକ୍ଷ ୧୨ ହଜାର ୫୩୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୨୦୧୭ଠାରୁ ୨୦୧୮ରେ ଦୁର୍ଘଟଣା ହାର ୧୦.୯୬ ପ୍ରତିଶତ ଅଧିକ ରହିଥିବା ବେଳେ ୨୦୧୯ରେ ୨୦୧୮ ତୁଳନାରେ ୦.୩୪ ପ୍ରତିଶତ ଅଧିକ ରହିଛି। କେବଳ ଗତ ୩ ବର୍ଷ ୨୦୧୭ ଠାରୁ ୨୦୧୯ ମଧ୍ୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୧୫,୪୩୮ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୭ରେ ୪,୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୫,୩୧୫ ଏବଂ ୨୦୧୯ରେ ୫,୩୩୩ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri