କଟକରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ସେଠ୍‌:‘ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ’

କଟକ ଅଫିସ,୧୭ା୧୨: ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଦିତ୍ୟ ସେଠ୍‌ ଜଣେ ଚର୍ଚ୍ଚିତ ଚେହେରା। ୧୯୮୬ ମସିହାରୁ ସେ ମନୋରଞ୍ଜନ ଦୁନିଆ ସହ ଜଡ଼ିତ। ଆଦିତ୍ୟଙ୍କ ଦ୍ୱାରା ନିର୍ମିତ ‘ବାହାଦୁର’ ପ୍ରାମାଣିକ ଚଳଚ୍ଚିତ୍ର ଦାଦା ସାହେବ ଫାଲ୍‌କେ ଆୱାର୍ଡ ଜିତିଛି। ଭାରତ ସମେତ ନେପାଳ, ଇରାକ, ଇଣ୍ଡୋନେସିଆ, ସ୍ପେନ, ଇରାନ, ସ୍କଟ୍‌ଲାଣ୍ଡ ଫିଲ୍ମ ଫେଷ୍ଟିଭାଲରେ ଆଦିତ୍ୟଙ୍କ କଳାକୁ ବେଶ୍‌ ପ୍ରଶଂସା ମିଳିଛି। ମଙ୍ଗଳବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଆଦିତ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ତାଙ୍କ ସହ ସାକ୍ଷାତ୍‌କାର।

ପ୍ରାମାଣିକ ଚଳଚ୍ଚିତ୍ରର କିଛି ନିର୍ଦ୍ଦିଷ୍ଟ ଦର୍ଶକ ଥାଆନ୍ତି। ଅଧିକାଂଶ ଲୋକଙ୍କୁ ଏହା ଆକୃଷ୍ଟ କରିପାରେନି। ତଥାପି ଆପଣ ଏହି ସିନେମା ପ୍ରସ୍ତୁତ କରୁଛନ୍ତି କାହିଁକି?
ବାସ୍ତବିକ ଘଟଣାକୁ ପ୍ରଦର୍ଶିତ କରିବାର ମଜା କିଛି ଅଲଗା। ହଁ ଏହା ସତ ଯେ, ଏହି ସିନେମାର ଦର୍ଶକ ସଂଖ୍ୟା ବେଶି ନୁହେଁ। ହେଲେ ଯିଏ ଏହାର ମଜା ପାଇଛି ସେ ଜାଣେ ଏକ ପ୍ରାମାଣିକ ଚଳଚ୍ଚିତ୍ରର ମହତ୍ତ୍ୱ କ’ଣ? ଏବେ ସୁଦ୍ଧା ମୁଁ ୩୦ରୁ ଊର୍ଦ୍ଧ୍ୱ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିସାରିଛି। ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ। ଆଉ ଗୋଟିଏ କଥା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସାହସ ଦରକାର।
ଆପଣଙ୍କର କେଉଁ ଫିଲ୍ମ ସବୁଠାରୁ ଶ୍ରେଷ୍ଠ ବୋଲି ଭାବନ୍ତି?
‘ବାହାଦୁର -ଦି ଆକ୍ସିଡେଣ୍ଟାଲ ବ୍ରେଭ୍‌’। ନେପାଳୀମାନେ ଭାରତକୁ ଆସି କିଭଳି ସମସ୍ୟାରେ ଘାଣ୍ଟି ହୁଅନ୍ତି। ବାଧ୍ୟରେ ଦେହଜୀବୀ ବୃତ୍ତି ଆପଣେଇ ଏଚ୍‌ଆଇଭି ଭଳି ମାରାତ୍ମକ ରୋଗକୁ ବୃଦ୍ଧି କରାନ୍ତି, ତାହା ଉକ୍ତ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିଲା। ଏହି ଚଳଚ୍ଚିତ୍ର ପାଇଁ ଅନେକ ଆୱାର୍ଡ ପାଇଛି। ବିଶ୍ୱର ବିଭିନ୍ନ ସହରରେ ଏହା ପ୍ରଦର୍ଶିତ ମଧ୍ୟ ହୋଇଛି।
ଆପଣଙ୍କ ଫିଲ୍ମର ପ୍ରଭାବ ଲୋକଙ୍କ ଉପରେ ପଡ଼େ କି?
ବହୁତ ଲୋକଙ୍କ ଉପରେ ଫିଲ୍ମର ପ୍ରଭାବ ପଡ଼େ। ସକାରାତ୍ମକ ପ୍ରଭାବ ପଡ଼ିିବା ବେଳେ ନକାରାତ୍ମକ ପ୍ରଭାବ ବି ପଡ଼ିିଥାଏ। ଯେତେବେଳେ ବି ଲୋକେ ଫିଲ୍ମ ଦେଖନ୍ତି ସେମାନଙ୍କ ମତାମତ ଦିଅନ୍ତି। ଅନେକ ସମୟରେ ତର୍କବିତର୍କ ହୋଇଥାଏ। ଲୋକଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିବା ଏଭଳି ସିନେମାର ମୁଖ୍ୟ ଉଦ୍ଦେଶ୍ୟ।
ଓଡ଼ିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଛନ୍ତି ?
ଅନେକ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିିଆ ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖିଛି। କିନ୍ତୁ କୌଣସି ନାମ ମନେନାହିଁ।
ଡକ୍ୟୁମେଣ୍ଟାରୀ ଫିଲ୍ମକୁ ଆହୁରି ଭଲ କରିବା ପାଇଁ କ’ଣ ଆବଶ୍ୟକ?
ଯେ କୌଣସି ଭାଷାରେ ଫିଲ୍ମ ନିର୍ମାଣ କରିବା ସମୟରେ ଭାଷାର ପ୍ରଭାବ ବିଷୟବସ୍ତୁ ଉପରେ ନ ପଡ଼ିିବା ଦରକାର। ବିଷୟବସ୍ତୁକୁ ଠିକ୍‌ ଭାବେ ଦର୍ଶାଯାଉ, ଯାହା ଫଳରେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିିବ। ଯଦି ଠିକ୍‌ ଭାବେ ଏହାର ପ୍ରଭାବ ପଡ଼େ ସେ ଫିଲ୍ମ ନିଶ୍ଚୟ ଭଲ ରିଭ୍ୟୁ ପାଇବ।
ଯୁବପିଢିଙ୍କୁ କ’ଣ ପରାମର୍ଶ ଦେବେ?
ଯେଉଁମାନେ ବି ଏହି କ୍ଷେତ୍ରରେ ନିଜର କ୍ୟାରିୟର ଗଠନ କରିବା ପାଇଁ ଆସୁଛନ୍ତି ସେମାନେ ପ୍ରଥମେ ସବୁ କ୍ଷେତ୍ରରେ ଜ୍ଞାନ ଆହରଣ କରନ୍ତୁ। ଯେଉଁ ବିଷୟବସ୍ତୁ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ତା’ ଉପରେ ଅଧ୍ୟୟନ କରିବା ଆବଶ୍ୟକ। ସେହି ବିଷୟବସ୍ତୁ ଉପରେ ଗବେଷଣା କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଧୈର୍ଯ୍ୟଶକ୍ତି ରହିବା ଜରୁରୀ। କାରଣ ଗୋଟିଏ ଫିଲ୍ମ ତିଆରି କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri