କଟକଣାରେ ହେବ ବଳଦଯାତ୍ରା

ଭୁବନ, ୧୦।୧୦(ଡି.ଏନ.ଏ.)

କଟକଣା ମଧ୍ୟରେ ପାଳିତ ହେବ ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବଳଦଯାତ୍ରା। କରୋନା ସଂକ୍ରମଣ ବଢୁଥିବାରୁ ଚଳିତବର୍ଷ କେବଳ ୨ ସମାଜର ବଳଦକୁ ଶୋଭାଯାତ୍ରାରେ ବାହାର କରିବାକୁ ଅନୁମତି ମିଳିଛି। ନିରାଡ଼ମ୍ବର ଭାବେ ଯାତ୍ରା ସମ୍ପନ୍ନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାବେଳେ ଏଥିରେ ସମ୍ମତି ଜଣାଇଛନ୍ତି କମିଟି କର୍ମକର୍ତ୍ତା। ଏହାପରେ ବଳଦଯାତ୍ରାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ହେବ କି ନାହିଁ ତାହାକୁ ନେଇ ଦୀର୍ଘଦିନରୁ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଦଶହରାକୁ ହାତଗଣତି ଦିନ ବାକି ଥିବାବେଳେ ପ୍ରଶାସନିକ ବୈଠକ ମଧ୍ୟ ବସି ନ ଥିଲା। ଏହାକୁ ନେଇ ଦଶହରା ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଶୁକ୍ରବାର ସ୍ଥାନୀୟ ଏନ୍‌ଏସି ସଭାଗୃହରେ ତହସିଲଦାର ପ୍ରଭାସ କୁମାର ବେଉରିଆଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀ ସମୟରେ ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବା ଲାଗି ଚଳିତବର୍ଷ ଯାତ୍ରାକୁ ନିରାଡମ୍ବର ଭାବେ ପାଳନ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ସହମତି ଜଣାଇଛନ୍ତି। ଯାତ୍ରା ଆରମ୍ଭ କରିଥିବା ଥୋରିଆ ଏବଂ ବଣିଆ ସମ୍ପ୍ରଦାୟକୁ ବଳଦ ଶୋଭାଯାତ୍ରା ପାଇଁ ଅନୁମତି ମିଳିଛି। ହେଲେ ଚଳିତବର୍ଷ ବଳଦଯାତ୍ରା କେବଳ ଅନୁକୂଳ ଯାତ୍ରାରେ ସୀମିତ ରହିବ। ଭସାଣି ଶୋଭାଯାତ୍ରା ହେବନାହିଁ। ସୁସଜ୍ଜିତ ବଳଦକୁ ଜଗନ୍ନାଥ ମନ୍ଦିରରେ ବନ୍ଦାପନା କରିବା ପରେ ବଡ଼ହାଟଠାରେ ଅନୁକୂଳ ଯାତ୍ରା ସମ୍ପନ୍ନ ହେବ। ସେହିପରି ସରକାରୀ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିଗୁଡ଼ିକ ୪ ଫୁଟ ବିଶିଷ୍ଟ ହେବ। ଅଧିକ ଜାକ୍‌ଜମକ ହେବନାହିଁ। ପୂଜାସ୍ଥଳରେ ମାତ୍ର ୭ ଜଣଙ୍କୁ ଅନୁମତି ଦିଆଯାଇଛି। ଡାକବାଜି ଯନ୍ତ୍ର ଉପରେ କଟକଣା ଲଗାଯାଇଥିବାବେଳେ ରାବଣପୋଡ଼ି ବନ୍ଦ ରଖାଯାଇଛି।
ବୈଠକରେ ଅତିରିକ୍ତ ତହସିଲଦାର ମନୋଜ ମାଝି, ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ, ସହର ସଙ୍ଗଠନ ସଭାପତି ବାସୁଦେବ ବେହେରା, ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ା ଆଇନଜୀବୀ କୁଞ୍ଜ ବିହାରୀ ଚିନ୍ନାରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri