କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ବଡହୁଲାଠାରେ ଥିବା ରାଇସ୍‌ ମିଲ୍‌ରେ ଏହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ମିଲ୍‌ରେ କେତେଜଣ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ବେଳେ ସେମାନଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚ ମାନସ ସାହୁ ଗୁରୁବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରାଉଥିବାବେଳେ ବଡହୁଲାଠାରେ ଥିବା ସରକାରୀ ରାଇସ ମିଲ୍‌ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବୁଧବାର ଉକ୍ତ ମିଲ୍‌ରେ ୨ଟି ଟ୍ରକ୍‌ରେ ଆସିଥିବା ଚାଉଳ ବସ୍ତା ଅନ୍‌ଲୋଡ କରିବାକୁ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରେ କିପରି ସାମାଜିକ ଦୂରତା ବଜାୟ ରହିବ ଓ ଶ୍ରମିକମାନେ ମାସ୍କ, ଗ୍ଲୋବ୍ସ ଆଦି ବ୍ୟବହାର କରିବ ସେ ନେଇ ଦୃଷ୍ଟି ଦିଆଯାଇ ନ ଥିଲା। ଏପରିକି ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ଦେବାକୁ ମିଲ୍‌ କର୍ମଚାରୀଙ୍କୁ ସରପଞ୍ଚ କହିଥିଲେ ହେଁ କେହି ଶୁଣି ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲାପାଳ ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କୁହନ୍ତି, ଲକ୍‌ଡାଉନ୍‌ ବେଳେ ବଡହୁଲାଠାରେ ଥିବା ରାଇସ୍‌ ମିଲ୍‌ରେ ଶ୍ରମିକ ନିୟୋଜିତ ହେବା ଠିକ୍‌ ନୁହେଁ। ଏ ସମ୍ପର୍କରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri