କଟକଣା ନାହିଁ: ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ

ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର କୁଇଣ୍ଟାଲ ଧାନ ଉପତ୍ାଦନ ହେବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଅମଳ ସମୟରେ ପ୍ରତିଦିନ ବର୍ଷା ଏଥିରେ ବାଧା ସୃଷ୍ଟି କରୁଛି। ପ୍ରତିକୂଳ ପରିସ୍ଥିତିରେ ଉପତ୍ାଦନ କରୁଥିବା ଧାନକୁ ବିକ୍ରି କରି ଚାଷୀ ତା’ର ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ। ସରକାର ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୭୫୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ବାଲିଆପାଳ ବ୍ଲକରେ ଗୋଟିଏ ହେଲେ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଏହି ମୂଲ୍ୟ ପାଇପାରୁ ନାହାନ୍ତି। ଏହାର ସୁଯୋଗ ନେଇ ରାଜ୍ୟ ବାହାରୁ ବେପାରୀମାନେ ଡେରା ପକାଇ ସ୍ଥାନୀୟ ଦଲାଲଙ୍କ ମାଧ୍ୟମରେ କୁଇଣ୍ଟାଲ ପ୍ରତି ମାତ୍ର ୧ହଜାରରୁ ୧୧ଶହ ଟଙ୍କା ମଧ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ କିଣି ନେଇଯାଉଛନ୍ତି। ସରକାରୀ କଟକଣା ନ ଥିବାରୁ ବିନା ପରମିଟ୍‌ରେ ଏଭଳି କାରବାର ଚାଲିଛି।
ଚାଷୀମାନେ ଧାରକରଜ, ସୋସାଇଟି ଋଣ ପରିଶୋଧ ଓ ନିଜର ଖର୍ଚ୍ଚ ମେଣ୍ଟାଇବା ପାଇଁ କମ୍‌ ଦାମରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ବାଲିଆପାଳ ବ୍ଲକର ଦେଉଳା, ବଳରାମପୁର , ବାଲିକୋଟ, ଦେଭୋଗ, ଶ୍ରୀରାମପୁର, ବଣିଆଡିହା ଓ ବୋଳଙ୍ଗ ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ୧୪ଚକିଆ ବିଭିନ୍ନ ରାଜ୍ୟ ନମ୍ବର ଥିବା ଟ୍ରକ୍‌ ସବୁ ଧାନ କିଣୁଥିବା ଦେଖିବାକୁ ମିଳୁଛି। ଏସବୁ ଧାନ ଏଠାରୁ ସିଧାସଳଖ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡଖଣ୍ଡ ଆଦି ରାଜ୍ୟକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଧାନ ବିକ୍ରି କରୁଥିବା ଚାଷୀମାନଙ୍କୁ ପଚରାଯିବାରୁ ସେମାନେ କହିଛନ୍ତି ଯେ, ଏକ କୁଇଣ୍ଟାଲ ଧାନ ଅମଳ କରିବା ପାଇଁ ପାଖାପାଖି ୧୫୦୦ରୁ ୧୭୦୦ଟଙ୍କା ଖର୍ଚ୍ଚ ହେଉଛି। ଚଳିତବର୍ଷ ଘୂର୍ଣ୍ଣିଝଡ଼ ଓ ବାରମ୍ବାର କାଳବୈଶାଖୀ ଯୋଗୁ ଚାଷରେ କ୍ଷତି ହେବା ସହିତ ଅମଳ ମଧ୍ୟ ଆଶାତୀତ ଭାବରେ ହ୍ରାସ ପାଇଛି ା କିନ୍ତୁ ସରକାର ଘୋଷଣା କରିଥିବା ଧାନର ସହାୟକ ମୂଲ୍ୟ ୧୭୫୦ଟଙ୍କା ପାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ କମ୍‌ ଦାମ୍‌ରେ ଧାନ ବିକ୍ରି କରି କ୍ଷତି ସହୁଛୁ। ତେଣୁ ଏଭଳି ଦୁର୍ଦ୍ଦିନ ସମୟରେ କିପରି ଉପଯୁକ୍ତ ମୂଲ୍ୟ ମିଳିପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। ଏହାବ୍ୟତୀତ ଯେଉଁ ବାହାର ରାଜ୍ୟର ବେପାରୀମାନେ ଧାନ କିଣୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବା ପାଇଁ ବାଧ୍ୟ କରାଯିବା ଓ ସରକାରଙ୍କ ପକ୍ଷରୁ ତୁରନ୍ତ ମଣ୍ଡି ଖୋଲି ଧାନ କିଣିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକ ଦୀପକ କୁମାର ମାଝି କହିଛନ୍ତି ଯେ, ମଣ୍ଡି ଖୋଲିବା ନେଇ ଆମ ପାଖକୁ କିଛି ନିର୍ଦ୍ଦେଶ ଆସିନାହିଁ। ଚିଠି ଆସିବା ପରେ ଯାହା ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri