କଟକ: ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ

କଟକ ଅଫିସ,୭ା୫: କଟକରେ ବୁଧବାର ଠାରୁ ଲାଗୁ ହୋଇଛି କର୍ଫ୍ୟୁ ଭଳି ପରିସ୍ଥିତି। ସନ୍ଧ୍ୟା ୭ଟା ପରେ ସାଧାରଣ ଚଳପ୍ରଚଳ ଉପରେ କଡ଼ା କଟକଣା ଲାଗିଛି। ସନ୍ଧ୍ୟା ୭ରୁୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ପରିସ୍ଥିତି ବଳବତ୍ତର ରହିବ। ସନ୍ଧ୍ୟା ୬ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବାକୁ କୁହାଯାଇଛି। କେବଳ ମେଡିିସିନ ଦୋକାନ ଖୋଲା ରହିବ ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ସୋମବାରଠାରୁ ଲକ୍‌ଡାଉନ କଟକଣା କୋହଳ କରାଯିବା ପରେ କଟକ ସହରରେ ଚଳପ୍ରଚଳ ସ୍ବାଭାବିକ ହୋଇଥିଲା। ପ୍ରଥମେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାଯିବାକୁ ସିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ବୁଧବାର ଠାରୁ ଏହି ବ୍ୟବସ୍ଥା ଉପରେ କଟକଣା ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ମେଡିିସିନ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ପୋଲିସ ବଳୟରେ ସହର ରହିବ। ଏ ସମ୍ପର୍କରେ ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି, ଲୋକଙ୍କ ଚଳପ୍ରଚଳ ଉପରେ ରୋକ ଲଗାଯିବାକୁ ଚେଷ୍ଟା କରାଯାଇଛି। ଦିନ ତମାମ ସମସ୍ତ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ ରହୁଛି। ଏଣୁ ସନ୍ଧ୍ୟା ପରଠୁ ବଜାରକୁ ନ ଓହ୍ଲାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସେହିପରି କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ସନ୍ଧ୍ୟା ପରେ ଲୋକଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ: ୭ ଦିନ ବ୍ୟାପୀ ବ୍ଲକ, ପଞ୍ଚାୟତରେ ଚାଲିବ…

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ ସଚେତନତା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା…

ବୁଡ଼ିଗଲା ଟିଏମସିର ୮୭୬,୫୭,୧୫,୫୮୬ କୋଟି ଟଙ୍କା? ମମତାଙ୍କ ନିଜ କୋଷାଧ୍ୟକ୍ଷ କାହିଁକି ଫ୍ରିଜ କଲେ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ଭିତରି କଥା

କୋଲକାତା,୧୮।୮: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏବେ ତାର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ପ୍ରତିଦିନ କିଛି ନା କିଛି ନୂଆ କାହାଣୀ ସାମ୍ନାକୁ…

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

ରାତି ପାହିଥିଲେ ହୋଇଥାନ୍ତା ଭଉଣୀଙ୍କ ବାହାଘର, ନଦୀରେ ଭାସିଗଲେ ଭାଇ

ଚାନ୍ଦବାଲି,୧୮ା୬(ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଟ୍ରାକ୍ଟରମାଲିକଙ୍କୁ ଧମକ ଦେଇ ନେଇଥିଲେ ଏତିକି ଟଙ୍କା ଲାଞ୍ଚ

ଡେଲାଙ୍ଗ,୧୮ା୬: ପୁରୀ ଜିଲା ଡେଲାଙ୍ଗ ରେଞ୍ଜ ଅନ୍ତର୍ଗତ ଆଙ୍କୁଇର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସେ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri