କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ କଡ଼ା ମନ୍ତବ୍ୟ ଦେବାକୁ ପଛାନ୍ତି ନାହିଁ। ହେଲେ ଏବେ କିଛି ଅଲଗା ଘଟଣା ଘଟିଛି। ନିକଟରେ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଥିବା ବେଳେ ଉଭୟ କରନ୍‌ ଏବଂ କଙ୍ଗନା ଏହାକୁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ନେଇ କିଭଳି ଅନୁଭବ କରୁଛନ୍ତି ବୋଲି କରନ୍‌ଙ୍କୁ ପଚରାଯାଇଥିଲା। ଉତ୍ତରରେ କରନ୍‌ କଙ୍ଗନାଙ୍କ ଭୂରିଭୂରି ପ୍ରଶଂସା କରିଛନ୍ତି, ଯାହା ଅନେକଙ୍କୁ ଆଶ୍ୱର୍ଯ୍ୟାନ୍ବିତ କରିଛି।

ଏକ ଖବରଦାତା ସଂସ୍ଥା ସହ ସାକ୍ଷାତ୍‌କାର ସମୟରେ କରନ୍‌ କହିଛନ୍ତି, ଆମ ଭିତରେ ତିକ୍ତତା ତ ରହିଆସିଛି। ହେଲେ ଆମେ ବାହାରେ ଭେଟହେଲେ ବିନମ୍ରତାର ସହ କଥା ହେଉ, ଶୁଭେଚ୍ଛା ଜଣାଉ। ଜଣେ ଫିଲ୍ମ ନିର୍ମାତା ଭାବେ କଙ୍ଗନାଙ୍କ ପ୍ରତିଭା, କ୍ରାଫ୍ଟକୁ ମୁଁ ସମ୍ମାନ କରେ। ନିଜକୁ ପ୍ରମାଣିତ କରିପାରିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଜଣେ। ଏଣୁ ସେ ସମ୍ମାନର ପାତ୍ରୀ। ଏକତା କପୁର ଏବଂ ଅଦନାନ ସାମୀଙ୍କ ଛଡ଼ା କଙ୍ଗନାଙ୍କ ସହ ପଦ୍ମଶ୍ରୀ ପାଇବା ସମ୍ମାନର କଥା।

ଏଭଳି ଉତ୍ତର ଶୁଣି ଆଗାମୀ ଦିନରେ ସେ କଙ୍ଗନାଙ୍କ ସହ ଫିଲ୍ମରେ କାମ କରିବେ ବୋଲି ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ କଙ୍ଗନାଙ୍କ ଆବଶ୍ୟକତା ଫିଲ୍ମରେ ଥିଲେ ସେ ନିଶ୍ଚିତ ଫୋନ୍‌ କରିବେ ବୋଲି କହିଛନ୍ତି। ଯାହା ବି ସମସ୍ୟା ଥାଉନା କାହିଁକି ଶେଷରେ ମୁଁ ଜଣେ ଫିଲ୍ମ ନିର୍ମାତା। ତେଣୁ ଜଣେ କଳାକାରଙ୍କୁ ଫିଲ୍ମରେ ନେବା ବଡ଼ କଥା ନୁହେଁ। ମୁଁ ଏଥିରେ ବିଶ୍ୱାସ କରେ ବୋଲି କରନ୍‌ କହିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଗାମୀ ଦିନରେ କଙ୍ଗନା କ’ଣ ଏହାର ଉତ୍ତର ରଖୁଛନ୍ତି ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri