Posted inଜାତୀୟ

କଂଗ୍ରେସରେ ଅନ୍ତଃକନ୍ଦଳ: ନିଜ ପୁଅର ପରାଜୟ ପାଇଁ ପାଇଲଟଙ୍କୁ ଦାୟୀ କଲେ ଗେହଲଟ

ଜୟପୁର,୪।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସରେ ଅନଃକନ୍ଦଳ ଦେଖାଦେଇଛି। କଂଗ୍ରେସ ରାଜସ୍ଥାନରେ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ଲୋକ ସଭା ପାଇଁ ଗୋଟେ ବି ଆସନ ହାତେଇ ପାରିନାହିଁ। ଯାହାକୁ ନେଇ ଏବେ ପରସ୍ପର ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏହି କ୍ରମରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ନିଜ ପୁଅର ପରାଜୟ ପାଇଁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି। ଜୋଧପୁର ଲୋକ ସଭା ଆସନରୁ ଗେହଲଟଙ୍କ ପୁଅ ବୈଭବ ଗେହଲଟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ହେଲେ ଏହି ଆସନରୁ ଭାଜପା ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କଠାରୁ ସେ ୪ଲକ୍ଷ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। ଜୋଧପୁର ଲେକ ସଭା ଆସନ ପାଇଁ ବୈଭବଙ୍କ ନାଁ ପ୍ରସ୍ତାବ ଦେଇଥିଲେ ସଚିନ। ସେ କହିଥିଲେ, ଏହି ଲୋକ ସଭା ଆସନରେ କଂଗ୍ରେସର ୬ ବିଧାୟକ ଥିବାରୁ ଏଠାରୁ ବଡ଼ ଭୋଟ ବ୍ୟବଧାନରେ ନିର୍ବାଚନ ହାସଲ କରିବୁ। ଜୋଧପୁରରେ ନିର୍ବଚନୀ ପ୍ରଚାର ବହୁ ଜୋରସୋରରେ କରାଯିବା ପରେ ବି ଏଥିରେ ଦଳକୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ତେଣୁ ଏହି ପରାଜୟର ଦାୟୀତ୍ୱ ମଧ୍ୟ ସଚିନ ଉଠାଇବା ଉଚିତ୍‌ ବୋଲି ଗେହଲଟ କହିଛନ୍ତି। ଅପରପକ୍ଷରେ, ଗେହଲଟଙ୍କ ଏଭଳି ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ସଚିନ୍‌। କିନ୍ତୁ ସେ ଏହାର ଜବାବରେ କିଛି ଉତ୍ତର ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri