Posted inଜାତୀୟ

କଂଗ୍ରେସର ସିଏଏ ବିରୋଧୀ ମେଳି: ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୧୪ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ପାର୍ଲାମେଣ୍ଟ ହାଉସ୍‌ରେ ସୋମବାର କଂଗ୍ରେସ ଡାକିଥିବା ବୈଠକକୁ ଝଟକା ଲାଗିଛି। ବୈଠକରେ ୧୫ଟି ଦଳର ନେତାମାନେ ଯୋଗଦେଇଥିବାବେଳେ ପ୍ରମୁଖ ବିରୋଧୀ ଦଳ ଏସ୍‌ପି, ବିଏସ୍‌ପି, ଟିଏମ୍‌ସି, ଶିବସେନା, ଡିଏମ୍‌କେ ଓ ଏଏପିର କୌଣସି ନେତା ଏଥିରେ ଯୋଗଦେଇ ନ ଥିଲେ। ସିଏଏ ବିରୋଧୀ ମେଳିକୁ ତାଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବା ଏଏପି ନେତା ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରକାଶ କରିଥିବାବେଳେ ଭାରତ ବନ୍ଦବେଳେ କଂଗ୍ରେସ ଓ ବାମପନ୍ଥୀ ସମର୍ଥକମାନେ ଟିଏମ୍‌ସି କର୍ମୀଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ମମତା ବୈଠକରୁ ଦୂରେଇ ରହିଥିବା ଜଣାପଡ଼ିଛି। ସେହିଭଳି ରାଜସ୍ଥାନରେ ବିଏସ୍‌ପିର ୬ ବିଧାୟକଙ୍କୁ କଂଗ୍ରେସ ହାତେଇନେବା ଘଟଣାରେ ବିଏସ୍‌ପି ନେତ୍ରୀ ମାୟାବତୀ ସୋନିଆ ଡାକିଥିବା ବୈଠକକୁ ବର୍ଜନ କରିଛନ୍ତି। ତାମିଲନାଡ଼ୁରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଉପରେ ରାଗି ଡିଏମ୍‌କେ ବୈଠକରୁ ଦୂରେଇ ରହିବା ଜଣାପଡ଼ିଛି। ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀ ଶିବସେନାର ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବିରୋଧୀ ମେଳିରେ ଯୋଗଦେଇ ନ ଥିଲେ।
ଅନୁଷ୍ଠିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଏଏ, ଏନ୍‌ଆର୍‌ସିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିଥିଲେ। ୧୫ ବିରୋଧୀ ଦଳ ନେତାଙ୍କ ମେଳିରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଦେଶବ୍ୟାପୀ ସିଏଏକୁ ବିରୋଧ କରାଯାଉଥିବାବେଳେ ସରକାର ଏହାକୁ ପ୍ରତ୍ୟାହାର ନ କରିବା କ୍ଷୋଭର ବିଷୟ। ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଦେଖାଦେଇଥିବା ହିଂସା ଓ ପୋଲିସ ବର୍ବରତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସ୍ବାଭାବିକ ପରିସ୍ଥିତି ସତ୍ତ୍ୱେ ମୋଦି ଓ ଶାହା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ଓ ଉଚିତ ପ୍ରଶାସନିକ ପଦକ୍ଷେପ ନେବାରେ ସରକାର ବିଫଳ ହୋଇଛନ୍ତି ବୋଲି ସୋନିଆ ଅଭିଯୋଗ କରିଛନ୍ତି।
ଜେଏନ୍‌ୟୁ, ଜାମିଆ, ବିଏଚ୍‌ୟୁ, ଏଏମ୍‌ୟୁ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଭାଜପା ପ୍ରାୟୋଜିତ ଅପ୍ରୀତିକର ପରିସ୍ଥିତି ଓ ହିଂସାକାଣ୍ଡ କାହାକୁ ଅଛପା ନାହିଁ। ଆସାମରେ ଏନ୍‌ଆର୍‌ସି ପଛରୁ ଗୁଳିମାଡ଼ କରିବା ଭଳି ହୋଇଛି। ଏବେ ମୋଦି, ଶାହା ଏନ୍‌ପିଆର୍‌ ଉପରେ ନଜର ରଖିଛନ୍ତି। କିଛିମାସ ମଧ୍ୟରେ ଏହା ଆରମ୍ଭ କରାଯିବ। ଦେଶବ୍ୟାପୀ ଏନ୍‌ଆର୍‌ସି ଲାଗୁକରିବା ପାଇଁ ଏହା ଭାଜପାର ଏକ ଗୁପ୍ତ ଏଜେଣ୍ଡା ବୋଲି ସୋନିଆ ଅଭିଯୋଗ କରିଛନ୍ତି। ସେପଟେ ଭାରତ ସମ୍ମୁଖୀନ ହେଉଥିବା ପ୍ରମୁଖ ପ୍ରସଙ୍ଗ ଯଥା ଆର୍ଥତ୍କ ଦୂରବସ୍ଥା, ଦରଦାମ ବୃଦ୍ଧି, ବେକାରି ବୃଦ୍ଧି ଆଦି ଉପରେ ସରକାର ମୁହଁ ଖୋଲୁନାହାନ୍ତି। ଏଗୁଡ଼ିକୁ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ କେବଳ ବିଭେଦ, ହିଂସା ସୃଷ୍ଟି ଲାଗି ପ୍ରୟାସ କରାଯାଉଥିବା ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି। ବିରୋଧୀ ସମାବେଶରେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର, ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଡି. ରାଜା, ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ଏଲ୍‌ଜେଡି ମୁଖ୍ୟ ଶରଦ ଯାଦବ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶଓ୍ବାହ, ଆର୍‌ଜେଡି ନେତା ମନୋଜ ଝା, ଏନ୍‌ସି ନେତା ହସ୍‌ନୈନ୍‌ ମାସୁଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଗୁଲାମ୍‌ ନବୀ ଆଜାଦ୍‌, ଅହମଦ ପଟେଲ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri