Posted inଜାତୀୟ

କଂଗ୍ରେସର ସିଏଏ ବିରୋଧୀ ମେଳି: ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୧୪ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ପାର୍ଲାମେଣ୍ଟ ହାଉସ୍‌ରେ ସୋମବାର କଂଗ୍ରେସ ଡାକିଥିବା ବୈଠକକୁ ଝଟକା ଲାଗିଛି। ବୈଠକରେ ୧୫ଟି ଦଳର ନେତାମାନେ ଯୋଗଦେଇଥିବାବେଳେ ପ୍ରମୁଖ ବିରୋଧୀ ଦଳ ଏସ୍‌ପି, ବିଏସ୍‌ପି, ଟିଏମ୍‌ସି, ଶିବସେନା, ଡିଏମ୍‌କେ ଓ ଏଏପିର କୌଣସି ନେତା ଏଥିରେ ଯୋଗଦେଇ ନ ଥିଲେ। ସିଏଏ ବିରୋଧୀ ମେଳିକୁ ତାଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବା ଏଏପି ନେତା ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରକାଶ କରିଥିବାବେଳେ ଭାରତ ବନ୍ଦବେଳେ କଂଗ୍ରେସ ଓ ବାମପନ୍ଥୀ ସମର୍ଥକମାନେ ଟିଏମ୍‌ସି କର୍ମୀଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ମମତା ବୈଠକରୁ ଦୂରେଇ ରହିଥିବା ଜଣାପଡ଼ିଛି। ସେହିଭଳି ରାଜସ୍ଥାନରେ ବିଏସ୍‌ପିର ୬ ବିଧାୟକଙ୍କୁ କଂଗ୍ରେସ ହାତେଇନେବା ଘଟଣାରେ ବିଏସ୍‌ପି ନେତ୍ରୀ ମାୟାବତୀ ସୋନିଆ ଡାକିଥିବା ବୈଠକକୁ ବର୍ଜନ କରିଛନ୍ତି। ତାମିଲନାଡ଼ୁରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଉପରେ ରାଗି ଡିଏମ୍‌କେ ବୈଠକରୁ ଦୂରେଇ ରହିବା ଜଣାପଡ଼ିଛି। ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀ ଶିବସେନାର ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବିରୋଧୀ ମେଳିରେ ଯୋଗଦେଇ ନ ଥିଲେ।
ଅନୁଷ୍ଠିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଏଏ, ଏନ୍‌ଆର୍‌ସିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିଥିଲେ। ୧୫ ବିରୋଧୀ ଦଳ ନେତାଙ୍କ ମେଳିରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଦେଶବ୍ୟାପୀ ସିଏଏକୁ ବିରୋଧ କରାଯାଉଥିବାବେଳେ ସରକାର ଏହାକୁ ପ୍ରତ୍ୟାହାର ନ କରିବା କ୍ଷୋଭର ବିଷୟ। ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଦେଖାଦେଇଥିବା ହିଂସା ଓ ପୋଲିସ ବର୍ବରତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅସ୍ବାଭାବିକ ପରିସ୍ଥିତି ସତ୍ତ୍ୱେ ମୋଦି ଓ ଶାହା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛନ୍ତି। ଲୋକଙ୍କୁ ସୁରକ୍ଷା ଦେବା ଓ ଉଚିତ ପ୍ରଶାସନିକ ପଦକ୍ଷେପ ନେବାରେ ସରକାର ବିଫଳ ହୋଇଛନ୍ତି ବୋଲି ସୋନିଆ ଅଭିଯୋଗ କରିଛନ୍ତି।
ଜେଏନ୍‌ୟୁ, ଜାମିଆ, ବିଏଚ୍‌ୟୁ, ଏଏମ୍‌ୟୁ, ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଭାଜପା ପ୍ରାୟୋଜିତ ଅପ୍ରୀତିକର ପରିସ୍ଥିତି ଓ ହିଂସାକାଣ୍ଡ କାହାକୁ ଅଛପା ନାହିଁ। ଆସାମରେ ଏନ୍‌ଆର୍‌ସି ପଛରୁ ଗୁଳିମାଡ଼ କରିବା ଭଳି ହୋଇଛି। ଏବେ ମୋଦି, ଶାହା ଏନ୍‌ପିଆର୍‌ ଉପରେ ନଜର ରଖିଛନ୍ତି। କିଛିମାସ ମଧ୍ୟରେ ଏହା ଆରମ୍ଭ କରାଯିବ। ଦେଶବ୍ୟାପୀ ଏନ୍‌ଆର୍‌ସି ଲାଗୁକରିବା ପାଇଁ ଏହା ଭାଜପାର ଏକ ଗୁପ୍ତ ଏଜେଣ୍ଡା ବୋଲି ସୋନିଆ ଅଭିଯୋଗ କରିଛନ୍ତି। ସେପଟେ ଭାରତ ସମ୍ମୁଖୀନ ହେଉଥିବା ପ୍ରମୁଖ ପ୍ରସଙ୍ଗ ଯଥା ଆର୍ଥତ୍କ ଦୂରବସ୍ଥା, ଦରଦାମ ବୃଦ୍ଧି, ବେକାରି ବୃଦ୍ଧି ଆଦି ଉପରେ ସରକାର ମୁହଁ ଖୋଲୁନାହାନ୍ତି। ଏଗୁଡ଼ିକୁ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ କେବଳ ବିଭେଦ, ହିଂସା ସୃଷ୍ଟି ଲାଗି ପ୍ରୟାସ କରାଯାଉଥିବା ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି। ବିରୋଧୀ ସମାବେଶରେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର, ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଡି. ରାଜା, ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ଏଲ୍‌ଜେଡି ମୁଖ୍ୟ ଶରଦ ଯାଦବ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶଓ୍ବାହ, ଆର୍‌ଜେଡି ନେତା ମନୋଜ ଝା, ଏନ୍‌ସି ନେତା ହସ୍‌ନୈନ୍‌ ମାସୁଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଗୁଲାମ୍‌ ନବୀ ଆଜାଦ୍‌, ଅହମଦ ପଟେଲ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri