କଂଗ୍ରେସର ମିଡିଆ ସେଲ୍‌ ତାଲିକା ଭାଇରାଲକୁ ନେଇ ଅଡୁଆ: ସତ୍ୟ ପ୍ରକାଶ ଦଳ ଛାଡିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ମିଡିଆ ସେଲ୍‌ କମିଟି ଗଠନ କରିବା ଲାଗି ଯୋଜନା ଆରମ୍ଭ କରିଛନ୍ତି। ମିଡିଆ ସେଲ୍‌ରେ ୨୭ଜଣ ନେତାଙ୍କୁ ଥଇଥାନ କରିବାର ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କିତ ପୁରା ତାଲିକା ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଅନୁମୋଦନ ସକାଶେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି କରାଯାଇଛି। ଜିତେନ୍ଦ୍ରଙ୍କ ଅନୁମୋଦନ ପରେ ଉକ୍ତ ତାଲିକା ପ୍ରକାଶ ପାଇଥାଆନ୍ତା। ହେଲେ ଏହା ପୂର୍ବରୁ ସବୁକିଛି ଗଡବଡ ହୋଇଯାଇଛି। ପିସିସି ପକ୍ଷରୁ ପ୍ରସ୍ତୁତ ଚିଠା ଗଣମାଧ୍ୟମରେ ପ୍ରଘଟ ହୋଇଯିବାପରେ ସବୁକିଛି ବିଗିଡି ଯାଇଛି। ନିର୍ବାଚନ ପୂର୍ବରୁ ମିଡିଆ ସେଲ୍‌ ଅଧ୍ୟକ୍ଷଭାବେ ସତ୍ୟ ପ୍ରକାଶ ନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପିସିସିର ସମସ୍ତ କମିଟି ଭାଙ୍ଗିଦେବାପରେ ନୂଆ କମିଟି ଗଠନ ହେବାର ଥିଲା। ମାତ୍ର କମିଟି ଗଠନ ହୋଇ ନ ଥିଲେ ମଧ୍ୟ ସତ୍ୟ ପ୍ରକାଶ ଦଳର ସମସ୍ତ ଗଣମାଧ୍ୟମ ଦାୟିତ୍ୱ ବୁଝି ଆସୁଥିଲେ। ହେଲେ ହଠାତ୍‌ ବାହାରେ ପ୍ରଘଟ ହୋଇଥିବା ଦଳର ଗଣମାଧ୍ୟମ ସେଲ୍‌ ତାଲିକାରେ ସତ୍ୟ ପ୍ରକାଶଙ୍କୁ ରିସୋର୍ସ ପର୍ସନଭାବେ ରଖାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ମିଡିଆ ସେଲ୍‌ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ରହିଛି। ଉକ୍ତ ତାଲିକା ପ୍ରକାଶ ପାଇବାପରେ କୁଆଡେ ସତ୍ୟ ପ୍ରକାଶ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇସାରିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମାତ୍ର ଏନେଇ ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ। ଅନ୍ୟପଟେ ଭାଇରାଲ ହୋଇଥିବା କଂଗ୍ରେସ ମିଡିଆ ସେଲ୍‌ ତାଲିକାର ସତ୍ୟତା ନ ଥିବା ଖୋଦ୍‌ ପିସିସି ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri