ଢେଙ୍କାନାଳ ଅଫିସ, ୧୭।୪ – କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଢେଙ୍କାନାଳ ଜିଲା କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଦଳପକ୍ଷରୁ ଜିଲାସ୍ତରୀୟ କୋଭିଡ୍-୧୯ ଆକ୍ସନ ଗ୍ରୁପ୍ ଗଠିତ ହୋଇଛି। ଡା. ତୁଷାରକାନ୍ତି ନାୟକଙ୍କୁ ଜିଲା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେହିପରି ଢେଙ୍କାନାଳ ପୌରାଞ୍ଚଳ ସଂଯୋଜକ ଭାବେ ଶିଳ୍ପୀ ହରିଚନ୍ଦନ, ସଦର ବ୍ଲକ ସଂଯୋଜକ ଭରତ ସାମଲ, ହିନ୍ଦୋଳ ବ୍ଲକ ପାଇଁ ପର୍ଶୁରାମ ଗଡନାୟକ, ଏନ୍ଏସି ପାଇଁ ରସାନନ୍ଦ ବେହେରା, ଓଡ଼ାପଡ଼ା ବ୍ଲକ ପାଇଁ କରୁଣାକର ବେହେରା, ଗଁଦିଆ ବ୍ଲକ ପାଇଁ ଶେଷଦେବ ମହାପାତ୍ର, କଙ୍କଡ଼ାହାଡ଼ ବ୍ଲକ ପାଇଁ ନଗେଶ ଚନ୍ଦ୍ର ପଣ୍ଡା, କାମାକ୍ଷାନଗର ଏନ୍ଏସି ପାଇଁ ମନୋଜ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ କାମାକ୍ଷାନଗର ବ୍ଲକ ପାଇଁ ପ୍ରଭୁଦତ୍ତ ଭଟ୍ଟ, ପରଜଙ୍ଗ ବ୍ଲକ ପାଇଁ ରଣଜିତ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଜିଲାରେ ଆରମ୍ଭ ହୋଇଥିବା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା, ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା, ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା, ଶଟ୍ଡାଉନ କରାଯାଇଥିବା ଅଞ୍ଚଳରେ ନାଗରିକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଜରୁରୀ ସମୟରେ ରୋଗୀମାନେ ଡାକ୍ତରଖାନାକୁ ଯିବା ଲାଗି ୧୦୮କୁ ଫୋନ୍ କଲେ ଜବାବ ମିଳୁ ନ ଥିବା ଦଳ ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ପ୍ରତି ଥାନା ସହିତ ୧୦ରୁ ୧୫ ଅଟୋରିକ୍ସା ଚାଳକଙ୍କୁ ସଂଯୋଗ କରାଗଲେ ୧୦୦କୁ ଡାଏଲ୍ କରି ରୋଗୀମାନେ ସୁବିଧା ପାଇପାରନ୍ତେ ବୋଲି ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଜିଲା ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, କମିଟି ସଂଯୋଜକ ରୁଦ୍ରପ୍ରକାଶ ଶରଣ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...
କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା
ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...
ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ
ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...
ଜେଲ୍ରେ କଏଦୀଙ୍କ ଆନ୍ଦୋଳନ
ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...
ବ୍ଲକ୍ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା
ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି...
ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ
ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...
ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ
ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…
ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...
Archives


