Posted inଜାତୀୟ

କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ ସ୍ଥାଣୁ ପାଲଟିଯାଇଛି। କଂଗ୍ରେସ ପାଖରେ ନା ଅସଲ ପ୍ରସଙ୍ଗ ଅଛି ନା ନିର୍ଣ୍ଣାୟକ ନେତୃତ୍ୱ ନେବା ଭଳି ବ୍ୟକ୍ତିତ୍ୱ। ସମ୍ଭବତଃ ଏଥିପାଇଁ କଂଗ୍ରେସ ଜାତୀୟ ରାଜନୀତିରେ ଏକପ୍ରକାର ବାଟବଣା ହେଲା ଭଳି ମନେହେଉଛି। ଉପଯୁକ୍ତ ନୀତି ଓ ରଣନୀତି ନ ଆପଣାଇଲେ ଦଳର ସାଙ୍ଗଠନିକ ସ୍ଥିତି ଆହୁରି ଦୋହଲିଯାଇପାରେ ବୋଲି କୁହାଯାଉଛି।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ମାତ୍ର ୪୪ ଆସନ ମିଳିଥିଲା। କେନ୍ଦ୍ରରେ ଉପା ସରକାର ୧୦ ବର୍ଷ ରହିବା ପରେ ସେତେବେଳେ ଲୋକେ ପରିବର୍ତ୍ତନ ଚାହିଁଥିଲେ। ଦେଶରେ ଉପା ସରକାର ବିରୋଧୀ ମନୋଭାବ ସାଙ୍ଗକୁ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଲହର ସୃଷ୍ଟି ହୋଇଥିଲା। ଫଳରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା। ତେବେ ଏନ୍‌ଡିଏ କ୍ଷମତାରେ ରହିବାର ୫ ବର୍ଷ ପରେ ମଧ୍ୟ ୨୦୧୯ ନିର୍ବାଚନରେ ସରକାର ବିରୋଧୀ ପ୍ରସଙ୍ଗଗୁଡିକୁ ଜନସାଧାରଣଙ୍କ ସାମନାକୁ ଆଣି ସେଗୁଡିକୁ ଭୋଟରେ ବଦଳାଇବାରେ କଂଗ୍ରେସ ବିଫଳ ହେଲା। ଅନ୍ୟ ପ୍ରସଙ୍ଗଗୁଡିକରୁ ଦୂରେଇ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଫାଲ ପ୍ରସଙ୍ଗକୁ ନେଇ ନିର୍ବାଚନୀ ସଭାଗୁଡିକରେ ବାରମ୍ବାର ମୋଦିଙ୍କୁ ଚୋର କହିବା କଥାକୁ ସାଧାରଣ ଲୋକେ ଗ୍ରହଣ କଲେନି। ଏହା ବ୍ୟତୀତ ନ୍ୟାୟ ଯୋଜନାରେ ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ଯୋଗାଇଦେବା ଲାଗି କଂଗ୍ରେସର ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସକୁ ନେଲେ ନାହିଁ। କୃଷି ସମସ୍ୟା, ବେକାରି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପରବର୍ତ୍ତୀ ଆର୍ଥିକ ଅବନତି ଆଦି ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଭଳି ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚତ୍ ପାରିଲା ନାହିଁ। ଫଳରେ ୫ ବର୍ଷର ସୁଯୋଗ ପାଇ ମଧ୍ୟ କଂଗ୍ରେସ ଲୋକ ସଭାରେ ମାତ୍ର ୮ ଆସନ ବଢ଼ାଇବାରେ ସକ୍ଷମ ହେଲା। ଏପରିକି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଉତ୍ତରପ୍ରଦେଶର ଅମେଠିରେ ମଧ୍ୟ ଦଳ ଅଧ୍ୟକ୍ଷ ରାହୁଲଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କ୍ଷମତାକୁ ଫେରିବା ଲାଗି ଲକ୍ଷ୍ୟ ରଖିଥିବା କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଲା। ୨୦୧୯ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଏବେ ଦଳର ନୀତି, ରଣନୀତି ଓ କାର୍ଯ୍ୟଧାରାର ସମୀକ୍ଷା ଜରୁରୀ ହୋଇପଡିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅମେଠିରେ ରାହୁଲଙ୍କ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ କାର୍ଯ୍ୟକୁ ଅନୁଧ୍ୟାନ କରୁଥିବା ଜୁବେର ଖାନ୍‌ ଏବଂ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା କିଶୋରୀଲାଲ ଶର୍ମା କିଛିଦିନ ହେଲା ଅମେଠିରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତେବେ କେବଳ ଅମେଠି ପରାଜୟ ନୁହେ,ଁ ସାରା ଦେଶରେ ଦଳ ସମ୍ମୁଖୀନ ହୋଇଥିବା ବିପର୍ଯ୍ୟୟର ସମୀକ୍ଷା ହେବା ଦରକାର ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri