ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ମାମଲା: ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର, ୨।୨୫(ବ୍ୟୁରୋ): ଓୟୁଏଟି ପ୍ରବେଶିକା ପରୀକ୍ଷାରେ ନକଲି ପରିକ୍ଷାର୍ଥୀ ଧରାପଡିବା ପରେ ଏଥିପାଇଁ ଏକ ବଡ଼ ର଼୍ୟାକେଟ କାର୍ଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ଗିରଫ ୪ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ମଙ୍ଗଳବାର ଏନେଇ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି। ଅନୁମତି ମିଳିବା ପରେ ପୋଲିସ ସେମାନଙ୍କୁ ଆଣି ର଼୍ୟାକେଟର ପର୍ଦ୍ଦାଫାଶ କରିବ। ଆବଶ୍ୟକ ପଡ଼ିଲେ ପୋଲିସ ଝାଡ଼ଖଣ୍ଡ ଓ ରାଜସ୍ଥାନ ଯାଇ ର଼୍ୟାକେଟର ଚେର ଖୋଜିବ। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଓଡ଼ିଶାରେ ମୁଖ୍ୟ କାର୍ପଟଦାର କିଏ, ର଼୍ୟାକେଟର ଚେର ଅନ୍ୟ କେଉଁସବୁ ରାଜ୍ୟକୁ ଲମ୍ବିଛି ଓ ପୂର୍ବରୁ କେତେଜଣ ଏପରି ନକଲି ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି, ପୋଲିସ ଏସବୁ ଜାଣିବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ପୋଲିସ ମଙ୍ଗଳବାର ଗିରଫ ଅଭିଯୁକ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରିଥିଲା। ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟ ସହ ସେମାନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଟଙ୍କା ପଠାଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ପଚାରିଥିଲେ ମଧ୍ୟ ସେମାନେ ଭିନ୍ନ ଉତ୍ତର ଦେଇଛନ୍ତି। ଗିରଫ ଯୁବକଙ୍କଠାରୁ ଧାର ନେଇଥିବା ଟଙ୍କାକୁ ତାଙ୍କ ଆକାଉଣ୍ଟ୍‌ରେ ଡିପୋଜିଟ କରିଥିବା ସେ ସଫେଇ ଦେଇଛନ୍ତି। ହେଲେ ପୋଲିସ ଏହାକୁ ବିଶ୍ୱାସକୁ ନେଇପାରିନାହିଁ। ଅନ୍ୟ ଯେଉଁମାନେ ଟଙ୍କା ପଠାଇଛନ୍ତି ସେମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି। ଏହାସହ ନକଲି ପରିକ୍ଷାର୍ଥୀଙ୍କ ପରୀକ୍ଷା ଖାତାକୁ ପୋଲିସ ଜବତ କରି କୋର୍ଟକୁ ପଠାଇଛି।
ସୂଚନା ଅନୁଯାୟୀ, ରବିବାର ଓୟୁଏଟି ପ୍ରବେଶିକା ପରୀକ୍ଷା ଥିଲା। ଖଣ୍ଡଗିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ରାଜସ୍ଥାନର ଆଦର୍ଶ ଚୌଧୁରୀ ନାମକ ଜଣେ ଯୁବକ ପୁରୀ ଗୋପ ଅଞ୍ଚଳର ଯୁଧିଷ୍ଠିର ମଲ୍ଲିକ ନାମରେ ପରୀକ୍ଷା ଦେଉଥିଲେ। ହେଲେ ପରୀକ୍ଷା ଦେବା ସମୟରେ ସେ ଯୁଧିଷ୍ଠିର ନାମ ଲେଖିବା ବଦଳରେ ନିଜର ପ୍ରକୃତ ନାମ ଭୁଲ୍‌ରେ ଲେଖି ଦେଇଥିଲେ। ଫଳରେ ପରୀକ୍ଷା ହଲରେ ଥିବା ଇନ୍‌ଭିଜିଲେଟରଙ୍କ ସନ୍ଦେହ ହୋଇଥିଲା। ସେ ଆଡମିଟ୍‌ କାର୍ଡରେ ଥିବା ଫଟୋ ଓ ପରୀକ୍ଷା ଦେଉଥିବା ଆଦର୍ଶଙ୍କ ଚେହେରାକୁ ଦେଖି ଅଲଗା ଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ସେ ତୁରନ୍ତ ଖଣ୍ଡଗିରି ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ନକଲି ପରିକ୍ଷାର୍ଥୀ ବୋଲି ସ୍ପଷ୍ଟ ହୋଇଥିଲା। ତାଙ୍କ ବୟାନ ଅନୁସାରେ ଅନ୍ୟ ସେଣ୍ଟରରେ ପରୀକ୍ଷା ଦେଉଥିବା ଝାଡ଼ଖଣ୍ଡର ଅମିତ କୁମାର ସିଂ ଓ ବିହାରର ଅମୀୟ ଭୂଷଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଅଧିକ ପଚରାଉଚରା କରିବାରୁ ଏଥିରେ ଏକ ର଼୍ୟାକେଟ କାର୍ଯ୍ୟ କରୁଥିବା ଓ ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଡିଲ୍‌ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ଯେଉଁ ହୋଟେଲରେ ଏପରି ଡିଲ୍‌ ହୋଇଥିଲା ସେଠାରେ ପୋଲିସ ଚଢାଉ କରି ନୟାପଲୀ ଅଞ୍ଚଳର ରଞ୍ଜିତ କୁମାର ବେଉରାଙ୍କୁ ଗିରଫ କରିଥିଲା।
‘ଚିଟିଂ ଇଣ୍ଡିଆ’ର
ବାସ୍ତବ ଚିତ୍ର ଓଡ଼ିଶାରେ
ହିନ୍ଦୀ ଫିଲ୍ମ ‘ଚିଟିଂ ଇଣ୍ଡିଆ’ର ବାସ୍ତବ ଚିତ୍ର ଓଡ଼ିଶାରେ ଦେଖିବାକୁ ମିିଳିଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ହେଉଥିବା ପ୍ରବେଶିକା ପରୀକ୍ଷାରେ ନକଲି ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏହି ରାକେଟର ଚେର ଝାଡ଼ଖଣ୍ଡ, ରାଜସ୍ଥାନ ଆଦି ରାଜ୍ୟକୁ ଲମ୍ବିଛି। ସେସବୁ ରାଜ୍ୟର ମେଧାବୀ ଛାତ୍ରମାନେ ଟଙ୍କା ନେଇ ପରୀକ୍ଷା ଦେଉଛନ୍ତି। ଏପରିକି ଜଣଙ୍କ ପିଛା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍‌ ହେଉଛି। ଅଧାଟଙ୍କା ଅଗ୍ରମ ଆକାରରେ ନିଆଯାଉଥିବାବେଳେ ବାକି ଟଙ୍କା ଫଳାଫଳ ବାହାରିବା ପରେ ନେଉଛନ୍ତି ଦଲାଲ। ଏଥିପାଇଁ ପ୍ରବେଶିକା ପରୀକ୍ଷାର କିଛି ବହି ମଧ୍ୟ ପଢିବାକୁ ଦିଆଯାଉଛି। ପ୍ରକୃତ ପରିକ୍ଷାର୍ଥୀଙ୍କ ଭଳି ଏମାନଙ୍କୁ ବେଶଭୂଷାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର, ନିୟମାବଳୀ ଓ କଟକଣା ସଂକ୍ରାନ୍ତରେ ମଧ୍ୟ ଅବଗତ କରାଯାଇଥାଏ। ସୋମବାର ଓୟୁଏଟି ପ୍ରବେଶିକା ପରୀକ୍ଷା ଦେଇଥିବା ୪ଜଣ ନକଲି ପରିକ୍ଷାର୍ଥୀ ଧରାପଡିବା ପରେ ଏବେ ‘ଚିଟିଂ ଇଣ୍ଡିଆ’ ପିଲ୍ମକୁ ଓଡ଼ିଶା ସହ ଯୋଡ଼ି ନାନା ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri