Posted inଖେଳ

ଓ୍ବାର୍ମଅପ୍‌ ମ୍ୟାଚ୍‌: ୨୬୩ ରନ୍‌ରେ ଅଲଆଉଟ୍‌ ଭାରତ, ହନୁମାଙ୍କ ଶତକ

ହାମିଲଟନ,୧୪।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରା(୯୩)ଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ଏକମାତ୍ର ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଦିନରେ ୨୬୩ ରନ୍‌ରେ ସୀମିତ ରହିଛି। ଓପନିଂ ସ୍ପଷ୍ଟ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୟଙ୍କ ଅଗ୍ରଓ୍ବାଲ (୧), ପୃଥ୍ବୀ ଶ (୦) ଓ ଶୁବମନ ଗିଲ (୦) ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତାର କାରଣ। ଶ ଓ ଗିଲ ଅତ୍ୟଧିକ ବାଉନ୍ସ ଯୋଗୁ ଫଶି ଥିବାବେଳେ ସୁଇଙ୍ଗ୍‌ ବୁଝି ନ ପାରି ଆଉଟ ହୋଇଥିଲେ ଅଗ୍ରଓ୍ବାଲ। ନ୍ୟୁଜିଲାଣ୍ଡ ପେସର ସ୍କଟ କୁଗଲେଜିନ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅଧିନାୟକ ବିରାଟ କୋହଲି ଓ୍ବାର୍ମଅପ୍‌ ମ୍ୟାଚ୍‌ ପରିବର୍ତ୍ତେ ନେଟ୍‌ ସେସନରେ ଯୋଗ ଦେଇଥିଲେ। ତାଙ୍କ ଅନୁପସ୍ଥିତିରେ ଗିଲ ୪ର୍ଥ କ୍ରମରେ ବ୍ୟାଟିଂ କରିଥିଲେ। ଶ ଓ ଅଗ୍ରଓ୍ବାଲଙ୍କ ଭଳି ଗିଲ ମଧ୍ୟ କୁଗଲେଜିନଙ୍କ ଦ୍ୱାରା ହିଁ ଆଉଟ୍‌ ହୋଇଥିଲେ। ଟିମ୍‌ ଇଣ୍ଡିଆ ମାତ୍ର ୫ ରନ୍‌ରେ ୩ ଉଇକେଟ ହରାଇସାରିଥିଲା। ପ୍ରଥମ ଘଣ୍ଟାରେ ଅଜିଙ୍କ୍ୟ ରାହାନେ ଚତୁର୍ଥ ଉଇକେଟ ପାଇଁ (୧୮) ମଧ୍ୟ ପ୍ୟାଭିଲିଅନ ଫେରିଥିଲେ। ବିହାରୀ ଓ ପୂଜାରା ୧୯୫ ରନ୍‌ ଯୋଡ଼ିଥିଲେ। ସ୍ପିନର ଇଶ ସୋଧିଙ୍କ ବଲକୁ ଛକା ମାରିବାକୁ ଯାଇ ପୂଜାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବିହାରୀ ତିନି ଅଙ୍କ ସ୍କୋର ଛୁଇଁବା ପରେ ରିଟାୟର୍ଡ ଆଉଟ୍‌ ହୋଇଥିଲେ। ଭାରତୀୟ ଦଳ ମାତ୍ର ୩୦ ରନ୍‌ରେ ଅନ୍ତିମ ୬ ଉଇକେଟ ହରାଇଥିଲା। ଉଇକେଟକିପର ରିଷଭ ପନ୍ତଙ୍କ ପାଇଁ ପୁଣି ଥରେ ଖରାପ ଶଟ୍‌ କାଳ ପାଲଟିଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତୀୟ ଦଳ- ୭୮.୫ ଓଭରରେ ୨୬୩/ଅଲଆଉଟ୍‌ (ହନୁମା ବିହାରୀ ୧୦୧, ଚେତେଶ୍ୱର ପୂଜାରା ୯୩, ସ୍କଟ କୁଜଲେଜିନ ୪୦/୩, ଇଶ ସୋଧି ୭୨/୩, ଜ୍ୟାକ ଗିବସନ ୨୬/୨)।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri