Posted inଖେଳ

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି ବୋଲି ରାଜ୍ୟର ବିଭିନ୍ନ କ୍ରିକେଟ କ୍ଲବ ଅଭିଯୋଗ କରିଛନ୍ତି। ଏହି ଅଡୁଆ ତୁଟାଇବାକୁ ବିସିସିଆଇ ଆମିକସ୍‌ କ୍ୟୁରି ଶନିବାର ସ୍ବତନ୍ତ୍ର ବୈଠକ ଡକାଇଥିଲେ। ଦିଲ୍ଲୀ ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରି ପି.ଏସ୍‌. ନରିସୀମାଙ୍କୁ ଭେଟିଛନ୍ତି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ଓ ରାମେଶ୍ୱର ସ୍ପୋର୍ଟିଂ ସମ୍ପାଦକ ଦୀପକ ମଙ୍ଗରାଜ। ଓଡ଼ିଶା କ୍ରିକେଟର ଭାଗ୍ୟ, ଭବିଷ୍ୟତକୁ ନେଇ ଦୀର୍ଘ ସମୟର ଆଲୋଚନା ହୋଇଛି। ସମ୍ବିଧାନ ସଂଶୋଧନକୁ ନେଇ ରହିଥିବା ବିବାଦକୁ ତୁଟାଇବାକୁ ଆମିକସ୍‌ କ୍ୟୁରି ମତ ରଖିଛନ୍ତି। ତିନିଜଣଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଆମିକସ୍‌ କ୍ୟୁରି ଡାକି ପଚରାଉଚରା କରିଛନ୍ତି। ଏହି ବୈଠକ ଓ ଆଲୋଚନାରୁ ଏହା ପ୍ରତିଫଳିତ ହେଉଛି ଯେ, ଓସିଏ ନିର୍ବାଚନ ପାଖେଇ ଆସୁଛି। ଓସିଏର ସମ୍ବିଧାନକୁ ତ୍ରୁଟିଶୂନ୍ୟ କରାଯାଇ ଓ ବିଭିନ୍ନ କ୍ଲବ, ସଙ୍ଗଠନର ଅଭିଯୋଗକୁ ସମାଧାନ କରାଯାଇ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବାର ଏହା ପୂର୍ବାଭାଷ।

ଅଗଷ୍ଟ ୨୧ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ସମ୍ବିଧାନ ସଂଶୋଧନ କରାଯିବା ନେଇ ନିର୍ଦ୍ଦେଶ ଆସିଥିଲା। ନିର୍ଦ୍ଦେଶନାମାରେ ଏକ ମାସ ମଧ୍ୟରେ ସମ୍ବିଧାନ ସଂଶୋଧନ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏ ନେଇ ଓସିଏ ପକ୍ଷରୁ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯିବା ପରେ ସମସ୍ତଙ୍କ ମତ ଲୋଡ଼ି ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଓସିଏ କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କୁହାଯାଇଥିଲା। ମାତ୍ର ବୈଠକ ଡକା ନ ଯାଇ ସମ୍ବିଧାନ ସଂଶୋଧନ ରିପୋର୍ଟ ପ୍ରସ୍ତୁତ କରାଯାଇ ପଠାସରିଛି ବୋଲି ଜଣାପଡ଼ିବା ପରେ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟ କ୍ରିକେଟ କ୍ଷେତ୍ରରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ସମ୍ବିଧାନ ସଂଶୋଧନ ରିପୋର୍ଟରେ କ୍ଲବଗୁଡ଼ିକୁ ବାଦ୍‌ ଦିଆଯାଇଥିବା ଜାଣି ପ୍ରମୁଖ କ୍ଲବର ମାଲିକମାନେ ମେଳି ବାନ୍ଧିବା ସହ ଏହାକୁ ତୀବ୍ର ବିରୋଧ କରିଥିଲେ। ଏପରି କି ଏ ନେଇ କ୍ଲବ ମାଲିକମାନେ ବିସିସିଆଇର ସିଇଓ ରାହୁଲ ଜୋହରୀ ଓ ସିଓଏର ଅଧ୍ୟକ୍ଷ ବିନୋଦ ରୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏପରି କି ବରିଷ୍ଠ କ୍ରୀଡ଼ା ସଙ୍ଗଠକମାନେ ଆଇନର ଦ୍ୱାରସ୍ଥ ମଧ୍ୟ ହୋଇଥିବା ଜଣାପଡ଼ିଥିଲା। ଯେଉଁ ୨୦ଟି କ୍ଲବର ନାମ ଓସିଏ ପଠାଇଛି ସେଗୁଡ଼ିକ ହେଲା- ଟାଉନ କ୍ଲବ, ରୋଭର୍ସ କ୍ଲବ, ଜୟଦୁର୍ଗା କ୍ଲବ, ସନ୍‌ରାଇଜ କ୍ଲବ, ସନ୍‌ସାଇନ କ୍ଲବ, କିଶୋର କ୍ଲବ, ରୟାଲ କ୍ଲବ, ବିସିୟୁ, ମଙ୍ଗଳା କ୍ଲବ, ସହିଦ ସ୍ପୋର୍ଟିଂ କ୍ଲବ, ଏଲ୍‌ଆଇସି ସ୍ପୋଟର୍‌ସ କ୍ଲବ, ରାଇଜିଂ ଷ୍ଟାର କ୍ଲବ, ଓଜିପି କ୍ଲବ, ଜଗତପୁର ଆଥ୍‌ଲେଟିକ ଆସୋସିଏଶନ, ଏସିସି, ଏସ୍‌ବିଆଇ ସ୍ପୋର୍ଟସ କ୍ଲବ, ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ୟୁନିୟନ ସ୍ପୋର୍ଟିଂ କ୍ଲବ, ବିଶ୍ୱଭାରତୀ କ୍ଲବ ଓ ଜୁଭେନାଇଲ କ୍ଲବ। ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦଙ୍କୁ କ୍ଲବ, ସ୍କୁଲ ଓ କଲେଜର ସଦସ୍ୟତା ନେଇ ଆମିକସ୍‌ ଅଧିକ ପଚରାଉଚରା କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ ଘରୋଇ ଟୁର୍ନାମେଣ୍ଟର ତାରିଖ ପାଖେଇ ଆସୁଥିବାରୁ ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ହେଉଥିବା ସମସ୍ୟାର ସମାଧାନ ନେଇ ମତ ରଖିବାକୁ ଆଶୀର୍ବାଦଙ୍କୁ କୁହାଯାଇଥିଲା। ପୂର୍ବରୁ ଓସିଏର ବାଇ ଲ’ ଅନୁଯାୟୀ କ୍ଲବ, ସ୍କୁଲ ଓ କଲେଜକୁ ସଦସ୍ୟତା ମିଳିଛି ବୋଲି ଆଶୀର୍ବାଦ କହିଥିଲେ। ଏହାଛଡ଼ା ଓସିଏର ସମସ୍ତ ପଦବୀ ଫାଙ୍କା ହେବା ପରଠାରୁ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟ ଆଗେଇନେବା ସମ୍ପର୍କରେ ମଧ୍ୟ ଆଶୀର୍ବାଦ ଆଲୋଚନା କରିଛନ୍ତି। ଓସିଏରେ ମୁଖ୍ୟ ସମସ୍ୟା କ’ଣ ରହିଛି ବୋଲି ଆମିକସ୍‌ କ୍ୟୁରି କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇଙ୍କୁ ପଚାରିଥିଲେ। ଏହାର ଜବାବରେ ଅଧ୍ୟକ୍ଷ ପଲାଇ କେବଳ ଅର୍ଥସଙ୍କଟ ବୋଲି ମତ ଦେଇଛନ୍ତି। ସମ୍ବିଧାନ ସଂଶୋଧନର ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ କ୍ଲବଗୁଡ଼ିକୁ ସଦସ୍ୟତା ନ ଦେବାର ପ୍ରଶ୍ନରେ ଅଧ୍ୟକ୍ଷ ପଲାଇ କହିଥିଲେ ଯେ, ଲୋଧା କମିଟିର ସୁପାରିସ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଥିଲା। ନିୟମ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ। କ୍ଲବଗୁଡ଼ିକୁ ସଦସ୍ୟତା ଦିଆଯିବ କି ନାହିଁ ସେ ନେଇ ଅନେକଥର ସିଓଏକୁ ଚିଠି ଲେଖାଯାଇଥିଲା ବୋଲି ସେ କହିଥିଲେ। ଭୁବନେଶ୍ୱରର ଦୁଇ କ୍ଲବ ରାମେଶ୍ୱର ସ୍ପୋର୍ଟିଂ ଓ ସହିଦ ସ୍ପୋର୍ଟିଂ ସଦସ୍ୟତା ନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଦୁଇ କ୍ଲବ ପକ୍ଷରୁ ରାମେଶ୍ୱର ସ୍ପୋର୍ଟିଂ ସମ୍ପାଦକ ଦୀପକ ମଙ୍ଗରାଜ ଆମିକସ୍‌ କ୍ୟୁରିଙ୍କ ନିକଟରେ ହାଜର ହୋଇଥିଲେ। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ ମଧ୍ୟ ପୂର୍ଣ୍ଣ ସଦସ୍ୟତା ଦିଆ ନ ଯିବା ଦୁର୍ଭାଗ୍ୟଜନକ ବୋଲି ଦୀପକ ମତ ଦେଇଥିଲେ। ଦୀପକ ନିଜେ ଜଣେ ଜାତୀୟସ୍ତରର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri