Posted inଖେଳ

ଓସିଏ ନିର୍ବାଚନ: ସ୍କୁଲ, କଲେଜ ଭୋଟରେ ଅଙ୍କ ଓଲଟିପାରେ

କଟକ ଅଫିସ,୨୬ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ଗୋଟିଏ ଦିନ ବାକି ରହିଛି। ଗୁରୁବାର ରାତି ପାହିଲେ ନିର୍ବାଚନକୁ ଓହ୍ଲାଇବେ ୧୦ ପ୍ରାର୍ଥୀ। ୫ ପଦବୀ ନିମନ୍ତେ ୧୦ ଆଶାୟୀଙ୍କ ମଧ୍ୟରେ ମୁକାବିଲା ହେବ। ନିର୍ବାଚନକୁ ନେଇ ଦୀର୍ଘଦିନ ଧରି ଚାଲିଛି ଜୋରଦାର ଅଙ୍କକଷା। କେଉଁ ୟୁନିଟର ଭୋଟ କାହା ପାଖକୁ ଯିବ ସେ ନେଇ ଏବେବି ଚିତ୍ର ସ୍ପଷ୍ଟ ହୋଇନି। ତଥାପି ଉଭୟ ଗୋଷ୍ଠୀ ମ୍ୟାଜିକ ନମ୍ବର (୩୭)କୁ ଟପିବେ ବୋଲି ଦୃଢ଼ ଆଶା ରଖିଛନ୍ତି। କ୍ଲବ, ଜିଲା ସଂଘର ଭୋଟ ଭାଗବଣ୍ଟା ସରିଥିବାବେଳେ ସ୍କୁଲ, କଲେଜ ଭୋଟଗୁଡ଼ିକ ନିର୍ବାଚନୀ ଅଙ୍କକଷାକୁ ଓଲଟାଇପାରେ ବୋଲି କିଛି କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଉକ୍ତ ୟୁନିଟଗୁଡ଼ିକର ଭୋଟକୁ ହାତେଇବା ସହଜ ହୋଇ ନ ଥିବା ଜଣାପଡ଼ିଛି। ଓସିଏ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ହେଉଛି ୭୩। ଏଣୁ ୩୭ ଖଣ୍ଡ ଭୋଟ ପାଇଲେ ଜଣେ ପ୍ରାର୍ଥୀ ବିଜୟ ହାସଲ କରିବେ। ଏହା ମଧ୍ୟରେ ସ୍କୁଲ ଓ କଲେଜରୁ ୧୪ ଖଣ୍ଡ ଭୋଟ ରହିଛି। ପୂର୍ବରୁ କୌଣସି ସ୍କୁଲ କିମ୍ବା କଲେଜରୁ ପିଇଟିଙ୍କୁ ପ୍ରତିନିଧି ଭାବେ ପଠାଯାଉଥିଲା। ମାତ୍ର ଚଳିତବର୍ଷ ଏହାର ଅଧ୍ୟକ୍ଷ କିମ୍ବା ଅଧ୍ୟକ୍ଷାଙ୍କ ନାମ ଆସିଛି। ଯାହା ଫଳରେ ଏହି ଭୋଟକୁ ହାତେଇବା ସହଜ ହୋଇ ପାରୁନାହିଁ। ଉକ୍ତ ୧୪ ଖଣ୍ଡ ଭୋଟରୁ ଯିଏ ଅଧିକ ପାଇବ ସେ ଗୋଷ୍ଠୀ ନିମନ୍ତେ ବିଜୟୀ ହେବାର ଆଶା ମଜବୁତ ହେବ। ଏଣୁ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଉଭୟ ଗୋଷ୍ଠୀଙ୍କର ମୁଖ୍ୟ ଟାର୍ଗେଟରେ ସ୍କୁଲ ଓ କଲେଜ ଭୋଟ ରହିଥିବା ଜଣାପଡ଼ିଛି। ଭୁବନେଶ୍ୱରକୁ ମିଶାଇ ୩୧ଖଣ୍ଡ ଜିଲା ଭୋଟ ରହିଛି। ଜିଲାର ପ୍ରତିନିଧିମାନଙ୍କୁ ଡାକି ଉଭୟ ଗୋଷ୍ଠୀ ପୂର୍ବରୁ ଅନେକ ଗୁପ୍ତ ବୈଠକ ଆୟୋଜନ କରିସାରିଛନ୍ତି। ଏଣୁ ଏହି ଭୋଟଗୁଡ଼ିକ ପ୍ରାୟତଃ ଭାଗବଣ୍ଟା ସରିଛି।

୩ ସ୍ଥାନକୁ ଗଲା ପୋଷ୍ଟାଲ ବାଲାଟ୍‌
୩ଜଣ ପୋଷ୍ଟାଲ ବାଲାଟ୍‌ରେ ଭୋଟ ଦେବେ। ଏଥି ନିମନ୍ତେ ୩ଜଣଙ୍କ ନିକଟକୁ ପୋଷ୍ଟାଲ ବାଲାଟ ପଠାସରିଥିବା ଜଣାପଡ଼ିଛି। ଝାରପଡ଼ା ଜେଲରେ ଥିବା ଆଶୀର୍ବାଦ ବେହେରା, ଜୟପୁରରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ମ୍ୟାଚ୍‌ ରେଫରୀ ଭାବେ ଦାୟିତ୍ୱ ତୁଲାଉଥିବା ସଞ୍ଜୟ ରାଉଳ ଓ ଅଫିସ ମିଟିଂ ନିମନ୍ତେ ବରୋଦାରେ ଥିବା ରେଲୱେର ବିଜୟ ମିଶ୍ର ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେବେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ପାଇଲା ନିର୍ବାଚନୀ ପ୍ରୋଟୋକଲ୍‌
ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ବୁଧବାର ନିର୍ବାଚନୀ ପ୍ରୋଟୋକଲ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କଠାରୁ ଆରମ୍ଭ କରି ମତଦାତାଙ୍କ ନିମନ୍ତେ କେଉଁ ରଙ୍ଗର ପରିଚୟ ପତ୍ର ହୋଇଛି ତାହା ଉଲ୍ଲେଖ କରିଛନ୍ତି। ଏହାଛଡ଼ା କୌଣସି ବିଶୃଙ୍ଖଳିତ କାର୍ଯ୍ୟ ନ କରିବା ନେଇ ନିବେଦନ ହୋଇଛି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ସଂଖ୍ୟା ସମାନ ହେଲେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚୂଡ଼ାନ୍ତ ଫଳାଫଳ ନିର୍ଦ୍ଧାରିତ ହେବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri