Posted inଖେଳ

ଓସିଏ କାଉନ୍‌ସିଲ ବୈଠକ : ‘ଭିଜନ୍‌-୨୦୨୪’ ଉପରେ ଗୁରୁତ୍ୱ

କଟକ ଅଫିସ,୨୯।୧୦- କ୍ରିକେଟ ତୃଣମୂଳସ୍ତରରୁ ବିକାଶ ହେବ। ଗାଁ ଗହଳିରୁ ଭଲ କ୍ରିକେଟ ଖେଳାଳି ଖୋଜାଯିବେ। ଏ ଦିଗରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମସ୍ତ ପ୍ରଚେଷ୍ଟା କରିବ। ଏପରି କି ସ୍କୁଲ, କଲେଜସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟ ହେବା ସହ ରେସିଡେନ୍ସିଆଲ ବ୍ୟବସ୍ଥା କରାଯାଇ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ୨୦୨୪ ମସିହା ପୂର୍ବରୁ ରାଜ୍ୟ କ୍ରିକେଟର ସ୍ଥିତିକୁ ସୁଦୃଢ଼ କରାଯିବ। ଏଭଳି ଭିଜନ୍‌ ତଥା ଲକ୍ଷ୍ୟ ରଖି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓସିଏ। ସୋମବାର ଓସିଏ କାର୍ଯ୍ୟାଳୟରେ କାଉନସିଲ ବୈଠକ ଅନୁଷ୍ଠିତ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି, ଯେଉଁଥିରେ ଭିଜନ-୨୦୨୪ ସମେତ ଆଗାମୀ ଦିନରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
କ୍ରିକେଟ ସଂଘର ସମ୍ପ୍ରତି ଅବସ୍ଥା ସମ୍ପର୍କରେ ପ୍ରଥମେ ଆଲୋଚନା କରାଯାଇଥିଲା। ଓସିଏର କାର୍ଯ୍ୟଧାରା କିପରି ରହିଛି ସେ ଦିଗରେ ମତାମତ ଲୋଡ଼ାଯାଇଥିଲା। ଓସିଏ ଅଫିସ ସମେତ ଓସିଏ ଜିମ୍‌, ଓସିଏ ଏକାଡେମୀ, ଓସିଏ କ୍ଲବ, ଓସିଏ ଇନ୍‌ଡୋର ହଲ୍‌ ପ୍ରଭୃତି ଆଗାମୀ ଦିନରେ କିପରି ଭଲଭାବେ କାର୍ଯ୍ୟ କରିବ, ସେ ସମ୍ପର୍କରେ ଆଲୋଚନା ହୋଇଛି। ଆର୍ଥିକ ସ୍ଥିତି ଏବେ କିପରି ଅଛି ତାହାର ଏକ ରିପୋର୍ଟ ଯାଞ୍ଚ କରାଯାଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସମସ୍ତ ଘରୋଇ ଟୁର୍ନାମେଣ୍ଟରେ ରାଜ୍ୟ ଦଳର ଅଂଶଗ୍ରହଣଠାରୁ ଆରମ୍ଭ କରି ଫଳାଫଳ କିପରି ରହୁଛି ସେ ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଆବଶ୍ୟକ ରହିଥିବା ଓସିଏର ଅନ୍ୟ ପଦାଧିକାରୀ ନିଯୁକ୍ତି ଉପରେ ମଧ୍ୟ ଏକ ସଂକ୍ଷିପ୍ତ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଅନ୍ୟପକ୍ଷରେ ଦୀପକ ରଘୁ ଏହି ଅବସରରେ ଏଜିର ପ୍ରତିନିଧି ଭାବେ ଓସିଏ କାଉନ୍‌ସିଲକୁ ମନୋନୀତ ହୋଇଥିଲେ। ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି, ସିଇଓ ବିଦ୍ୟୁତ୍‌ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ନଭେମ୍ବର ପ୍ରଥମ ସପ୍ତାହରୁ ଷ୍ଟାଡିୟମ ମରାମତି-
ଡିସେମ୍ବର ୨୨ରେ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏବେ ବି ବାରବାଟୀର ଅବସ୍ଥା ସୁଧୁରିନି। ଏଣୁ ମରାମତି ଶେଷକରି ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ପ୍ରସ୍ତୁତ ହେବାକୁ ତତ୍ପରତା ପ୍ରକାଶ ପାଇଛି। ସୋମବାର ଓସିଏ କାଉନ୍‌ସିଲ ବୈଠକରେ ଏ ସମ୍ପର୍କରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ନଭେମ୍ବର ପ୍ରଥମ ସପ୍ତାହରୁ ଷ୍ଟାଡିୟମ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଓସିଏ ସମ୍ପାଦକ ସଞ୍ଜୟ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିବେ ଓ ଏ ଦିଗରେ ଆଲୋଚନା କରିବେ। କିଛିଦିନ ତଳେ ‘ଦେବ ମସ୍କୋ’ ଟିମ୍‌ ଷ୍ଟାଡିୟମର ଫ୍ଲଡ୍‌ ଲାଇଟ୍‌ କ୍ଷୟକ୍ଷତି ଯାଞ୍ଚକରି ଫେରିଥିଲା। ଏହି ଟିମ୍‌ ଫ୍ଲଡ୍‌ ଲାଇଟ ବାବଦରେ ୫୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରିଛି। ଏହାଛଡ଼ା ସମ୍ପୂର୍ଣ୍ଣ ଭାବେ ନୂତନ ଲାଇଟ୍‌ ଲଗାଯିବାକୁ ମଧ୍ୟ ଟିମ୍‌ ପରାମର୍ଶ ଦେଇଛି। ହେଲେ ବୈଠକରେ ନୂତନ ଲାଇଟ୍‌ ଲଗାଯିବା ବଦଳରେ କେବଳ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମରାମତି କରାଗଲେ ଏହି ଲାଇଟ୍‌ଗୁଡ଼ିକ ୩ରୁ ୪ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। ଖୁବ୍‌ଶୀଘ୍ର ମରାମତି ନିମନ୍ତେ ବିସିସିଆଇରୁ ପାଣ୍ଠି ଓସିଏକୁ ଆସିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri