ଓଲା-ଉବର ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା: ଅର୍ଥମନ୍ତ୍ରୀଙ୍କୁ ସମର୍ଥନ କଲା ମାରୁତି

ନୂଆଦିଲ୍ଲୀ,୨୦-୯:ଓଲା ଓ ଉବର କ୍ୟାବ୍‌ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବୟାନକୁ ଶେଷରେ ମାରୁତି ସୁଜୁକି ମଧ୍ୟ ସମର୍ଥନ କରିଛି। ମିଡିଆକୁ ଏକ ସାକ୍ଷତାକାର ଦେଇ କମ୍ପାନୀ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ଅର୍ଥମନ୍ତ୍ରୀଙ୍କ ବୟାନକୁ ଉଚିତ୍‌ ବୋଲି ଦର୍ଶାଇଛନ୍ତି। ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଅର୍ଥମନ୍ତ୍ରୀଙ୍କ ବୟାନ ସହ ସହମତ ନୁହେଁ ବୋଲି ପୂର୍ବରୁ କହିସାରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଆଜିକାଲିର ଯୁବବର୍ଗ ଇଏମ୍‌ଆଇ ଜରିଆରେ ନୂଆ କାର୍‌ କିଣିବା ପରିବର୍ତ୍ତେ ଓଲା-ଉବର କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେ କହିଥିଲେ ଯେ, ଅଟୋ ମୋବାଇଲ ଶିଳ୍ପ ଉପରେ ବିଏସ୍‌-୬ ଏବଂ ଲୋକଙ୍କ ଚିନ୍ତାଧାରାରେ ହେଉଥିବା ପରିବର୍ତ୍ତନର ପ୍ରଭାବ ପଡୁଛି। ମାରୁତି ଅଧ୍ୟକ୍ଷ ଭାର୍ଗବ ଏକ ଖବର କାଗଜକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ, ଓଲା,ଉବର ଭଳି ରାଇଡ୍‌-ହେଲିଙ୍ଗ୍‌ କମ୍ପାନୀ କାରଣରୁ ଭାରତୀୟ ଯୁବବର୍ଗ ଯାତାୟାତ ଲାଗି କାର୍‌ କିଣିବାକୁ ଆବଶ୍ୟକ ମଣୁ ନାହାନ୍ତି। ଏହା ବଦଳରେ ସେମାନେ ନିଜ ଆୟରୁ ଅଧିକ ସଞ୍ଚୟ କରି ମହଙ୍ଗା ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବାକୁ ଏବଂ ବୁଲିବାକୁ ପସନ୍ଦ କରୁଛନ୍ତି। ଏଣୁ ସୀତାରାମନ୍‌ଙ୍କ ବୟାନ ଠିକ୍‌ ଥିଲା। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କାର୍‌ ଦାମ ଦିନକୁ ଦିନ ବଢ଼ିଛି। ଅନ୍ୟପକ୍ଷରେ ଲୋକଙ୍କ କ୍ରୟଶକ୍ତି ବଢ଼ି ନାହିଁ। ଭାରତରେ ପ୍ରତି ବ୍ୟକ୍ତି ଆୟ ମାତ୍ର ୨୨୦୦ ଡଲାର(ପ୍ରାୟ ୧.୫୬ ଲକ୍ଷ ଟଙ୍କା ବାର୍ଷିକ)। ଅପରପକ୍ଷରେ ୟୁରୋପରେ ଏହା ୧୮ ଗୁଣା ଅଧିକ। ସେଠାରେ ପ୍ରତି ବ୍ୟକ୍ତି ଆୟ ୪୦ ହଜାର ଡଲାର। କିନ୍ତୁ ଭାରତ ଓ ୟୁରୋପର କାର୍‌ ମାନରେ ବିଶେଷ କିଛି ଫରକ ନାହିଁ। ସେହିପରି ଚାଇନା ଓ ୟୁରୋପ ତୁଳନାରେ ଏଠାରେ ଅଧିକ ଟିକସ ଆଦାୟ କରାଯାଉଛି। ଏଭଳି ସ୍ଥିତିରେ ଲୋକେ ଅଧିକ ସଂଖ୍ୟାରେ କାର୍‌ କିଣିବେ ବୋଲି ଭାବିବା ଉଚିତ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri