ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଅସୁସ୍ଥ ଥିବାରୁ ବେଲଜିୟମରେ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଥିଲେ। ୧୯୭୦ରେ ବ୍ରିଟେନର ସମର୍ଥନରେ ସୁଲତାନ କାବୁସ ନିଜ ପିତାଙ୍କୁ ଗାଦିରୁ ହଟାଇ ନିଜେ ଓମାନର ସୁଲତାନ ଆସନରେ ବସିଥିଲେ। କାବୁସ ବିବାହ କରି ନ ଥିବାରୁ ତାଙ୍କର ଉତ୍ତରାଧିକାରୀ କେହି ନ ଥିବା ପ୍ରକାଶ। ତେବେ ଓମାନର ନିୟମ ଅନୁଯାୟୀ, ସୁଲତାନ ଆସନ ଖାଲି ହେବାର ୩ ଦିନ ମଧ୍ୟରେ ରାଜ ପରିବାର ପରିଷଦ ନୂଆ ସୁଲତାନ ଚୟନ କରିବେ। ସୂଚନାଯୋଗ୍ୟ, ରାଜ ପରିବାର ପରିଷଦରେ ଏବେ ୫୦ ପୁରୁଷ ସଦସ୍ୟ ରହିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ସୁଲତାନ କାବୁସ ଏକ ବନ୍ଦ ଲଫାପା ଛାଡି ଯାଇଥିଲେ। ଯେଉଁଥିରେ ଓମାନର ସୁଲତାନ ଆସନ ପାଇଁ ନିଜ ପସନ୍ଦ ଉଲ୍ଲେଖ କରଥିଲେ କାବୁସ। କୁହାଯାଉଥିଲା କି ଯଦି ରାଜ ପରିବାର ୩ ଦିନ ମଧ୍ୟରେ ନୂଆ ସୁଲତାନଙ୍କୁ ନେଇ ସହମତି ପ୍ରକାଶ ନ କରନ୍ତି ତେବେ ପ୍ରତିରକ୍ଷା ପରିଷଦର ସଦସ୍ୟ, ସୁପ୍ରିମକୋର୍ଟର ଅଧ୍ୟକ୍ଷ, ପରାମର୍ଶ ଦାତା ପରିଷଦ ଓ ରାଜ୍ୟ ପରିଷଦ ସେହି ବନ୍ଦ ଲଫାପାକୁ ଖୋଲିବେ। ଏହାପରେ କାବୁସ ଉଲ୍ଲେଖ କରିଥିବା ବ୍ୟକ୍ତି ହିଁ ଓମାନର ନୂଆ ସୁଲତାନ ହେବେ। ମିଳିଥିବା ସୂଚନା ଅନୁଯାୟୀ, ଓମାନର ସଂସ୍କୃତି ମନ୍ତ୍ରୀ ହାଇଥମ ବିନ ତାରିକ ଅଲ୍‌ ସୈଦ ଓମାନର ନୂଆ ସୁଲତାନ ଭାବେ ଶନିବାର ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri