ଓଡିଶାରେ ଆରମ୍ଭ ହେବ କ୍ରୁଜ୍‌ ପର୍ଯ୍ୟଟନ

ଭୁବନେଶ୍ୱର,୬ା୬(ବ୍ୟୁରୋ)- ଓଡ଼ିଶାରେ ବ୍ୟାପକ ହେବ କ୍ରୁଜ୍‌ ଟୁରିଜିମ୍‌ ବା ଜାହାଜ ପର୍ଯ୍ୟଟନ। ରାଜ୍ୟର ୫ଟି ପ୍ରମୁଖ ସ୍ଥାନରେ ଆରମ୍ଭ ହେବ ‘ଡେ କ୍ରୁଜ୍‌ ସର୍ଭିସ୍‌’। ଘରୋଇ ସଂସ୍ଥା ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଏବଂ ହୀରାକୁଦରେ ଏହି ‘ରିଭର୍‌ କ୍ରୁଜ୍‌’ ବ୍ୟବସ୍ଥା ଆରମ୍ଭ ହେବ। ଏନେଇ ଶନିବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଟେଣ୍ଡର ଆଗତ କରାଯାଇଛି। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏହି ନୂଆ ଯୋଜନା ପ୍ରସ୍ତୁତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ୪୮୨ କିମିର ସୁଦୀର୍ଘ ବେଳାଭୂମି ରହିଥିବାବେଳେ ୫ଟି ପ୍ରମୁଖ ନଦୀ, ଜଳଭଣ୍ଡାର ଏବଂ ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହ୍ରଦ ରହିଛି। ଏହି ଜଳ ଉତ୍ସଗୁଡ଼ିକରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ମାଧ୍ୟମରେ ଯୁବ ପର୍ଯ୍ୟଟକ ତଥା ଲକ୍‌ଜରୀ ଓ ଆଡ୍‌ଭେଞ୍ଚର ଟୁରିଜିମ୍‌ରେ ଆଗ୍ରହ ରଖୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଦୀର୍ଘଦିନ ହେବ ଯୋଜନା କରିଆସୁଛନ୍ତି। ଏଥିଲାଗି ୨୦୧୬ ଟୁରିଜିମ୍‌ ପଲିସିରେ ଓ୍ବାଟର ସ୍ପୋର୍ଟସ, ଆଡ୍‌ଭେଞ୍ଚର ସ୍ପୋର୍ଟସ, ହାଉସ୍‌ ବୋଟ୍‌, କ୍ରୁଜ୍‌ ଟୁରିଜିମ୍‌ ପ୍ରୋଜେକ୍ଟ, ଆକ୍ୱାରିୟମ୍‌ ଏବଂ ଆକ୍ୱା-ପାର୍କ ଭଳି ବିଭିନ୍ନ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର କ୍ରୁଜ୍‌ ଭେସେଲ, କ୍ରୁଜ୍‌ ଟର୍ମିନାଲ ଭଳି ପ୍ରକଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିବା ବେଳେ ଜଳକ୍ରୀଡାର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ୨୦୧୭ରେ ଓଡ଼ିଶା ନୌକା ଆଇନ୍‌ ପ୍ରସ୍ତୁତ କରିଥିଲେ। ଭିତରକନିକା ଓ ଚିଲିକା ସହ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ପୂର୍ବରୁ ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ। ସେହିଭଳି ‘ରିଭର୍‌ କ୍ରୁଜ୍‌’ ବ୍ୟବସ୍ଥା ଆରମ୍ଭ କରିବା ନେଇ ପରବର୍ତ୍ତୀ ସମୟରେ ଇନ୍‌ଲ୍ୟାଣ୍ଡ୍‌ ଓ୍ବାଟର୍‌ଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ ସହ ଆଲୋଚନା ହୋଇଥିବା ବେଳେ ସ୍ଥାନ ନିର୍ଦ୍ଧାରଣ ପାଇଁ କଥାବାର୍ତ୍ତା ଚାଲିଥିଲା। କେରଳରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍‌ ଭିତରକନିକା ସହ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ କରିଥିଲା। ତେବେ ପୂର୍ବପ୍ରସ୍ତୁତ ଯୋଜନା ଅନୁଯାୟୀ ଉପରୋକ୍ତ ୫ଟି ସ୍ଥାନରେ ବିଭାଗ ଡେ’ କ୍ରୁଜ୍‌ ବା ‘ଇନ୍‌ଲ୍ୟାଣ୍ଡ୍‌ କ୍ରୁଜ୍‌ ଲାଇନର୍ସ’ ଚଳାଚଳ ଆରମ୍ଭ କରିବାକୁ ଘରୋଇ କ୍ରୁଜ୍‌ ପରିଚାଳକଙ୍କଠାରୁ ଟେଣ୍ଡର ଆମନ୍ତ୍ରିତ କରିଛି। ଜୁଲାଇ ୧୦ ତାରିଖ ଟେଣ୍ଡର ଆବେଦନର ଶେଷ ତାରିଖ ରହିଥିବା ବେଳେ ଆବେଦନକାରୀମାନେ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନ ଲାଗି ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri