ଓଡିଶାରେ ଆରମ୍ଭ ହେବ କ୍ରୁଜ୍‌ ପର୍ଯ୍ୟଟନ

ଭୁବନେଶ୍ୱର,୬ା୬(ବ୍ୟୁରୋ)- ଓଡ଼ିଶାରେ ବ୍ୟାପକ ହେବ କ୍ରୁଜ୍‌ ଟୁରିଜିମ୍‌ ବା ଜାହାଜ ପର୍ଯ୍ୟଟନ। ରାଜ୍ୟର ୫ଟି ପ୍ରମୁଖ ସ୍ଥାନରେ ଆରମ୍ଭ ହେବ ‘ଡେ କ୍ରୁଜ୍‌ ସର୍ଭିସ୍‌’। ଘରୋଇ ସଂସ୍ଥା ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଏବଂ ହୀରାକୁଦରେ ଏହି ‘ରିଭର୍‌ କ୍ରୁଜ୍‌’ ବ୍ୟବସ୍ଥା ଆରମ୍ଭ ହେବ। ଏନେଇ ଶନିବାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଟେଣ୍ଡର ଆଗତ କରାଯାଇଛି। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏହି ନୂଆ ଯୋଜନା ପ୍ରସ୍ତୁତ ହୋଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ୪୮୨ କିମିର ସୁଦୀର୍ଘ ବେଳାଭୂମି ରହିଥିବାବେଳେ ୫ଟି ପ୍ରମୁଖ ନଦୀ, ଜଳଭଣ୍ଡାର ଏବଂ ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହ୍ରଦ ରହିଛି। ଏହି ଜଳ ଉତ୍ସଗୁଡ଼ିକରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ମାଧ୍ୟମରେ ଯୁବ ପର୍ଯ୍ୟଟକ ତଥା ଲକ୍‌ଜରୀ ଓ ଆଡ୍‌ଭେଞ୍ଚର ଟୁରିଜିମ୍‌ରେ ଆଗ୍ରହ ରଖୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଦୀର୍ଘଦିନ ହେବ ଯୋଜନା କରିଆସୁଛନ୍ତି। ଏଥିଲାଗି ୨୦୧୬ ଟୁରିଜିମ୍‌ ପଲିସିରେ ଓ୍ବାଟର ସ୍ପୋର୍ଟସ, ଆଡ୍‌ଭେଞ୍ଚର ସ୍ପୋର୍ଟସ, ହାଉସ୍‌ ବୋଟ୍‌, କ୍ରୁଜ୍‌ ଟୁରିଜିମ୍‌ ପ୍ରୋଜେକ୍ଟ, ଆକ୍ୱାରିୟମ୍‌ ଏବଂ ଆକ୍ୱା-ପାର୍କ ଭଳି ବିଭିନ୍ନ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର କ୍ରୁଜ୍‌ ଭେସେଲ, କ୍ରୁଜ୍‌ ଟର୍ମିନାଲ ଭଳି ପ୍ରକଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିବା ବେଳେ ଜଳକ୍ରୀଡାର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ୨୦୧୭ରେ ଓଡ଼ିଶା ନୌକା ଆଇନ୍‌ ପ୍ରସ୍ତୁତ କରିଥିଲେ। ଭିତରକନିକା ଓ ଚିଲିକା ସହ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ପୂର୍ବରୁ ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ। ସେହିଭଳି ‘ରିଭର୍‌ କ୍ରୁଜ୍‌’ ବ୍ୟବସ୍ଥା ଆରମ୍ଭ କରିବା ନେଇ ପରବର୍ତ୍ତୀ ସମୟରେ ଇନ୍‌ଲ୍ୟାଣ୍ଡ୍‌ ଓ୍ବାଟର୍‌ଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ ସହ ଆଲୋଚନା ହୋଇଥିବା ବେଳେ ସ୍ଥାନ ନିର୍ଦ୍ଧାରଣ ପାଇଁ କଥାବାର୍ତ୍ତା ଚାଲିଥିଲା। କେରଳରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍‌ ଭିତରକନିକା ସହ ହୀରାକୁଦ ଜଳଭଣ୍ଡାର ପରିଦର୍ଶନ କରିଥିଲା। ତେବେ ପୂର୍ବପ୍ରସ୍ତୁତ ଯୋଜନା ଅନୁଯାୟୀ ଉପରୋକ୍ତ ୫ଟି ସ୍ଥାନରେ ବିଭାଗ ଡେ’ କ୍ରୁଜ୍‌ ବା ‘ଇନ୍‌ଲ୍ୟାଣ୍ଡ୍‌ କ୍ରୁଜ୍‌ ଲାଇନର୍ସ’ ଚଳାଚଳ ଆରମ୍ଭ କରିବାକୁ ଘରୋଇ କ୍ରୁଜ୍‌ ପରିଚାଳକଙ୍କଠାରୁ ଟେଣ୍ଡର ଆମନ୍ତ୍ରିତ କରିଛି। ଜୁଲାଇ ୧୦ ତାରିଖ ଟେଣ୍ଡର ଆବେଦନର ଶେଷ ତାରିଖ ରହିଥିବା ବେଳେ ଆବେଦନକାରୀମାନେ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନ ଲାଗି ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?