ଓଡିଏମ୍‌ରେ ‘ଜେଜେମା-ଜେଜେବାପା’ ଦିବସ: ଶିଶୁର ବ୍ୟକ୍ତିତ୍ୱ ବିକାଶ ପରିବାରରୁ ଆରମ୍ଭ ହୁଏ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଜୀବନ ହିଁ ପ୍ରକୃଷ୍ଟ ସାଧନାର ସମୟ। ଗୁଣାତ୍ମକ ଶିକ୍ଷା ସହିତ ନୈତିକ ମୂଲ୍ୟବୋଧ ହିଁ ବିଦ୍ୟାର୍ଥୀ ଜୀବନ ଠିକ୍‌ ମାର୍ଗ ଦର୍ଶନ କରିଥାଏ। ଏ କ୍ଷେତ୍ରରେ ମାତାପିତା, ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁର ବ୍ୟକ୍ତିତ୍ୱ ବିକାଶ ପରିବାରରୁ ହିଁ ଆରମ୍ଭ ହୋଇଥାଏ ବୋଲି ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି।

ଶନିବାର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ୩୧ତମ ବାର୍ଷିକୋତ୍ସବ ‘ସ୍ପେକ୍ଟ୍ରା-୨୦୧୯’ ଅବସରରେ ପୂଜ୍ୟପୂଜା ସମାରୋହ ଓ ଜେଜେମା-ଜେଜେବାପା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାଣିଗ୍ରାହୀ କହିଲେ, ଭାରତୀୟ ସଂସ୍କୃତି ଓ ପରମ୍ପରାରେ ପୂଜ୍ୟପୂଜା ସ୍ଥାନ ସ୍ବତନ୍ତ୍ର। ଏହି ଅତୀତ ଗୌରବକୁ ସ୍ମରଣ କରିବା ସହ ଛାତ୍ରୀଛାତ୍ର ଗୁରୁ-ଗୁରୁଜନ ଏବଂ ମାତାପିତାଙ୍କ ପାଇଁ ଜୀବନ ଉତ୍ସର୍ଗ କରିବା ଭଳି କାର୍ଯ୍ୟ କଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ପାଣିଗ୍ରାହୀ ବିଦ୍ୟାଳୟର ବହୁମୁଖୀ ଯୋଜନା, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସଫଳତାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫେସର ଡ. ପି.କେ. ଦାସ, ସଦସ୍ୟା ଡ. ଜ୍ୟୋତ୍ସ୍ନା ମହାପାତ୍ର, ସିଓଓ ସ୍ବୟନ୍‌ ସତ୍ୟେନ୍ଦୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷା ଝିନୁକ୍‌ ଦାରାୟ ପରିଚାଳନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ସହ…

ପୁରୀ,୧୬ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ।…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

ବଙ୍ଗୋପସାଗରରେ ଲଘୁଚାପ: ରଥଯାତ୍ରାରେ ଅତି ପ୍ରବଳ ବର୍ଷା, ଆହୁରି ୪ ଦିନ ହାଇଆଲର୍ଟ!

ଭୁବନେଶ୍ୱର,୧୫।୭: ପାଣିପାଗକୁ ନେଇ ବଡ଼ ଖବର । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ରଥଯାତ୍ରା ପୂର୍ବରୁ ପାଣିପାଗରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ସ୍ଥାନରେ…

୩ ରଥକୁ ଆଜ୍ଞାମାଳ ବିଜେ

ପୁରୀ,୧୫ା୭: ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ…

୨ ଯୁବକଙ୍କୁ ପ୍ରେମ କରୁଥିଲେ ନର୍ସ: ଧରାପଡ଼ିବା ପରେ ନେଲେ ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୫।୭: ତ୍ରିକୋଣୀୟ ପ୍ରେମ ପାଇଁ ସାଜିଲା କାଳ। ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର। ମୃତ ଯୁବତୀ ଜଣଙ୍କ ପଟିଆର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri