ଓଡ଼ିଶାରେ ୩ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ: ପର୍ଯ୍ୟଟନ ଶିଳ୍ପ ହରାଇବ ୭୦% ନିଯୁକ୍ତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦେଶ ଓ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ପୂରାପୂରି ବଦଳାଇ ଦେଇଛି କୋଭିଡ୍‌-୧୯। ପର୍ଯ୍ୟଟନ ଶିଳ୍ପ ସହ ଏହାସହ ଜଡ଼ିତ ମାନବସମ୍ଭଳ କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଦେଶର ୧୨.୭୫ ପ୍ରତିଶତ ନିଯୁକ୍ତି କେବଳ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବେଳେ ବିଶ୍ୱବ୍ୟାପୀ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଏହି କ୍ଷେତ୍ରରେ ସର୍ବାଧିକ ଲୋକ ନିଯୁକ୍ତି ହରାଇଛନ୍ତି। ପର୍ଯ୍ୟଟନ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ୨୦୧୯-୨୦ରେ ପର୍ଯ୍ୟଟନ କ୍ଷେତ୍ର ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ପ୍ରାୟ ୮.୭ କୋଟି ଲୋକ ନିର୍ଭର କରିଥାନ୍ତି। ଏହାମଧ୍ୟରୁ ୫.୫୬% ପ୍ରତ୍ୟକ୍ଷଭାବେ ନିଯୁକ୍ତ ହୋଇଥିବା ବେଳେ ୭.୧୯% ପରୋକ୍ଷଭାବେ ନିଯୁକ୍ତି ହୋଇଥାନ୍ତି। ଅନ୍ୟ କୌଣସି ସେକ୍ଟରଠାରୁ ଏହା ଢେର୍‌ ଅଧିକ। ତେଣୁ କରୋନା ସଂକ୍ରମଣ ସହ ଲକ୍‌ଡାଉନ୍‌ ପରେ ଲକ୍‌ଡାଉନ୍‌ ଜାରି ରହିଲେ ପର୍ଯ୍ୟଟନ ଶିଳ୍ପରେ ପ୍ରାୟ ୩.୮ କୋଟି ନିଯୁକ୍ତି ହ୍ରାସ ହେବ। ଅର୍ଥାତ୍‌ ଏହି କ୍ଷେତ୍ରରେ ୭୦ ପ୍ରତିଶତ ଲୋକ ନିଯୁକ୍ତି ହରାଇବେ, ଯାହାକି ଜାତୀୟ ନିଯୁକ୍ତି ହାର ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଇଛି। ସେହିଭଳି ଓଡ଼ିଶାରେ ଟ୍ରାଭେଲ, ଟୁରିଜମ୍‌ ଓ ହସ୍ପିଟାଲିଟି କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରାୟ ୫ଲକ୍ଷ ଲୋକ ନିଯୁକ୍ତି ପାଇଥିବା ବେଳେ କରୋନା ସଂକଟ ପାଇଁ ୩ ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ ବୋଲି ଫିକି ନ୍ୟାସନାଲ ଟୁରିଜମ୍‌ କାଉନ୍‌ସିଲର ସହ-ଅଧ୍ୟକ୍ଷ ଏବଂ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି। ଉଭୟ ହସ୍ପିଟାଲିଟି ଓ ଟ୍ରାଭେଲ ଇଣ୍ଡଷ୍ଟ୍ରୀ ଉପରେ ଏହାର ପ୍ରଭାବ ରହିବ।
ପର୍ଯ୍ୟଟନ ଶିଳ୍ପ ଗତ ଫେବୃୟାରୀ ମାସରୁ ସମ୍ପୂର୍ଣ୍ଣଭାବେ ବନ୍ଦ ପଡ଼ିଥିବା ବେଳେ ଜୁନ୍‌ ମାସ ପର୍ଯ୍ୟନ୍ତ ସମସ୍ତ ବୁକିଂ ବାତିଲ କରି ଦିଆଯାଇଛି। ଆସନ୍ତା କେତେ ଦିନ ଯାଏଁ ଏଭଳି ପରିସ୍ଥିତି ଚାଲିବ ସେ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ହୋଟେଲ ଆଣ୍ଡ୍‌ ରେଷ୍ଟୁର଼୍ୟାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)ର ତଥ୍ୟ ମୁତାବକ, କରୋନା ଲାଗି ଉଭୟ ଇନ୍‌ବାଉଣ୍ଡ ଓ ଆଉଟ୍‌ବାଉଣ୍ଡ, ଡୋମେଷ୍ଟିିକ୍‌, ଲିଜର, ଆଡ୍‌ଭେଞ୍ଚର, ଏମ୍‌ଆଇସିଇ, କ୍ରୁଜ୍‌, ଇକୋ ଟୁରିଜମ୍‌ ସବୁକିଛି ପ୍ରଭାବିତ ହୋଇଛି। ଏହି ମହାମାରୀ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନ ଯାଇଛି କିମ୍ବା ଏହାର ଭ୍ୟାକ୍ସିନ୍‌ ନ ବାହାରିଛି ସେପର୍ଯ୍ୟନ୍ତ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇଯିବ। ଏଭଳି ସ୍ଥିତିରେ ଅତିକମ୍‌ରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ପର୍ଯ୍ୟଟକ ଆସିବେନି। ପର୍ଯ୍ୟଟନସ୍ଥଳୀ, ହୋଟେଲ୍‌ ରୁମ୍‌ ସବୁକିଛି ଖାଲିପଡ଼ିବ। ଏଭଳିସ୍ଥଳେ ମାଲିକମାନେ ହୋଟେଲ ମରାମତି, ବ୍ୟାଙ୍କ ଋଣ, ଇଏମ୍‌ଆଇ ଦେବାକଥା ଭାବିବେ ନା କର୍ମଚାରୀଙ୍କ ବେତନ ଦେବେ। ତେଣୁ ବହୁ କର୍ମଚାରୀ ଏହାମଧ୍ୟରେ ନିଯୁକ୍ତି ହରାଇବେ ବୋଲି ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ସ୍ପୋର୍ଟସ ଏବଂ ଇକୋ-ଟୁରିଜମ୍‌କୁ ଅସ୍ତ୍ର କରି ଉପରକୁ ଉଠିବାକୁ ଚାହୁଁଥିବା ଓଡ଼ିଶା ପର୍ଯ୍ୟଟନ ଏବେ ପୁଣିଥରେ ଆଣ୍ଠେଇ ପଡ଼ିଛି। ଗତବର୍ଷ ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ ବିଭବର ପ୍ରଚାର ପ୍ରସାର
ପାଇଁ ବହୁ ପଦକ୍ଷେପ ନେଇଥିଲେ। ଦେଶ ବିଦେଶର ବିଭିନ୍ନ ସହରରେ ଏଥିପାଇଁ କ୍ୟାମ୍ପେନ୍‌ ଓ ରୋଡ ଶୋ’ କରାଯାଇଥିଲା। ରାଜ୍ୟ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ବିଦେଶୀ ପର୍ଯ୍ୟଟକଙ୍କୁ
ଆକୃଷ୍ଟ କରିଥିଲା। ମାତ୍ର କରୋନା ଏ ସମସ୍ତ ପ୍ରୟାସରେ ପାଣି ମିଶାଇଦେଇଛି। ଇଟାଲୀ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ, ବ୍ରାଜିଲ ଓ ସ୍ପେନ୍‌ ଭଳି ରାଷ୍ଟ୍ରରୁ ଓଡ଼ିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅନେକାଂଶରେ
କମିବ। ୨୦୨୧ ଯାଏଁ ୟୁରୋପୀୟ ରାଷ୍ଟ୍ରରୁ ପର୍ଯ୍ୟଟକ ଆଶା କରିବା ବି ବୃଥା। ତେଣୁ ପୋଷ୍ଟ୍‌ ଲକ୍‌ଡାଉନ୍‌ ସମୟରେ ବିଦେଶୀ ପର୍ଯ୍ୟଟକ ପରିବର୍ତ୍ତେ ଡୋମେଷ୍ଟିକ୍‌ ତଥା ଘରୋଇ ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଯେତିକି ରାଜସ୍ବ ମିଳୁଥିଲା ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଯେଉଁଭଳିଭାବେ ଲାଭବାନ୍‌ ହେଉଥିଲା ତାହା ଆଉ ହେବନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri