ଓଡ଼ିଶାରେ ୩ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ: ପର୍ଯ୍ୟଟନ ଶିଳ୍ପ ହରାଇବ ୭୦% ନିଯୁକ୍ତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦେଶ ଓ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ପୂରାପୂରି ବଦଳାଇ ଦେଇଛି କୋଭିଡ୍‌-୧୯। ପର୍ଯ୍ୟଟନ ଶିଳ୍ପ ସହ ଏହାସହ ଜଡ଼ିତ ମାନବସମ୍ଭଳ କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଦେଶର ୧୨.୭୫ ପ୍ରତିଶତ ନିଯୁକ୍ତି କେବଳ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବେଳେ ବିଶ୍ୱବ୍ୟାପୀ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଏହି କ୍ଷେତ୍ରରେ ସର୍ବାଧିକ ଲୋକ ନିଯୁକ୍ତି ହରାଇଛନ୍ତି। ପର୍ଯ୍ୟଟନ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ୨୦୧୯-୨୦ରେ ପର୍ଯ୍ୟଟନ କ୍ଷେତ୍ର ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ପ୍ରାୟ ୮.୭ କୋଟି ଲୋକ ନିର୍ଭର କରିଥାନ୍ତି। ଏହାମଧ୍ୟରୁ ୫.୫୬% ପ୍ରତ୍ୟକ୍ଷଭାବେ ନିଯୁକ୍ତ ହୋଇଥିବା ବେଳେ ୭.୧୯% ପରୋକ୍ଷଭାବେ ନିଯୁକ୍ତି ହୋଇଥାନ୍ତି। ଅନ୍ୟ କୌଣସି ସେକ୍ଟରଠାରୁ ଏହା ଢେର୍‌ ଅଧିକ। ତେଣୁ କରୋନା ସଂକ୍ରମଣ ସହ ଲକ୍‌ଡାଉନ୍‌ ପରେ ଲକ୍‌ଡାଉନ୍‌ ଜାରି ରହିଲେ ପର୍ଯ୍ୟଟନ ଶିଳ୍ପରେ ପ୍ରାୟ ୩.୮ କୋଟି ନିଯୁକ୍ତି ହ୍ରାସ ହେବ। ଅର୍ଥାତ୍‌ ଏହି କ୍ଷେତ୍ରରେ ୭୦ ପ୍ରତିଶତ ଲୋକ ନିଯୁକ୍ତି ହରାଇବେ, ଯାହାକି ଜାତୀୟ ନିଯୁକ୍ତି ହାର ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଇଛି। ସେହିଭଳି ଓଡ଼ିଶାରେ ଟ୍ରାଭେଲ, ଟୁରିଜମ୍‌ ଓ ହସ୍ପିଟାଲିଟି କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରାୟ ୫ଲକ୍ଷ ଲୋକ ନିଯୁକ୍ତି ପାଇଥିବା ବେଳେ କରୋନା ସଂକଟ ପାଇଁ ୩ ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ ବୋଲି ଫିକି ନ୍ୟାସନାଲ ଟୁରିଜମ୍‌ କାଉନ୍‌ସିଲର ସହ-ଅଧ୍ୟକ୍ଷ ଏବଂ ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି। ଉଭୟ ହସ୍ପିଟାଲିଟି ଓ ଟ୍ରାଭେଲ ଇଣ୍ଡଷ୍ଟ୍ରୀ ଉପରେ ଏହାର ପ୍ରଭାବ ରହିବ।
ପର୍ଯ୍ୟଟନ ଶିଳ୍ପ ଗତ ଫେବୃୟାରୀ ମାସରୁ ସମ୍ପୂର୍ଣ୍ଣଭାବେ ବନ୍ଦ ପଡ଼ିଥିବା ବେଳେ ଜୁନ୍‌ ମାସ ପର୍ଯ୍ୟନ୍ତ ସମସ୍ତ ବୁକିଂ ବାତିଲ କରି ଦିଆଯାଇଛି। ଆସନ୍ତା କେତେ ଦିନ ଯାଏଁ ଏଭଳି ପରିସ୍ଥିତି ଚାଲିବ ସେ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ହୋଟେଲ ଆଣ୍ଡ୍‌ ରେଷ୍ଟୁର଼୍ୟାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ)ର ତଥ୍ୟ ମୁତାବକ, କରୋନା ଲାଗି ଉଭୟ ଇନ୍‌ବାଉଣ୍ଡ ଓ ଆଉଟ୍‌ବାଉଣ୍ଡ, ଡୋମେଷ୍ଟିିକ୍‌, ଲିଜର, ଆଡ୍‌ଭେଞ୍ଚର, ଏମ୍‌ଆଇସିଇ, କ୍ରୁଜ୍‌, ଇକୋ ଟୁରିଜମ୍‌ ସବୁକିଛି ପ୍ରଭାବିତ ହୋଇଛି। ଏହି ମହାମାରୀ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନ ଯାଇଛି କିମ୍ବା ଏହାର ଭ୍ୟାକ୍ସିନ୍‌ ନ ବାହାରିଛି ସେପର୍ଯ୍ୟନ୍ତ ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇଯିବ। ଏଭଳି ସ୍ଥିତିରେ ଅତିକମ୍‌ରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ କୌଣସି ସ୍ଥାନରୁ ପର୍ଯ୍ୟଟକ ଆସିବେନି। ପର୍ଯ୍ୟଟନସ୍ଥଳୀ, ହୋଟେଲ୍‌ ରୁମ୍‌ ସବୁକିଛି ଖାଲିପଡ଼ିବ। ଏଭଳିସ୍ଥଳେ ମାଲିକମାନେ ହୋଟେଲ ମରାମତି, ବ୍ୟାଙ୍କ ଋଣ, ଇଏମ୍‌ଆଇ ଦେବାକଥା ଭାବିବେ ନା କର୍ମଚାରୀଙ୍କ ବେତନ ଦେବେ। ତେଣୁ ବହୁ କର୍ମଚାରୀ ଏହାମଧ୍ୟରେ ନିଯୁକ୍ତି ହରାଇବେ ବୋଲି ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ସ୍ପୋର୍ଟସ ଏବଂ ଇକୋ-ଟୁରିଜମ୍‌କୁ ଅସ୍ତ୍ର କରି ଉପରକୁ ଉଠିବାକୁ ଚାହୁଁଥିବା ଓଡ଼ିଶା ପର୍ଯ୍ୟଟନ ଏବେ ପୁଣିଥରେ ଆଣ୍ଠେଇ ପଡ଼ିଛି। ଗତବର୍ଷ ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ ବିଭବର ପ୍ରଚାର ପ୍ରସାର
ପାଇଁ ବହୁ ପଦକ୍ଷେପ ନେଇଥିଲେ। ଦେଶ ବିଦେଶର ବିଭିନ୍ନ ସହରରେ ଏଥିପାଇଁ କ୍ୟାମ୍ପେନ୍‌ ଓ ରୋଡ ଶୋ’ କରାଯାଇଥିଲା। ରାଜ୍ୟ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ବିଦେଶୀ ପର୍ଯ୍ୟଟକଙ୍କୁ
ଆକୃଷ୍ଟ କରିଥିଲା। ମାତ୍ର କରୋନା ଏ ସମସ୍ତ ପ୍ରୟାସରେ ପାଣି ମିଶାଇଦେଇଛି। ଇଟାଲୀ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ, ବ୍ରାଜିଲ ଓ ସ୍ପେନ୍‌ ଭଳି ରାଷ୍ଟ୍ରରୁ ଓଡ଼ିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅନେକାଂଶରେ
କମିବ। ୨୦୨୧ ଯାଏଁ ୟୁରୋପୀୟ ରାଷ୍ଟ୍ରରୁ ପର୍ଯ୍ୟଟକ ଆଶା କରିବା ବି ବୃଥା। ତେଣୁ ପୋଷ୍ଟ୍‌ ଲକ୍‌ଡାଉନ୍‌ ସମୟରେ ବିଦେଶୀ ପର୍ଯ୍ୟଟକ ପରିବର୍ତ୍ତେ ଡୋମେଷ୍ଟିକ୍‌ ତଥା ଘରୋଇ ପର୍ଯ୍ୟଟକଙ୍କ ଉପରେ ଅଧିକ ଫୋକସ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଯେତିକି ରାଜସ୍ବ ମିଳୁଥିଲା ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଯେଉଁଭଳିଭାବେ ଲାଭବାନ୍‌ ହେଉଥିଲା ତାହା ଆଉ ହେବନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri