Posted inଖେଳ

ଓଡ଼ିଶାରେ ଆଇଏସ୍‌ଏଲ୍‌ ଉତ୍ସାହ

ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରଥମଥର ପାଇଁ ଓଡ଼ିଶାର ନିଜ ଦଳ ଅଂଶଗ୍ରହଣ କରିବ। ପୂର୍ବରୁ ଦିଲ୍ଲୀ ଡାଇନାମସ ଏଫ୍‌ସି ଥିବା ଦଳ ଏବେ ଓଡ଼ିଶା ଏଫ୍‌ସିରେ ପରିଣତ ହୋଇଛି। ହେଡ୍‌ କୋଚ୍‌ ଜୋସେଫ୍‌ ଗାମ୍ବାଉଙ୍କ ତତ୍ତ୍ୱାବଧାନରେ ଓ ଅଧିନାୟକ ମାର୍କୋସ ତେବରଙ୍କ ନେତୃତ୍ୱରେ ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲ୍‌ର ଷଷ୍ଠ ସଂସ୍କରଣରେ ଅଂଶଗ୍ରହଣ କରିବ। ହୋମ୍‌ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସିର
ମ୍ୟାଚ୍‌ ଦେଖିବା ଲାଗି ଦର୍ଶକଙ୍କ ପ୍ରବଳ ଭିଡ
ହେବ ବୋଲି ଆଶା କରାଯାଉଛି…

ହକିରେ କଳିଙ୍ଗ ଲାନ୍ସର୍ସ ଭଳି ଫୁଟବଲରେ ଓଡ଼ିଶାକୁ ମିଳିଛି ଏକ ଦଳ। ଏହା ହେଉଛି ଓଡ଼ିଶା ଏଫସି ଦଳ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ବିଶ୍ୱକପ୍‌ ହକି, ଏସିଆନ ଆଥଲେଟିକ ଚାମ୍ପିୟନଶିପ୍‌, ଫୁଟବଲ୍‌ରେ ସୁପର କପ୍‌, ଆଇ-ଲିଗ୍‌, ରଗ୍‌ବୀ, ଜାତୀୟ ଆଥଲେଟିକ କ୍ରୀଡ଼ାର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରି ବିଶ୍ୱ କ୍ରୀଡ଼ାରେ ଚର୍ଚ୍ଚା ସହ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଭୁବନେଶ୍ୱର ଦେଶର ଅଘୋଷିତ କ୍ରୀଡ଼ା ରାଜ୍ୟଧାନୀର ମାନ୍ୟତା ପାଇଛି। ଏ ଦିଗରେ ସରକାର ତାଙ୍କର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଭୁବନେଶ୍ୱରରେ ଆୟୋଜନ ହେବ। ଏହି ହାଇପ୍ରୋଫାଇଲ ଲିଗ୍‌ ଅକ୍ଟୋବର ୨୦ ତାରିଖରେ ଆରମ୍ଭ ହୋଇ ଭାରତର ବିଭିନ୍ନ ଷ୍ଟାଡିୟମରେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏବର୍ଷ ଆଇଏସଏଲ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡିକ ହେଲେ ଗତବର୍ଷର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି, ରନର୍ସଅପ ଗୋଆ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ଏଟିକେ, ଚେନ୍ନାଇନ୍‌ ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି, ମୁମ୍ବାଇ ସିଟି ଏଫ୍‌ସି, ଜାମସେଦପୁର ଏଫ୍‌ସି, ପୁଣେ ସିଟି ଏଫ୍‌ସି ବଦଳରେ ହାଇଦ୍ରାବାଦ୍‌ ଏଫ୍‌ସି ଦଳ, ଦିଲ୍ଲୀ ଡାଇନାମସ ଦଳ ବଦଳରେ ଓଡ଼ିଶା ଏଫ୍‌ ସି ଦଳ ଭାଗ ନେଇଛନ୍ତି।
ଏହି ଲିଗ୍‌ ୨୦୧୩ରେ ଆରମ୍ଭ ହୋଇ ଏଥର ଷଷ୍ଠ ସଂସ୍କରଣରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ରେ ଏଟିକେ ଦୁଇଥର, ଚେନ୍ନାଇନ୍‌ ଦଳ ଦୁଇଥର ଓ ବେଙ୍ଗାଲୁରୁ ଏଫ୍‌ସି ଥରେ ଚାମ୍ପିୟନ ହୋଇଛି। ଭାରତରେ ଫୁଟବଲ ବିକାଶ ଲାଗି ରିଲାଏନ୍ସର ମାଲିକାଣୀ ନୀତା ଅମ୍ବାନୀ, କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ବଲିଉଡ ଷ୍ଟାର ରଣବୀର ସିଂ, ଜନ୍‌ ଆବ୍ରାହାମ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନଗୁଡିକ ଚେଷ୍ଟିତ ଅଛନ୍ତି ଓ ଫୁଟବଲ ଦଳଗୁଡିକ ଗଠନ କରୁଛନ୍ତି।
ପ୍ରଥମଥର ପାଇଁ ଓଡ଼ିଶା ଏଫ୍‌ସି ଦଳ ଗଠନ ହୋଇଥିବାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୯ଟି ମ୍ୟାଚ୍‌ ଆୟୋଜନ ହେବ। ନଭେମ୍ବର ୨୩ ତାରିଖରେ ଓଡ଼ିଶା ପ୍ରତିପକ୍ଷ ଏଟିକେକୁ ଭେଟିବ। ପ୍ରତ୍ୟେକ ମୁକାବିଲା ପାଇଁ ହିରୋ ଅଫ୍‌ ଦି ମ୍ୟାଚ୍‌, ଇମର୍ଜିଂ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକ ଦଳରେ ୭ଜଣ ବିଦେଶୀ କିମ୍ବା ଅତିକମ୍‌ରେ ୬ଜଣ ଖେଳାଳି ସାମିଲ ହୋଇପାରିବେ। ପ୍ରତ୍ୟେକ ମ୍ୟାଚ୍‌ରେ ୫ଜଣ ବିଦେଶୀ ଖେଳାଳି ଭାଗ ନେଇପାରିବେ। ମ୍ୟାଚ୍‌ଗୁଡିକ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ। ଗତବର୍ଷ ଓଡ଼ିଶା ସରକାର ଇଣ୍ଡିଆନ ଆରୋଜ ଦଳକୁ ଘରୋଇ ଦଳଭାବେ ଗ୍ରହଣ କରିଥିଲେ। ଖେଳଗୁଡିକ ଦିନ ୨ଟାରୁ ଆରମ୍ଭ ହୋଇଥିବାରୁ ଦର୍ଶକ ସଂଖ୍ୟା କମ୍‌ ଥିଲା। ଯଥେଷ୍ଟ ପରିମାଣରେ ପ୍ରଚାର ଓ ପ୍ରସାର ହେଲେ ଆଇଏସ୍‌ଏଲ୍‌ର ଦର୍ଶକ ସଂଖ୍ୟାରେ ବୃଦ୍ଧି ଘଟିବ। ଓଡ଼ିଶା ଏଫସି କିଛି ବିଦେଶୀ ଓ ଭାରତୀୟ ଖେଳାଳିଙ୍କୁ ନେଇ ଗଠିତ ହୋଇଛି। ଓଡ଼ିଶା ଏଫ୍‌ସି ନିଜ ଦଳ ହୋଇଥିବାରୁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି। ଏଥି ସହ ଓଡ଼ିଶାର ଦୁଇ ଖେଳାଳି ଶୁଭମ ଷଡ଼ଙ୍ଗୀ, ଅଙ୍କିତ୍‌ ଭୂୟାଁ ଓଡ଼ିଶା ଏଫ୍‌ସି ପାଇଁ ଖେଳିବାର ସୁଯୋଗ ହାସଲ କରିବେ।
ଆଇଏସ୍‌ଏଲ୍‌ ଦଳଗୁଡିକ ଭାରତର ବିଭିନ୍ନ ଷ୍ଟାଡିୟମକୁ ଘରାଇ ଗ୍ରାଉଣ୍ଡ ରୂପେ ଗ୍ରହଣ କରିଛି। ଏଟିକେର ଘରୋଇ ଗ୍ରାଉଣ୍ଡ ହେଉଛି କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମ। ସେହିପରି ବେଙ୍ଗାଲୁରୁର ଘରୋଇ ଷ୍ଟାଡିୟମ ହେଉଛି ଶ୍ରୀକାନ୍ତେରଭା ଷ୍ଟାଡିୟମ। ଚେନ୍ନାଇର ଜବାହରଲାଲ ନେହରୁ ଷ୍ଟାଡିୟମ ହେଉଛି ଚେନ୍ନାଇନ୍‌ ଏଫ୍‌ସିର ଘରୋଇ ଦଳ। ଗୋଆ ଏଫ୍‌ସିର ହୋମ୍‌ ଗ୍ରାଉଣ୍ଡ ହେଉଛି ଫଟୋର୍ଦା ଷ୍ଟାଡିୟମ। ସେହିପରି ହାଇଦ୍ରାବାଦର ଘରୋଇ ଷ୍ଟାଡିୟମ ହେଉଛି ଗୋଛିବାଓ୍ବଲି ଷ୍ଟାଡିୟମ। ଜେଆରଡି ଷ୍ଟାଡିୟମ ହେଉଛି ଜାମ୍‌ସେଦପୁର ଏଫ୍‌ସି ଦଳରେ ହୋମ୍‌ ଗ୍ରାଉଣ୍ଡ। କୋଚିର ଜବାହରଲାଲ ନେହରୁ ଷ୍ଟାଡିୟମ ହେଉଛି କେରଳର ଗ୍ରାଉଣ୍ଡ। ମୁମ୍ବାଇ ଫୁଟବଲ ଷ୍ଟାଡିୟମ ହେଉଛି ମୁମ୍ବାଇ ସିଟି ଦଳର ଘରୋଇ ଷ୍ଟାଡିୟମ। ନର୍ଥଇଷ୍ଟ ୟୁନାଇଟେଡର ଘରୋଇ ଗ୍ରାଉଣ୍ଡ ହେଉଛି ଗୁଆହାଟୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ। ସେହିପରି ଓଡ଼ିଶା ଏଫ୍‌ସିର ଘରୋଇ ମ୍ୟାଚ୍‌ଗୁଡିକ ହୋମ ଗ୍ରାଉଣ୍ଡ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।
ଫୁଟବଲର ପ୍ରୋତ୍ସାହନ ଲାଗି ରାଜ୍ୟ ସରକାରଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ। ତେବେ ତୃଣମୂଳସ୍ତରରେ ଫୁଟବଲର ବିକାଶ ଲାଗି ଯୋଜନା କଲେ ଭଲ ହୁଅନ୍ତା। ଓଡ଼ିଶା ଏଫ୍‌ସି କୋଚ୍‌ ଯୋସେଫ ଗାମ୍ବାଉ ମଧ୍ୟ ଏ ନେଇ ଅନୁକୂଳ ମତ ପୋଷଣ କରିଛନ୍ତି। ଓଡ଼ିଶାରେ ପ୍ରତିଭାର ଚିହ୍ନଟ ଓ ବିକାଶ ନିମନ୍ତେ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ସ୍କୁଲ ଓ କଲେଜସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି। ମୋଟାମୋଟି ଉପରେ କହିବାକୁ ଗଲେ ଓଡ଼ିଶା ଏଫ୍‌ସି ଗଠନ ପରେ ରାଜ୍ୟରେ ଫୁଟବଲର ବିକାଶ ହେବା ସମ୍ଭାବନା ବଢ଼ିଛି। ଏ ଦିଗରେ ଦଳ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣା ପଡିବ।
ଓଡ଼ିଶା ଏଫସି ଦଳ: ଅଲବିନୋ ଗୋମ୍ସ, ଅଙ୍କିତ୍‌ ଭୂୟଁା, ଅର୍ସଦୀପ ସିଂ, ଫ୍ରାନ୍‌ସିସ୍କୋ ଦୋରେସେଁା, କାର୍ଲୋସ ଡେଲଗାଡୋ, ଲାଲ୍‌ଚୁଆନମାଇଓ୍ବା, ଗୌରବ ଦୋରା, ମହମ୍ମଦ ସାଜିଦ ଧୋତେ, ନାରାୟଣ ଦାସ, ରାଣା ଘରାମି (ନିଲମ୍ବିତ), ବିକ୍ରମଜିତ ସିଂ, ଦିଓ୍ବାନଡୋଉ ଡିଆଗ୍ନେ, ଜେରି ମାଓମିଙ୍ଗ୍‌ତାଙ୍ଗା, ମାର୍କୋସ ତେବର, ମାର୍ଟିନ ପେରେଜ, ଗୁଏଦୋସ, ନନ୍ଦ କୁମାର, ଶୁଭମ ଷଡ଼ଙ୍ଗୀ, ବିନୀତ ରାଏ, ଜିସ୍କୋ ହର୍ନାଣ୍ଡେଜ୍‌, ଅରିଦେନ ସାଣ୍ଟାନା ଓ ଡାନିଏଲ୍‌ ଲାଲହିମ୍ପୁଇଆ।

ଓଡ଼ିଶା ଏଫ୍‌ସି

ସଂକ୍ଷିପ୍ତ ନାମ: ଓଏଫ୍‌ସି
ସ୍ଥାପନ: ୨୦୧୪ ଜୁଲାଇ ୧୬,
ଦିଲ୍ଲୀ ଡାଇନାମସ ଏଫ୍‌ସି ନାମରେ
ହୋମ ଗ୍ରାଉଣ୍ଡ: କଳିଙ୍ଗ ଷ୍ଟାଡିୟମ
କାପାସିଟି: ୧୫,୦୦୦
ଲିଗ୍‌: ଇଣ୍ଡିଆନ ସୁପର
ଲିଗ୍‌ (ଆଇଏସ୍‌ଏଲ୍‌)
ହେଡ୍‌ କୋଚ୍‌: ଜୋସେଫ ଗାମ୍ବାଉ
ଆସିଷ୍ଟାଣ୍ଟ କୋଚ୍‌: ଥାଙ୍ଗବୋଇ ସିଙ୍ଗଟୋ
ଗୋଲକିପିଂ କୋଚ୍‌: ପଉ ରୋଭିରା କ୍ରୁଆ

ପ୍ରଫୁଲ୍ଲ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri