Posted inଖେଳ

ଓଡ଼ିଶାରେ ଆଇଏସ୍‌ଏଲ୍‌ ଉତ୍ସାହ

ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରଥମଥର ପାଇଁ ଓଡ଼ିଶାର ନିଜ ଦଳ ଅଂଶଗ୍ରହଣ କରିବ। ପୂର୍ବରୁ ଦିଲ୍ଲୀ ଡାଇନାମସ ଏଫ୍‌ସି ଥିବା ଦଳ ଏବେ ଓଡ଼ିଶା ଏଫ୍‌ସିରେ ପରିଣତ ହୋଇଛି। ହେଡ୍‌ କୋଚ୍‌ ଜୋସେଫ୍‌ ଗାମ୍ବାଉଙ୍କ ତତ୍ତ୍ୱାବଧାନରେ ଓ ଅଧିନାୟକ ମାର୍କୋସ ତେବରଙ୍କ ନେତୃତ୍ୱରେ ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲ୍‌ର ଷଷ୍ଠ ସଂସ୍କରଣରେ ଅଂଶଗ୍ରହଣ କରିବ। ହୋମ୍‌ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସିର
ମ୍ୟାଚ୍‌ ଦେଖିବା ଲାଗି ଦର୍ଶକଙ୍କ ପ୍ରବଳ ଭିଡ
ହେବ ବୋଲି ଆଶା କରାଯାଉଛି…

ହକିରେ କଳିଙ୍ଗ ଲାନ୍ସର୍ସ ଭଳି ଫୁଟବଲରେ ଓଡ଼ିଶାକୁ ମିଳିଛି ଏକ ଦଳ। ଏହା ହେଉଛି ଓଡ଼ିଶା ଏଫସି ଦଳ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ବିଶ୍ୱକପ୍‌ ହକି, ଏସିଆନ ଆଥଲେଟିକ ଚାମ୍ପିୟନଶିପ୍‌, ଫୁଟବଲ୍‌ରେ ସୁପର କପ୍‌, ଆଇ-ଲିଗ୍‌, ରଗ୍‌ବୀ, ଜାତୀୟ ଆଥଲେଟିକ କ୍ରୀଡ଼ାର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରି ବିଶ୍ୱ କ୍ରୀଡ଼ାରେ ଚର୍ଚ୍ଚା ସହ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଭୁବନେଶ୍ୱର ଦେଶର ଅଘୋଷିତ କ୍ରୀଡ଼ା ରାଜ୍ୟଧାନୀର ମାନ୍ୟତା ପାଇଛି। ଏ ଦିଗରେ ସରକାର ତାଙ୍କର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଭୁବନେଶ୍ୱରରେ ଆୟୋଜନ ହେବ। ଏହି ହାଇପ୍ରୋଫାଇଲ ଲିଗ୍‌ ଅକ୍ଟୋବର ୨୦ ତାରିଖରେ ଆରମ୍ଭ ହୋଇ ଭାରତର ବିଭିନ୍ନ ଷ୍ଟାଡିୟମରେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏବର୍ଷ ଆଇଏସଏଲ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡିକ ହେଲେ ଗତବର୍ଷର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି, ରନର୍ସଅପ ଗୋଆ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ଏଟିକେ, ଚେନ୍ନାଇନ୍‌ ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି, ମୁମ୍ବାଇ ସିଟି ଏଫ୍‌ସି, ଜାମସେଦପୁର ଏଫ୍‌ସି, ପୁଣେ ସିଟି ଏଫ୍‌ସି ବଦଳରେ ହାଇଦ୍ରାବାଦ୍‌ ଏଫ୍‌ସି ଦଳ, ଦିଲ୍ଲୀ ଡାଇନାମସ ଦଳ ବଦଳରେ ଓଡ଼ିଶା ଏଫ୍‌ ସି ଦଳ ଭାଗ ନେଇଛନ୍ତି।
ଏହି ଲିଗ୍‌ ୨୦୧୩ରେ ଆରମ୍ଭ ହୋଇ ଏଥର ଷଷ୍ଠ ସଂସ୍କରଣରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ରେ ଏଟିକେ ଦୁଇଥର, ଚେନ୍ନାଇନ୍‌ ଦଳ ଦୁଇଥର ଓ ବେଙ୍ଗାଲୁରୁ ଏଫ୍‌ସି ଥରେ ଚାମ୍ପିୟନ ହୋଇଛି। ଭାରତରେ ଫୁଟବଲ ବିକାଶ ଲାଗି ରିଲାଏନ୍ସର ମାଲିକାଣୀ ନୀତା ଅମ୍ବାନୀ, କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ବଲିଉଡ ଷ୍ଟାର ରଣବୀର ସିଂ, ଜନ୍‌ ଆବ୍ରାହାମ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନଗୁଡିକ ଚେଷ୍ଟିତ ଅଛନ୍ତି ଓ ଫୁଟବଲ ଦଳଗୁଡିକ ଗଠନ କରୁଛନ୍ତି।
ପ୍ରଥମଥର ପାଇଁ ଓଡ଼ିଶା ଏଫ୍‌ସି ଦଳ ଗଠନ ହୋଇଥିବାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୯ଟି ମ୍ୟାଚ୍‌ ଆୟୋଜନ ହେବ। ନଭେମ୍ବର ୨୩ ତାରିଖରେ ଓଡ଼ିଶା ପ୍ରତିପକ୍ଷ ଏଟିକେକୁ ଭେଟିବ। ପ୍ରତ୍ୟେକ ମୁକାବିଲା ପାଇଁ ହିରୋ ଅଫ୍‌ ଦି ମ୍ୟାଚ୍‌, ଇମର୍ଜିଂ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକ ଦଳରେ ୭ଜଣ ବିଦେଶୀ କିମ୍ବା ଅତିକମ୍‌ରେ ୬ଜଣ ଖେଳାଳି ସାମିଲ ହୋଇପାରିବେ। ପ୍ରତ୍ୟେକ ମ୍ୟାଚ୍‌ରେ ୫ଜଣ ବିଦେଶୀ ଖେଳାଳି ଭାଗ ନେଇପାରିବେ। ମ୍ୟାଚ୍‌ଗୁଡିକ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ। ଗତବର୍ଷ ଓଡ଼ିଶା ସରକାର ଇଣ୍ଡିଆନ ଆରୋଜ ଦଳକୁ ଘରୋଇ ଦଳଭାବେ ଗ୍ରହଣ କରିଥିଲେ। ଖେଳଗୁଡିକ ଦିନ ୨ଟାରୁ ଆରମ୍ଭ ହୋଇଥିବାରୁ ଦର୍ଶକ ସଂଖ୍ୟା କମ୍‌ ଥିଲା। ଯଥେଷ୍ଟ ପରିମାଣରେ ପ୍ରଚାର ଓ ପ୍ରସାର ହେଲେ ଆଇଏସ୍‌ଏଲ୍‌ର ଦର୍ଶକ ସଂଖ୍ୟାରେ ବୃଦ୍ଧି ଘଟିବ। ଓଡ଼ିଶା ଏଫସି କିଛି ବିଦେଶୀ ଓ ଭାରତୀୟ ଖେଳାଳିଙ୍କୁ ନେଇ ଗଠିତ ହୋଇଛି। ଓଡ଼ିଶା ଏଫ୍‌ସି ନିଜ ଦଳ ହୋଇଥିବାରୁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି। ଏଥି ସହ ଓଡ଼ିଶାର ଦୁଇ ଖେଳାଳି ଶୁଭମ ଷଡ଼ଙ୍ଗୀ, ଅଙ୍କିତ୍‌ ଭୂୟାଁ ଓଡ଼ିଶା ଏଫ୍‌ସି ପାଇଁ ଖେଳିବାର ସୁଯୋଗ ହାସଲ କରିବେ।
ଆଇଏସ୍‌ଏଲ୍‌ ଦଳଗୁଡିକ ଭାରତର ବିଭିନ୍ନ ଷ୍ଟାଡିୟମକୁ ଘରାଇ ଗ୍ରାଉଣ୍ଡ ରୂପେ ଗ୍ରହଣ କରିଛି। ଏଟିକେର ଘରୋଇ ଗ୍ରାଉଣ୍ଡ ହେଉଛି କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମ। ସେହିପରି ବେଙ୍ଗାଲୁରୁର ଘରୋଇ ଷ୍ଟାଡିୟମ ହେଉଛି ଶ୍ରୀକାନ୍ତେରଭା ଷ୍ଟାଡିୟମ। ଚେନ୍ନାଇର ଜବାହରଲାଲ ନେହରୁ ଷ୍ଟାଡିୟମ ହେଉଛି ଚେନ୍ନାଇନ୍‌ ଏଫ୍‌ସିର ଘରୋଇ ଦଳ। ଗୋଆ ଏଫ୍‌ସିର ହୋମ୍‌ ଗ୍ରାଉଣ୍ଡ ହେଉଛି ଫଟୋର୍ଦା ଷ୍ଟାଡିୟମ। ସେହିପରି ହାଇଦ୍ରାବାଦର ଘରୋଇ ଷ୍ଟାଡିୟମ ହେଉଛି ଗୋଛିବାଓ୍ବଲି ଷ୍ଟାଡିୟମ। ଜେଆରଡି ଷ୍ଟାଡିୟମ ହେଉଛି ଜାମ୍‌ସେଦପୁର ଏଫ୍‌ସି ଦଳରେ ହୋମ୍‌ ଗ୍ରାଉଣ୍ଡ। କୋଚିର ଜବାହରଲାଲ ନେହରୁ ଷ୍ଟାଡିୟମ ହେଉଛି କେରଳର ଗ୍ରାଉଣ୍ଡ। ମୁମ୍ବାଇ ଫୁଟବଲ ଷ୍ଟାଡିୟମ ହେଉଛି ମୁମ୍ବାଇ ସିଟି ଦଳର ଘରୋଇ ଷ୍ଟାଡିୟମ। ନର୍ଥଇଷ୍ଟ ୟୁନାଇଟେଡର ଘରୋଇ ଗ୍ରାଉଣ୍ଡ ହେଉଛି ଗୁଆହାଟୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ। ସେହିପରି ଓଡ଼ିଶା ଏଫ୍‌ସିର ଘରୋଇ ମ୍ୟାଚ୍‌ଗୁଡିକ ହୋମ ଗ୍ରାଉଣ୍ଡ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।
ଫୁଟବଲର ପ୍ରୋତ୍ସାହନ ଲାଗି ରାଜ୍ୟ ସରକାରଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ। ତେବେ ତୃଣମୂଳସ୍ତରରେ ଫୁଟବଲର ବିକାଶ ଲାଗି ଯୋଜନା କଲେ ଭଲ ହୁଅନ୍ତା। ଓଡ଼ିଶା ଏଫ୍‌ସି କୋଚ୍‌ ଯୋସେଫ ଗାମ୍ବାଉ ମଧ୍ୟ ଏ ନେଇ ଅନୁକୂଳ ମତ ପୋଷଣ କରିଛନ୍ତି। ଓଡ଼ିଶାରେ ପ୍ରତିଭାର ଚିହ୍ନଟ ଓ ବିକାଶ ନିମନ୍ତେ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ସ୍କୁଲ ଓ କଲେଜସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି। ମୋଟାମୋଟି ଉପରେ କହିବାକୁ ଗଲେ ଓଡ଼ିଶା ଏଫ୍‌ସି ଗଠନ ପରେ ରାଜ୍ୟରେ ଫୁଟବଲର ବିକାଶ ହେବା ସମ୍ଭାବନା ବଢ଼ିଛି। ଏ ଦିଗରେ ଦଳ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣା ପଡିବ।
ଓଡ଼ିଶା ଏଫସି ଦଳ: ଅଲବିନୋ ଗୋମ୍ସ, ଅଙ୍କିତ୍‌ ଭୂୟଁା, ଅର୍ସଦୀପ ସିଂ, ଫ୍ରାନ୍‌ସିସ୍କୋ ଦୋରେସେଁା, କାର୍ଲୋସ ଡେଲଗାଡୋ, ଲାଲ୍‌ଚୁଆନମାଇଓ୍ବା, ଗୌରବ ଦୋରା, ମହମ୍ମଦ ସାଜିଦ ଧୋତେ, ନାରାୟଣ ଦାସ, ରାଣା ଘରାମି (ନିଲମ୍ବିତ), ବିକ୍ରମଜିତ ସିଂ, ଦିଓ୍ବାନଡୋଉ ଡିଆଗ୍ନେ, ଜେରି ମାଓମିଙ୍ଗ୍‌ତାଙ୍ଗା, ମାର୍କୋସ ତେବର, ମାର୍ଟିନ ପେରେଜ, ଗୁଏଦୋସ, ନନ୍ଦ କୁମାର, ଶୁଭମ ଷଡ଼ଙ୍ଗୀ, ବିନୀତ ରାଏ, ଜିସ୍କୋ ହର୍ନାଣ୍ଡେଜ୍‌, ଅରିଦେନ ସାଣ୍ଟାନା ଓ ଡାନିଏଲ୍‌ ଲାଲହିମ୍ପୁଇଆ।

ଓଡ଼ିଶା ଏଫ୍‌ସି

ସଂକ୍ଷିପ୍ତ ନାମ: ଓଏଫ୍‌ସି
ସ୍ଥାପନ: ୨୦୧୪ ଜୁଲାଇ ୧୬,
ଦିଲ୍ଲୀ ଡାଇନାମସ ଏଫ୍‌ସି ନାମରେ
ହୋମ ଗ୍ରାଉଣ୍ଡ: କଳିଙ୍ଗ ଷ୍ଟାଡିୟମ
କାପାସିଟି: ୧୫,୦୦୦
ଲିଗ୍‌: ଇଣ୍ଡିଆନ ସୁପର
ଲିଗ୍‌ (ଆଇଏସ୍‌ଏଲ୍‌)
ହେଡ୍‌ କୋଚ୍‌: ଜୋସେଫ ଗାମ୍ବାଉ
ଆସିଷ୍ଟାଣ୍ଟ କୋଚ୍‌: ଥାଙ୍ଗବୋଇ ସିଙ୍ଗଟୋ
ଗୋଲକିପିଂ କୋଚ୍‌: ପଉ ରୋଭିରା କ୍ରୁଆ

ପ୍ରଫୁଲ୍ଲ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

ଆଜିଠୁ ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୧୩ା୭: ଏଥର ରଥରେ ପ୍ରବଳ ବର୍ଷିବ। ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ…

ପୂରଣ ହେଲା ଇରାନର ଇଚ୍ଛା! ଏମତି ଆଘାତ ଦେଲା ଆଣ୍ଠେଇବ ଆମେରିକା

ତେହରାନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଯଦି ଏହି ସଂଘର୍ଷ ଆହୁରି ଲମ୍ବିଥାଏ ତେବେ କ’ଣ ହେବ? ପଶ୍ଚିମ ଏସିଆରେ…

ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର କଲେ ଡାକ୍ତର, ଝିଅ କାନ୍ଦିକାନ୍ଦି ମା’ଙ୍କୁ କହିବା ପରେ…

ଜଗନ୍ନାଥପ୍ରସାଦ,୧୩ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଡାକ୍ତରୀ ବୃତ୍ତିରେ କଳଙ୍କ। ଭଗବାନଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତର ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri