ଓଡ଼ିଶାର ଗାଁ, ଆନ୍ଧ୍ରର ଜଣଙ୍କ ନାମରେ ୧୦୦ରୁ ଊର୍ଦ୍ଧ୍ୱ ପଟ୍ଟା

ପାତ୍ରପୁର,୮ା୧(ଡି.ଏନ୍‌.ଏ.): ପ୍ରାୟ ୨୦୦ ବର୍ଷ ତଳର ଗାଁ। ଏଠାରେ ପୁରାତନ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ପୋଖରୀ, ପକ୍କା ରାସ୍ତା, ପକ୍କା ଘର ଅଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଚାଲିଛି ା ହେଲେ ସ୍କୁଲ, ଗ୍ରାମ୍ୟ ରାସ୍ତା ଓ ୧୦୦ରୁ ଉର୍ଦ୍ଧ୍ୱ ପରିବାରର ପଟ୍ଟା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କ ନାମରେ ରହିଛି ା ଯଦ୍ଦ୍ବାରା ଗ୍ରାମବାସୀଙ୍କୁ କେତେକ କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଖମ୍ବାରିଗାଁ ପଞ୍ଚାୟତ ଅନ୍ତରସିଙ୍ଗିରେ। ୧୯୯୪ରେ ହୋଇଥିବା ସେଟେଲ୍‌ମେଣ୍ଟରେ ଏଭଳି ହୋଇଛି ବୋଲି ଜଣାପଡିବା ପରେ ଗ୍ରାମବାସୀ ଗଞ୍ଜାମ ଜିଲା ପ୍ରଶାସନକୁ ଭେଟି ସମସ୍ୟା ଜଣାଇବେ ବୋଲି ସୂଚନା ଦେଇଛନ୍ତି।
ଖମ୍ବାରିଗାଁ ପଞ୍ଚାୟତ ଅନ୍ତରସିଙ୍ଗି ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ଗ୍ରାମବାସୀ ପାନୀୟ ଜଳଠାରୁ ଆରମ୍ଭ କରି ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ସୁବିଧା ପାଉଛନ୍ତି। ହେଲେ ୧୦୦ରୁ ଊର୍ଦ୍ଧ୍ୱ ପରିବାରର ନିଜସ୍ବ ଘରର ପଟ୍ଟା ନାହିଁ। ଫଳରେ ଏମାନେ ଆବାସ ଯୋଜନାରେ ଘର, ଘରଭଙ୍ଗା ସହାୟତା ଏପରିକି ଛାତ୍ରୀଛାତ୍ରମାନେ ବିଭିନ୍ନ ପ୍ରମାଣପତ୍ର ଆଦି ପାଇଁ ହଇରାଣ ହେଉଛନ୍ତି। ତେଲୁଗୁ ଭାଷାବାଷୀ ଏହି ପରିବାରଗୁଡିକ ଘର ପଟ୍ଟା କାହା ନାମରେ ଅଛି, ତାହା ଜାଣି ନ ଥିଲେ ା କେତେଜଣ ଛାତ୍ରୀଛାତ୍ର ବିଭିନ୍ନ ପ୍ରମାଣପତ୍ର ପ୍ରସ୍ତୁତ କରିବା ନିମନ୍ତେ ପଟ୍ଟା ପାଇଁ ତହସିଲକୁ ଆସିଥିବା ବେଳେ ପଟ୍ଟା ଆନ୍ଧ୍ରର ଜଣେ ବ୍ୟକ୍ତିଙ୍କ ନାମରେ ଥିବା ଜାଣିବାକୁ ପାଇଥିଲେ। କେବଳ ଘର ନୁହେଁ, ଗାଁ ସ୍କୁଲଠାରୁ ଆରମ୍ଭ କରି ସର୍ବସାଧାରଣ ରାସ୍ତାର ପଟ୍ଟା ମଧ୍ୟ ଆନ୍ଧ୍ର ମସାଗାପୁର ବାଇଜାଗ୍‌ ଗ୍ରାମର ସେହି ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡ଼ିଥିଲା ା ଏ ନେଇ ଗ୍ରାମରେ ଏକ ବୈଠକ ଡକାଯାଇ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଭେଟିବାକୁ ଆଲୋଚନା କରାଯାଇଛି। ତହସିଲଦାର ଓ ଜିଲାପାଳଙ୍କୁ ଭେଟି ପଟ୍ଟା ନିଜ ନାଁରେ କରାଇବାକୁ ଜଣାଇବେ ବୋଲି ଗ୍ରାମର ବି. ଜେଜାରାଓ, ଏ. କେଶବରାଓ, ଜି. ନାରସିଙ୍ଗୁଲୁ, ଏମ୍‌. ତାତେୟା, ବି. ଜାମ୍ମାଲୁ, କେ. କାନ୍ତାମ୍ମା, ଡ଼ି. ଧର୍ମାରାଓ, କେ. ଲାଛମାୟା, ବି. ପ୍ରକାଶ, ଟି. ଲକ୍ଷ୍ମୀ, ଏମ୍‌. ଗୁନ୍ନା, ପି. ଡ଼ାଲେୟା, ପି. ଖଗନାଥ, ଡ଼ି. ଡ଼ାଲାମ୍ମା, ଅର୍ଜୁନ ମହାନ୍ତି, ଜି. ଗୌରାମ୍ମା, ବି. ଏରାୟା ପ୍ରମୁଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ପାତ୍ରପୁର ତହସିଲଦାର ଡ. ଶ୍ରୀନିବାସ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୯୯୪ରେ ହୋଇଥିବା ସେଟେଲ୍‌ମେଣ୍ଟରେ ସମ୍ପୃକ୍ତ ଆନ୍ଧ୍ର ବ୍ୟକ୍ତି ଜଣଙ୍କ ନାମରେ ରୟତ ପଟ୍ଟା ଅଛି। ଏହା ଉପରେ ତହସିଲ କୌଣସି ହସ୍ତକ୍ଷେପ କରି ପାରିବନାହିଁ। ସେଟେଲ୍‌ମେଣ୍ଟ ବିଭାଗକୁ ଯାଇ ତଦନ୍ତ କଲେ ଜଣେ ବ୍ୟକ୍ତିଙ୍କ ନାମରେ କିଭଳି ଏତେ ପରିମିତ ସରକାରୀ ଓ ଘରବାରି ପଟ୍ଟା ହେଲା, ତାହା ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri