ଓଡ଼ିଶାକୁ ୩ କାୟାକଳ୍ପ ପୁରସ୍କାର

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଶାକୁ ୩ଟି କାୟାକଳ୍ପ ପୁରସ୍କାର ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ରାୟଗଡ଼ା ପ୍ରଥମ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଦ୍ୱିତୀୟ ପୁରସ୍କାର ଲାଭ କରିଛି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ କନ୍‌ଭେନ୍‌ଶନ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ଉତ୍ସବରେ ଯୋଗଦେଇ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ବିଭାଗୀୟ ସଚିବ ପ୍ରୀତି ସୁଦାନ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମନୋଜ ଜିଲାନୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଡାକ୍ତରଖାନାର ସ୍ବଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିବର୍ଷ ଜିଲା, ସବ୍‌ଡିଭିଜନ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୧୪ ମସିହାରୁ ଏହି ପୁରସ୍କାର ଆରମ୍ଭ ହୋଇଥିଲା। ପୂର୍ବରୁ ୬ଟି ବିଭାଗ ଯଥା ଡାକ୍ତରଖାନା ସୁପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଏବଂ ହାଇଜେନିକ୍‌ ପ୍ରମୋଶନ ଆଦି ବର୍ଗରେ ପୁରସ୍କାର ଦିଆଯାଉଥିବାବେଳେ ପ୍ରଥମ ଥର ପାଇଁ ୨୦୧୮-୧୯ ବର୍ଷରେ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ଏଥିରେ ସାମିଲ କରାଯାଇଛି। ୨୦୧୮-୧୯ ମସିହାରେ ଓଡ଼ିଶାର ୬ଟି ଜିଲା ମୁଖ୍ୟ ଚିକିତ୍ସାଳୟ, ୫ଟି ଉପଖଣ୍ଡ ଚିକିତ୍ସାଳୟ, ୪୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୮୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇବା ପାଇଁ ରାଜ୍ୟସ୍ତରରେ ମନୋନୀତ ହୋଇଥିଲେ। ଓଡ଼ିଶା ତରଫରୁ ଡା. ଶକ୍ତିବ୍ରତ ମହାନ୍ତି ରାୟଗଡା ପାଇଁ ପୁରସ୍କାର ଗ୍ରହଣ କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦ୍ଦେଶକ ଡା. ଅଶୋକ ପଟ୍ଟନାୟକ ଏବଂ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଡା. ପାର୍ଥ ପ୍ରତିମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶାର ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଡା. ବିଜୟ କୁମାର ସ୍ବାଇଁ ଏବଂ ଡା. ମନୋରଞ୍ଜନ ମହାପାତ୍ର ଏହି ଉତ୍ସବରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଭାଜପାକୁ କଟାକ୍ଷ କଲେ ପାଣ୍ଡିଆନ

ଭୁବନେଶ୍ୱର,୭।୫:ଭାଜପାର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବାବେଳେ ପୁଣି ଏହି ପ୍ରସଙ୍ଗକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି କାର୍ତ୍ତିକ...

ନବୀନଙ୍କ ଆସନରେ ପ୍ରଚାର କଲେ ପାଣ୍ଡିଆନ, କହିଦେଲେ ଏମିତି…

ଭୁବନେଶ୍ୱର,୭।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ମଙ୍ଗଳବାର ହିଞ୍ଜିଳିରେ ଜୋରଦାର ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ...

ମିଛ ମାନିଫେଷ୍ଟୋକୁ ନେଇ ବର୍ଷିଲା ବିଜେଡି, କହିଲେ ଭୂଆଁ ବୁଲାଉଛି…

ଭୁବନେଶ୍ୱର,୭।୫: ଭାଜପାର ସୋମବାର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ କରିଛି ବିଜେଡି । ରାଜ୍ୟ ଭାଜପାର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା...

କଳାହାଣ୍ଡି ସ୍ବାଧୀନ ଏମ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭବାନୀପାଟଣା,୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କୁ କେତେକ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନରେଶ...

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri