ଓଡ଼ିଶାକୁ ଆଇଏମ୍‌ଏଫ୍‌ ଟିମ୍‌ର ପ୍ରଶଂସା: ‘ରାଜ୍ୟର ଆର୍ଥିକ ସଂସ୍କାର ବିକାଶମୂଳକ’

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଓଡ଼ିଶାର ଆର୍ଥିକ ସଂସ୍କାର ଦିଗ ଠିକ୍‌ ଏବଂ ବିକାଶମୂଳକ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଟିମ୍‌ ମତ ରଖିଛନ୍ତି। ସୋମବାର ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସରକାରୀ ପାଣ୍ଠି ପରିଚାଳନା(ପିଏଫ୍‌ଏମ୍‌) ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଟିମ୍‌ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଏସିଆ-ପ୍ରଶାନ୍ତ ଅଞ୍ଚଳର ଉପନିର୍ଦ୍ଦେଶକ ଆନେ ମାରିଏ ଗୁଲ୍‌ଡେ ଯୋଗଦେଇ କହିଛନ୍ତି ଯେ, ଆର୍ଥିକ ସଂସ୍କାର କ୍ଷେତ୍ରରେ ଓଡିଶା ଏକ ସକ୍ରିୟ ରାଜ୍ୟ। ଏଠାରେ ଉତ୍ତମ ଆର୍ଥିକ ସଂସ୍କାର ଓ ପରିଚାଳନା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ବୈଷୟିକ ପ୍ରସ୍ତୁତି ଏବଂ ପ୍ରଶାସନିକ ନିଷ୍ଠା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ଉଲ୍ଲେଖନୀୟ। ଏହି ଅବସରରେ ଦକ୍ଷିଣ-ଏସିଆ ତାଲିମ ଏବଂ ବୈଷୟିକ ସହାୟତା କେନ୍ଦ୍ରର ନିର୍ଦ୍ଦେଶକ ସୁଖଓ୍ବିନ୍ଦର ସିଂ କହିଛନ୍ତି, ଆର୍ଥିକ ପରିଚାଳନା ସମ୍ବନ୍ଧୀୟ ବିଷୟ କାର୍ଯ୍ୟକାରୀ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡିଶା କାର୍ଯ୍ୟାନ୍ବୟନ ପଦ୍ଧତି ଜାତୀୟ ସ୍ତରରେ ଏକ ଆଦର୍ଶ। ଅନ୍ୟ ରାଜ୍ୟଗୁଡିକ ଲାଗି ଏହା ଅନୁକରଣୀୟ ବୋଲି ସୁଖଓ୍ବିନ୍ଦର କହିଛନ୍ତି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଛନ୍ତି, ଲକ୍ଷ୍ୟଭିତ୍ତିକ ବଜେଟ୍‌ ପ୍ରସ୍ତୁତି ଏବଂ ଆର୍ଥିକ ପରିଚାଳନା ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ ଲାଗି ଅର୍ଥ ବିଭାଗ ଯୋଜନା ପ୍ରସ୍ତୁତ କରିବନାହିଁ। ଅର୍ଥ ବିଭାଗ କେବଳ ସମସ୍ତ ବିଭାଗଗୁଡିକ ଲାଗି ଆପାତତଃ ଆର୍ଥିକ ସୀମା ଜଣାଇଦେବେ। ବିଭାଗଗୁଡିକ ନିଜର ଅଗ୍ରାଧିକାର ବିଷୟ ନିର୍ଦ୍ଧାରଣକରି ତଦନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଓ ପରିଯୋଜନା ପାଇଁ ଅର୍ଥ ଆବଣ୍ଟନ କରିବେ ବୋଲି ମୀନା କହିଛନ୍ତି। ରାଜ୍ୟର ଆର୍ଥିକ ବିଷୟ ସମ୍ପର୍କରେ ସମୀକ୍ଷା କରି ମୀନା କହିଛନ୍ତି, ରାଜ୍ୟର ବଜେଟ୍‌ ୨୦୦୧-୦୨ ମସିହାରେ ୧୮,୫୧୨.୫୨ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହା ୧୮ଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ଓଡିଶା ଏକ ବଳକା ରାଜସ୍ବ ରାଜ୍ୟରେ ପରିଣତ ହୋଇଛି। ୨୦୦୧-୦୨ ଆର୍ଥିକ ବର୍ଷରେ ରାଜସ୍ବ ନିଅଣ୍ଟ ସମୁଦାୟ ଘରୋଇ ଉତ୍ପାଦନର ବିଯୁକ୍ତ ୫.୪୮ପ୍ରତିଶତ ଥିଲା। ୨୦୧୯-୨୦ରେ ଏହା ବଳକା ୧.୨୫ଶତକଡା ରାଜସ୍ବ ହାସଲ କରିଛି। ରାଜ୍ୟ ଋଣଭାର ସମୁଦାୟ ଘରୋଇ ଉତ୍ପାଦନର ୪୬.୪୮ଶତକଡାରୁ ହ୍ରାସ ପାଇ ଚଳିତ ଆର୍ଥିକବର୍ଷ ସୁଦ୍ଧା ୧୯.୭ ଶତକଡାରେ ପହଞ୍ଚିଛି। ଭିତ୍ତିଭୂମି ବିକାଶ ନିମନ୍ତେ ପୁଞ୍ଜି ବିନିଯୋଗ ୧.୭୨ଶତକଡାରୁ ବୃଦ୍ଧି ପାଇ ଚଳିତବର୍ଷ ସମୁଦାୟ ଘରୋଇ ଉତ୍ପାଦନର ୪.୫୩ ଶତକଡାରେ ପହଞ୍ଚିଛି ବୋଲି ମୀନା କହିଛନ୍ତି। ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ଓଡିଶା ଆଇଏମ୍‌ଏଫ୍‌ର ନୂଆଦିଲ୍ଲୀସ୍ଥିତ ଏସିଆ-ପ୍ରଶାନ୍ତ ଅଞ୍ଚଳର ତାଲିମ ବୈଷୟିକ ସହାୟତା କେନ୍ଦ୍ର ସହ ମିଳିତଭାବେ କାର୍ଯ୍ୟ କରିବାକୁ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri