Posted inଫୁରସତ

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତର ନାଥ ଶ୍ରୀଜଗନ୍ନାଥ। ତାଙ୍କ ରୂପ ଯେମିତି ସୁନ୍ଦର, ମହିମା ବି ସେମିତି ବିଶ୍ୱବିଖ୍ୟାତ। ଖାସ୍‌ ସେଇଥିପାଇଁ ତ ତାଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଭକ୍ତଗଣ ବଡ଼ଦେଉଳକୁ ଧାଇଁ ଆସନ୍ତି। ତାଙ୍କ ଦେଉଳ ଅର୍ଥାତ୍‌ ପୁରୀର ଜଗନ୍ନାଥ ମନ୍ଦିର କଥା କାହାକୁ ବା ଅଗୋଚର! ହେଲେ ଜାଣନ୍ତି କି ପୁରୀର ଜଗନ୍ନାଥ ମନ୍ଦିର ପରି ଓଡ଼ିଶା ବାହାରେ ବି ଅନେକ ସ୍ଥାନରେ ଏମିତି ଜଗନ୍ନାଥ ମନ୍ଦିର ଅଛି, ଯେଉଁଠି ପୂଜା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର ଆଉ ଭଗିନୀ ସୁଭଦ୍ରା…

ହାଇଦ୍ରାବାଦ ଜଗନ୍ନାଥ ମନ୍ଦିର: ହାଇଦ୍ରାବାଦର ବଞ୍ଜାରା ହିଲ୍ସ ନିକଟରେ ଅଛି ଏକ ଜଗନ୍ନାଥ ମନ୍ଦିର, ଯାହା ୨୦୦୯ରେ ନିର୍ମିତ ହୋଇଥିବା ସୂଚନା ରହିଛି। କୁହାଯାଏ, ହାଇଦ୍ରାବାଦରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟ ଲୋକମାନଙ୍କର ମିଳିତ ସହଯୋଗରେ ଏହି ମନ୍ଦିରଟି ନିର୍ମିତ ହୋଇଛି। ସେହିପରି ପୁରୀ ଜଗନ୍ନାଥ ମନ୍ଦିରର କିଛିଟା କାରୁକାର୍ଯ୍ୟକୁ ଅନୁକରଣ କରି ଉକ୍ତ ମନ୍ଦିରକୁ ନିର୍ମାଣ କରାଯାଇଛି ବୋଲି ଅନେକେ ମତ ଦେଇଥାଆନ୍ତି। ବିଶେଷକରି ଏହି ମନ୍ଦିରର ଶିଖରଟି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ସ୍ୟାଣ୍ଡଷ୍ଟୋନ୍‌ରେ ନିର୍ମିତ ଉକ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବ୍ୟତୀତ ମା’ଲକ୍ଷ୍ମୀ, ଦେବ ଦେବ ମହାଦେବ, ଗଣେଶ, ହନୁମାନ, ନବଗ୍ରହ ଇତ୍ୟାଦି ଦେବଦେବୀଙ୍କୁ ପୂଜା କରାଯାଉଥିବା ଦେଖିବାକୁ ମିଳିଥାଏ। ପ୍ରତିବର୍ଷ ରଥଯାତ୍ରା ବି ଏଠାରେ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଦର୍ଶକଙ୍କର ବେଶ୍‌ ଭିଡ଼ ଜମିଥାଏ।

ରାଞ୍ଚତ୍ ଜଗନ୍ନାଥ ମନ୍ଦିର: ସୂଚନାନୁଯାୟୀ, ରାଞ୍ଚତ୍ସ୍ଥିତ ଜଗନ୍ନାଥ ମନ୍ଦିରକୁ ବରକାଗଡ଼ ଜଗନ୍ନାଥପୁରର ରାଜା ଠାକୁର ଅନି ନାଥ ଶାହଦେଓ ୧୬୯୧ ମସିହାରେ ନିର୍ମାଣ କରାଇଥିଲେ। ଏହା ସ୍ଥାନୀୟ ଏକ ପାହାଡ଼ ଉପରେ ନିର୍ମିତ ହୋଇଥିଲା। କିନ୍ତୁ ୧୯୯୦ ମସିହା ବେଳକୁ ଏହି ମନ୍ଦିରଟି ଭାଙ୍ଗିଗଲା। ଏହାପରେ ଉକ୍ତ ମନ୍ଦିରକୁ ପୁନରୁଦ୍ଧାର କରିବା ପାଇଁ ସେତେବେଳର ବିହାର ସରକାର ଓ କେତେଜଣ ବିଶିଷ୍ଟ ସହୃଦୟ ବ୍ୟକ୍ତି ଆଗେଇ ଆସିଥିଲେ। ଏଣୁ ୧୯୯୨ ମସିହାରେ ଏହି ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ନୂତନ ଭାବେ ନିର୍ମିତ ଉକ୍ତ ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ପୁରୀ ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ସହ ସାମାନ୍ୟ ସାମଞ୍ଜସ୍ୟ ରହିଛି। ଅନ୍ୟପକ୍ଷେ ପୁରୀ ଭଳି ବି ଏଠାରେ ପ୍ରତିବର୍ଷ ରଥଯାତ୍ରା ବେଶ୍‌ ଜାକଜମକରେ ଅନୁଷ୍ଠିତ ହୋଇଥାଏ। ତେବେ ପାହାଡ଼ ଉପରେ ନିର୍ମିତ ହୋଇଥିବାରୁ ଭକ୍ତମାନେ ଚାହିଁଲେ ଏଠାକୁ ନିର୍ମିତ ହୋଇଥିବା ପାହାଚରେ ଚଢି ଚଢି ଯାଇପାରିବେ। ସେହିପରି ପାହାଡ଼ ଉପରକୁ ଗାଡ଼ିରେ ବସି ଯିବାର ସୁବିଧା ମଧ୍ୟ ରହିଛି।

ଚେନ୍ନାଇସ୍ଥିତ ଜଗନ୍ନାଥ ମନ୍ଦିର: ଚେନ୍ନାଇସ୍ଥିତ ରେଡ୍ଡି କୁପ୍ପମ୍‌ ରୋଡଠାରେ ଥିବା ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ବି ବେଶ୍‌ ଆକର୍ଷଣୀୟ। ପୁରୀ ଜଗନ୍ନାଥ ମନ୍ଦିର ସହିତ ମଧ୍ୟ ଏହି ମନ୍ଦିରର ଅନେକ ସାମଞ୍ଜସ୍ୟ ରହିଛି। ପୁରୀ ମନ୍ଦିରରେ ଯେମିତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ନିମ୍ବକାଠରେ ନିର୍ମାଣ କରାଯାଇଥାଏ, ଠିକ୍‌ ସେମିତି ଚେନ୍ନାଇରେ ଥିବା ଜଗନ୍ନାଥ ମନ୍ଦିରରେ ନିମ୍ବକାଠରେ ନିର୍ମିତ ବିଗ୍ରହମାନଙ୍କୁ ପୂଜା କରାଯାଇଥାଏ। ଏହି ତିନି ବିଗ୍ରହଙ୍କ ବ୍ୟତୀତ ଏଠାରେ ଦେବ ଦେବ ମହାଦେବ, ଗଣେଶ, ମା’ ବିମଳାଙ୍କୁ ବି ପୂଜା କରାଯାଇଥାଏ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ଧୁମ୍‌ଧାମ୍‌ରେ ରଥଯାତ୍ରା ପାଳନ କରାଯାଏ। କିନ୍ତୁ ପୁରୀରେ ତିନି ବିଗ୍ରହଙ୍କର ତିନୋଟି ରଥ ନିର୍ମାଣ ହେଉଥିବାବେଳେ ଏଠାରେ ଗୋଟିଏ ରଥ ନିର୍ମାଣ ହୋଇଥାଏ, ତାହା ପୁଣି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ରଥ, ଯାହାକୁ କାଠ ଓ ରଙ୍ଗିନ କପଡ଼ାରେ ସୁସଜ୍ଜିତ କରିଦିଆଯାଇଥାଏ।

ଓଡିଶା ବାହାରେ କେବଳ ଏହି ତିନୋଟି ସ୍ଥାନରେ ନୁହେଁ, ଅହମ୍ମଦାଦାଦ୍‌, ବାଙ୍ଗାଲୋର୍‌, ଦିଲ୍ଲୀ, ନୁଆ ମୁମ୍ବାଇ, ରାଜସ୍ଥାନର ଅଲଓ୍ବାର୍‌, ପଶ୍ଚିମବଙ୍ଗର ମିଦନାପୁରଠାରେ ବି ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri