Posted inରାଜ୍ୟ

ଓଡ଼ିଶା ଜର୍ନାଲିଜମ୍‌ ଆଓ୍ବାର୍ଡ-୨୦୧୯: ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ପାଇକରାୟ ସମ୍ମାନିତ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟରେ ଭାରତର ସ୍ବାତନ୍ତ୍ର୍ୟ ରହିଛି। ଆମ ଦେଶରେ ସୁପ୍ରିମ୍‌କୋର୍ଟ ପରି ନ୍ୟାୟାଳୟ ଥିବାବେଳେ ଗଣମାଧ୍ୟମ ପରି ଜାଗ୍ରତ ପ୍ରହରୀ ମଧ୍ୟ ରହିଛି। ଆମ୍ଭେମାନେ ଗଣମାଧ୍ୟମ ସହିତ ଜଡ଼ିତ ରହି ଠିକ୍‌ କଥାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ। ଆଉ ଏହି କାର୍ଯ୍ୟ ଓଡ଼ିଶାରେ ଠିକ୍‌ ଭାବେ ହେଉଛି। ଓଡ଼ିଶାବାସୀ ଦେଶର ଉନ୍ନତିରେ ମୁଖ୍ୟ ପୁରୋଧା ସାଜିଛନ୍ତି। ପ୍ରତିକ୍ଷେତ୍ରରେ ଏବେ ଓଡ଼ିଶାର ନାଁ ରହିଛି। ସାମ୍ବାଦିକତା ଦିଗରେ ମଧ୍ୟ ଓଡ଼ିଶା ଅଗ୍ରଗତି କରିଛି ବୋଲି ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ ପ୍ରଦାନ ଉତ୍ସବରେ ପ୍ରସାର ଭାରତୀର ଚେୟାରମ୍ୟାନ ଏ. ସୂର୍ଯ୍ୟ ପ୍ରକାଶ କହିଛନ୍ତି।
ପଲ୍ଲିବାଣୀ ମିଶନ ପକ୍ଷରୁ ଶନିବାର ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁଶନ କ୍ଲବ ସ୍ପିକର ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୂର୍ଯ୍ୟ ପ୍ରକାଶ କହିଲେ, ଏବେ ସାମ୍ବାଦିକତାରେ ଡିଜିଟାଲ ମିଡିଆ ଏକ ନୂଆ ଯୁଗ ଭାବେ ଉଭା ହୋଇଛି। ଏଥିରେ ସମସ୍ତଙ୍କୁ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି। ଡିଜିଟାଲ ମିଡିଆ ଦ୍ୱାରା ଏବେ ସବୁ ଖବର କ୍ଷଣକେ ଜାଣି ହେଉଛି। ସାମାଜିକ ଗଣମାଧ୍ୟମ ଏହାର ପ୍ରସାରପ୍ରଚାରରେ ଅଧିକ କାମରେ ଆସୁଛି। ତେଣୁ ଗଣମାଧ୍ୟମ ପ୍ରତିନିଧି ଅଧିକରୁ ଅଧିକ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ ଓଡ଼ିଶାର ଏକମାତ୍ର ଇଂଲିଶ ଦୈନିକ ଖବରକାଗଜ ‘ଓଡ଼ିଶା ପୋଷ୍ଟ’କୁ ସଂସ୍ଥାଭାବେ ଏବଂ ‘ଧରିତ୍ରୀ’ର ଖବରଦାତା ସସ୍ମିତା ପାଇକରାୟଙ୍କୁ ସାଂସ୍କୃତିକ ଖବରଦାତା ରୂପେ ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ ମିଳିଛି। ଓଡିଶା ପୋଷ୍ଟ ପକ୍ଷରୁ ଖବରଦାତା ଚୈତାଳି ସୋମ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏଥିସହିତ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ବିରୂପାକ୍ଷ ତ୍ରିପାଠୀ, ଅର୍ଦ୍ଧେନ୍ଦୁ ଦାସ, ଅରବିନ୍ଦ ଦାସ, ଧୀରେନ୍ଦ୍ର ନାରାୟଣ ମିଶ୍ର, ସମ୍ବିତ ସାହୁ, ସୌଭାଗ୍ୟ ସୁନ୍ଦରରାୟଙ୍କୁ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ୨୩ବର୍ଷ ଧରି ନିୟମିତ ଭାବେ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ପତ୍ରିକା ‘ପଲ୍ଲୀବାଣୀ’ର ଏକ ସ୍ବତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ପିଆଇବି ଡିଜି ସିତାଂଶୁ କର, କବି ଓ କୂଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ, ୟୁଜିସି ସଦସ୍ୟା ଡ. ମନୀଷା ଯାଦବ, ପଲ୍ଲିବାଣୀ ମିଶନ ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଓଡ଼ିଆ ଓ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଓ ପରିଚୟ ହାସଲ କରିଥିବା ସାମ୍ବାଦିକଙ୍କୁ ପ୍ରତିବର୍ଷ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri