Posted inଖେଳ

ଓଡ଼ିଶା ଏଫ୍‌ସି ଦଳରେ ବୋଡୋ, ପ୍ରେମଜିତ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ସପ୍ତମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫସି ଦଳରେ ସାମିଲ ହୋଇଛନ୍ତି ଆସାମର ବୋରିଙ୍ଗଦାଓ ବୋଡୋ ଓ ମଣିପୁରର ଲୈସରାମ ପ୍ରେମଜିତ ସିଂ। ଉଭୟ ଖେଳାଳିଙ୍କ ସହ ଓଏଫସି ଗୁରୁବାର ଚୁକ୍ତି କରିଛି। ୨୦ ବର୍ଷୀୟ ବୋଡୋ ପୂର୍ବରୁ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ୍‌ ଏଫସି ପକ୍ଷରୁ ଆଇଏସଏଲ ଖେଳିବାର ଅଭିଜ୍ଞତା ରଖିଛନ୍ତି ଏବଂ ଇଣ୍ଡିଆନ ୟୁଥ୍‌ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। କ୍ୟାରିୟରରେ ବେଙ୍ଗାଲୁରୁ ୟୁନାଇଟେଡ, ଗୋକୁଳମ କେରଳ, ମିନର୍ଭା ପଞ୍ଜାବ ସହିତ ଖେଳି ସାରିଥିବା ଏହି ଆସାମ ଓ୍ବିଙ୍ଗର ଏବେ ଓଏଫସି ସହିତ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଭିତ୍ତିକ କ୍ଲବ ଓଏଫସି ସହିତ ୪ ବର୍ଷ ପାଇଁ ଚୁକ୍ତବଦ୍ଧ ହୋଇଥିବା ୧୮ ବର୍ଷୀୟ ପ୍ରେମଜିତ ପୂର୍ବରୁ ଆଇ-ଲିଗ୍‌ରେ ମଣିପୁରର ଟ୍ରାଉ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଉଭୟ ପ୍ରେମଜିତ ଓ ବୋଡୋଙ୍କୁ ସ୍ବାଗତ କରିଛନ୍ତି ଓଏଫସି ସଭାପତି ରୋହନ ଶର୍ମା। ”ପ୍ରେମଜିତଙ୍କ ଭବିଷ୍ୟତ ଉଜ୍ଜ୍ୱଳ। ସେ ଯଦି ଦକ୍ଷତା ଅନୁସାରେ ଖେଳିବେ ତେବେ ଆମ ଦଳରେ ଥିବା ଜେରୀଙ୍କ ସମକକ୍ଷ ଓ୍ବିଙ୍ଗର ହୋଇପାରିବେ। ମାତ୍ର ୧୮ ବର୍ଷୀୟ ହୋଇଥିଲେ ହେଁ ତାଙ୍କ ସ୍ପିଡ୍‌ ପ୍ରଭାବଶାଳୀ। ଆଗାମୀ ୪ ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ହେବା ଆଶା ରହିଛି“ ବୋଲି ରୋହନ ପ୍ରକାଶ କରିଛନ୍ତି। ବୋଡୋ ଭାରତର ଶ୍ରେଷ୍ଠ ଯୁବ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ଏବେ ମଧ୍ୟ ସେ ସୁଯୋଗ ପାଇଲେ ଚମତ୍କାରିତା ଦେଖାଇବାର ଦକ୍ଷତା ରଖିଛନ୍ତି। ପ୍ରଦର୍ଶନର ଛାପ ଛାଡ଼ିବା ସହିତ ନିଜ ନାମକୁ ଚର୍ଚ୍ଚାରେ ରଖିବା ପାଇଁ ବୋଡୋ କଠିନ ପରିଶ୍ରମ କରିବା ଆଶା ରହିଛି ବୋଲି ରୋହନ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏଫସି ସହିତ ଚୁକ୍ତି କରି ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ପ୍ରେମଜିତ ଓ ବୋଡୋ। ”ଓଡ଼ିଶା ଏଫସି ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ସ୍ଥାପନ କରୁଛି। ମୋ ସହ ଚୁକ୍ତି ପାଇଁ ଏହି କ୍ଲବ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ଆନନ୍ଦିତ। ଏହି ଦଳ ପକ୍ଷରୁ ଆଇଏସଏଲ ଖେଳିବାକୁ ମୁଁ ପ୍ରସ୍ତୁତ। ପେସାଦାର କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଏହା ମୋ ଲାଗି ବଡ଼ ସୁଯୋଗ“ ବୋଲି ପ୍ରେମଜିତ କହିଛନ୍ତି। ” ମୁଁ ଅତ୍ୟନ୍ତ ଉତ୍ସାହିତ ଏବଂ ଓଡ଼ିଶା ଏଫସି ପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହିଁ। ମୋ ପ୍ରତି ବିଶ୍ୱାସସ୍ଥାପନ କରିଥିବାରୁ ମ୍ୟାନେଜମେଣ୍ଟକୁ ଧନ୍ୟବାଦ। ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେଉଥିବା ଏକ ଦଳରେ ଯୋଗଦେଇଥିବାରୁ ମୁଁ ବହୁତ ଖୁସି। ଓଡ଼ିଆ ଦର୍ଶକଙ୍କ ସମ୍ମୁଖରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ର। ଆମ ଟିମ୍‌, ଆମ ଗେମ୍‌, ଆମ ଓଡ଼ିଶା“ ବୋଲି ବୋଡୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri