Posted inଖେଳ

ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌ ନେବାକୁ ଚାହାନ୍ତି ବକ୍ସଟର

ଭୁବନେଶ୍ୱର, ୨୪।୬(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍‌ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌କୁ ନେବା ତାଙ୍କ ଇଚ୍ଛା ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସର୍ବଦା ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇ ଆସିଛି। କ୍ଲବ ମାଲିକଙ୍କ ସମେତ କର୍ମକର୍ତ୍ତାଙ୍କ ଉଚ୍ଚାକାଂକ୍ଷା, ଅଭିଳାଷରେ ଖୁବ୍‌ ପ୍ରଭାବିତ ହୋଇଥିଲେ ନୂଆ କୋଚ୍‌ । ବିଶେଷ କରି କ୍ଲବ ସମ୍ପର୍କରେ ଧାରଣା ଏବଂ ଏହି ଦଳକୁ ଓଡ଼ିଶା ସରକାରଙ୍କ ସମର୍ଥନ ହିଁ କୋଚ୍‌ ହେବା ପାଇଁ ତାଙ୍କୁ ପ୍ରେରିତ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଜନିତ କଟକଣା ଯୋଗୁ ଏଠାକୁ ଆସିପାରୁ ନ ଥିବାରୁ ସେ ଦଳର ଖେଳାଳିଙ୍କ ସମ୍ପର୍କରେ ବିଶେଷ କିଛି କହିପାରି ନଥିଲେ ମଧ୍ୟ ନିଜ ଭୂମିକା ସମ୍ପର୍କରେ ଅବଗତ ଅଛନ୍ତି। ଦଳରେ କିଛି ଅଭିଜ୍ଞ ଖେଳାଳି ରହିବା ଜରୁରୀ। ଯୁବ ଖେଳାଳିମାନେ ସୁଯୋଗର ଭରପୂର ସଦୁପଯୋଗ କରିବା ନେଇ ଆଶାବାଦୀ ଅଛନ୍ତି ବକ୍ସଟର। ଇଣ୍ଡିଆନ ସୁପରଲିଗ୍‌କୁ ଦେଖିବା ଅବସରରେ ଏଥିରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିଙ୍କୁ ଜାଣିଛନ୍ତି ବୋଲି କହିଛନ୍ତି। କିଛି ଖେଳାଳିଙ୍କ ସହ ମଧ୍ୟ ସେ ପରିଚିତ ଅଛନ୍ତି। ଜାପାନ ଜେ-ଲିଗ୍‌ରେ ପ୍ରଥମ ବର୍ଷ କଟାଇଲାପରି ସେ ଭାରତୀୟ ଲିଗ୍‌ରେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଓଡ଼ିଶା ଏଫସି ଦଳରେ ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ। ଏହା କିପରି ଫଳାଫଳରେ ପରିଣତ ହେଉଛି ତାହା ଉପରେ ନଜର ରହିବ। ଜଣେ ପେସାଦାର କୋଚ୍‌ଭାବେ ଦଳକୁ ପ୍ଲେ-ଅଫ୍‌କୁ ନେବା ତାଙ୍କର ଇଚ୍ଛା। ପରେ ଟୁର୍ନାମେଣ୍ଟ ଜିତିବା ସମ୍ପର୍କରେ ଚିନ୍ତା କରାଯିବ। କାରଣ ବକ୍ସଟରଙ୍କ ମତରେ ଦଳ ୬ ନମ୍ବରରେ ରହିବା ଏବଂ ୧୦ ନମ୍ବରରେ ରହିବାରେ ବିଶେଷ ପ୍ରଭେଦ ନାହିଁ। ଓଡ଼ିଶା ଏଫସି ଏକ ଯୁବ ଦଳ ହୋଇଥିବାରୁ ଅଧିକ କିଛି କହି ହେବନାହିଁ। ବିଶେଷ କରି ଖେଳାଳିଙ୍କ ସହ ନ ମିଶିବା ପର୍ଯ୍ୟନ୍ତ ସେମାନଙ୍କ ମାନସିକ ଦୃଢ଼ତା କେତେ ରହିଛି, ସେମାନେ କେତେ ପ୍ରତିକ୍ରିୟାଶୀଳ ତାହା ନ ଜାଣି କିଛି କହିବା ଅସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଇଁ କଠିନ ସମୟ ଚାଲିଛି। ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ରହିବା ଜରୁରୀ। ଫୁଟବଲ ସିଜନ ଆରମ୍ଭ ପାଇଁ ସବୁଜ ସଙ୍କେତ ମିଳିଲେ ଆମେ ଓଡ଼ିଶା ଏଫସି ପାଇଁ କିଛି କରି ସମସ୍ତଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବୁ ବୋଲି ବକ୍ସଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri