ଓଡ଼ିଶା ଆସିବାକୁ ଚାହୁଁଥିଲେ ସରକାରୀ ପୋର୍ଟାଲରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ: ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟସୀମା ସରିବା ପରେ ଓଡ଼ିଶାକୁ ପ୍ରବାସୀ ଓଡ଼ିଆ ଫେରିବାର ଯଥେଷ୍ଟ ରହିଛି। ଯେହେତୁ ସେମାନେ ସଂକ୍ରମିତ ଦେଶ/ରାଜ୍ୟରୁ ଆସୁଥାଇ ପାରନ୍ତି ତେଣୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏନେଇ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।

ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ଅଧୀକ ସୂଚନା ଦେଇଛନ୍ତି ନିରଞ୍ଜନ କୁମାର ସିଂହ। ସେ କହିଛନ୍ତି, ଓଡ଼ିଶା ବାହାରେ ଯେଉଁ ଓଡ଼ିଆମାନେ ରହିଛନ୍ତି ଏବଂ ଯେଉଁମାନେ ରାଜ୍ୟକୁ ଫେରିବାକୁ ଅତି ବ୍ୟଗ୍ର ଅଛନ୍ତି, ସେମାନେ କିପରି ଫେରିବେ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମେ ସରକାରଙ୍କ ତରଫରୁ ସେମାନଙ୍କୁ ଆଶ୍ୱସ୍ତ କରାଯାଉଛି। ସେମାନଙ୍କର ସମସ୍ୟା ଏବଂ ବ୍ୟଗ୍ରତା ବିଷୟରେ ସରକାର ଚିନ୍ତିତ ଅଛନ୍ତି। ସମସ୍ତଙ୍କୁ ସରକାର ଓଡ଼ିଶା ଫେରିବାକୁ ସୁଯୋଗ ଦେବେ।

କେହି ଓଡ଼ିଶା ଆସିବାକୁ ଚାହୁଁଥିଲେ ତାଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ସେ ସହରାଞ୍ଚଳ ହେଉ ଅଥବା ଗ୍ରାମାଞ୍ଚଳ, ସମସ୍ତଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ଅଟେ। ସେଥିପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପୋର୍ଟାଲ https://covid19.odisha.gov.in/ କୁ ଯିବାକୁ ପଡ଼ିବ। ସବୁ ପଞ୍ଚାୟତରେ ନୋଡାଲ ଅଫିସର, ସହରର ବିଭିନ୍ନ ଓ୍ବାର୍ଡରେ ଓ୍ବାଡ୍‌ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସେମାନେ ରେଜିଷ୍ଟ୍ରେଶନ ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବେ। ପଞ୍ଜିକରଣ ପାଇଁ ତିନୋଟି ଉପାୟ ରହିଛି।

-ନିଜେ ନିଜର ପଞ୍ଜୀକରଣ କରିପାରିବେ।
-ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ପଞ୍ଜୀକରଣ କରାଇପାରିବେ।
-ପଞ୍ଚାୟତ ନୋଡାଲ ଅଫିସର/ଓ୍ବାର୍ଡ ନୋଡାଲ ଅଫିସରଙ୍କ ସହଯୋଗରେ ପଞ୍ଜୀକରଣ କରିପାରିବେ।

୨୪ ତାରିଖରୁ ଏହା ଆରମ୍ଭ ହୋଇଛି। ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ୧୪ ଦିନ ପଞ୍ଚାୟତ ଅଥବା ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ବାଧ୍ୟ। ଏହି ସମୟ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ସେ ସୁସ୍ଥ ଥାଆନ୍ତି ତେବେ ଘରକୁ ଫେରିବେ। ନଚେତ ପଜିଟିଭ୍‌ ଆସିଲେ ତାଙ୍କୁ ଚିିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri