ଓଡ଼ିଶା ଆସିବାକୁ ଚାହୁଁଥିଲେ ସରକାରୀ ପୋର୍ଟାଲରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ: ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟସୀମା ସରିବା ପରେ ଓଡ଼ିଶାକୁ ପ୍ରବାସୀ ଓଡ଼ିଆ ଫେରିବାର ଯଥେଷ୍ଟ ରହିଛି। ଯେହେତୁ ସେମାନେ ସଂକ୍ରମିତ ଦେଶ/ରାଜ୍ୟରୁ ଆସୁଥାଇ ପାରନ୍ତି ତେଣୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏନେଇ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।

ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ଅଧୀକ ସୂଚନା ଦେଇଛନ୍ତି ନିରଞ୍ଜନ କୁମାର ସିଂହ। ସେ କହିଛନ୍ତି, ଓଡ଼ିଶା ବାହାରେ ଯେଉଁ ଓଡ଼ିଆମାନେ ରହିଛନ୍ତି ଏବଂ ଯେଉଁମାନେ ରାଜ୍ୟକୁ ଫେରିବାକୁ ଅତି ବ୍ୟଗ୍ର ଅଛନ୍ତି, ସେମାନେ କିପରି ଫେରିବେ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମେ ସରକାରଙ୍କ ତରଫରୁ ସେମାନଙ୍କୁ ଆଶ୍ୱସ୍ତ କରାଯାଉଛି। ସେମାନଙ୍କର ସମସ୍ୟା ଏବଂ ବ୍ୟଗ୍ରତା ବିଷୟରେ ସରକାର ଚିନ୍ତିତ ଅଛନ୍ତି। ସମସ୍ତଙ୍କୁ ସରକାର ଓଡ଼ିଶା ଫେରିବାକୁ ସୁଯୋଗ ଦେବେ।

କେହି ଓଡ଼ିଶା ଆସିବାକୁ ଚାହୁଁଥିଲେ ତାଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ। ସେ ସହରାଞ୍ଚଳ ହେଉ ଅଥବା ଗ୍ରାମାଞ୍ଚଳ, ସମସ୍ତଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ଅଟେ। ସେଥିପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପୋର୍ଟାଲ https://covid19.odisha.gov.in/ କୁ ଯିବାକୁ ପଡ଼ିବ। ସବୁ ପଞ୍ଚାୟତରେ ନୋଡାଲ ଅଫିସର, ସହରର ବିଭିନ୍ନ ଓ୍ବାର୍ଡରେ ଓ୍ବାଡ୍‌ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସେମାନେ ରେଜିଷ୍ଟ୍ରେଶନ ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବେ। ପଞ୍ଜିକରଣ ପାଇଁ ତିନୋଟି ଉପାୟ ରହିଛି।

-ନିଜେ ନିଜର ପଞ୍ଜୀକରଣ କରିପାରିବେ।
-ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ପଞ୍ଜୀକରଣ କରାଇପାରିବେ।
-ପଞ୍ଚାୟତ ନୋଡାଲ ଅଫିସର/ଓ୍ବାର୍ଡ ନୋଡାଲ ଅଫିସରଙ୍କ ସହଯୋଗରେ ପଞ୍ଜୀକରଣ କରିପାରିବେ।

୨୪ ତାରିଖରୁ ଏହା ଆରମ୍ଭ ହୋଇଛି। ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ୧୪ ଦିନ ପଞ୍ଚାୟତ ଅଥବା ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାକୁ ବାଧ୍ୟ। ଏହି ସମୟ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ସେ ସୁସ୍ଥ ଥାଆନ୍ତି ତେବେ ଘରକୁ ଫେରିବେ। ନଚେତ ପଜିଟିଭ୍‌ ଆସିଲେ ତାଙ୍କୁ ଚିିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri