ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିସାରିଛି। ତେବେ କିଭଳି ଓଡ଼ିଆରେ ପଢ଼ାହେବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିକଟରେ ଏଆଇସିଟିଇ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଅଧ୍ୟକ୍ଷତା କରିଥିଲେ। ସେଥିରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା(ଆଇଓଏସ୍‌ଆର୍‌)ର ତତ୍ତ୍ୱାବଧାନରେ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବ। ଏ ନେଇ ଖୁବ୍‌ଶୀଘ୍ର ସଂସ୍ଥା ଏକ କମିଟି ଗଠନ କରି ଅନୁବାଦ କାମ ଆରମ୍ଭ କରିବ।

ତେବେ ଇଞ୍ଜିନିୟରିଂ ଟର୍ମଗୁଡ଼ିକରେ ବିଶେଷ ପରିବର୍ତ୍ତନ ନ ହୋଇ କେବଳ ସରଳ ଭାଷାରେ ଅନୁବାଦ ହେବ। ପଛୁଆ ଅଞ୍ଚଳର ପିଲାଙ୍କ ଇଞ୍ଜିନିୟର ହେବା ସ୍ବପ୍ନରେ ଯେପରି ଇଂଲିଶ୍‌ ବାଧକ ନ ହେବ, ସେଥିପାଇଁ ଏଭଳି ଏକ ଯୋଜନା କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଓଏସ୍‌ଆର୍‌ ଚେୟାରମ୍ୟାନ ଅବସର ବେଉରିଆ, ଉପାଧ୍ୟକ୍ଷ ପ୍ରଫେସର ନଟବର ଶତପଥୀ, ଡ. ସିପ୍ରା ମଲ୍ଲିକ, ସମ୍ପାଦକ ଡ. ସୁବ୍ରତ କୁମାର ପୃଷ୍ଟି, ବିପିୟୁଟି ପୂର୍ବତନ କୁଳପତି ପ୍ରଫେସର ଓମ୍‌କାର ନାଥ ମହାନ୍ତି, ଭିସୁଟ୍‌ କୁଳପତି ପ୍ରଫେସର ବଂଶୀଧର ମାଝୀ, ବିପିୟୁଟିର କରିକୁଲମ୍‌ ଡାଇରେକ୍ଟର ପ୍ରଫେସର ଡ. ଶିବ କୁମାର ମିଶ୍ର, ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅଜିତ କୁମାର ନାୟକ, ରାଜ୍ୟ ସରକାରଙ୍କ ସିଡିସି ଆଣ୍ଡ୍‌ ଏଫ୍‌ଡି ଡେପୁଟି ଡାଇରେକ୍ଟର ଡ. ମନୋରଞ୍ଜନ ସାମଲ ଏବଂ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)ର ଅବୈତନିକ ସମ୍ପାଦକ ବିନୋଦ ଦାସ ଯୋଗଦେଇଥିଲେ। ତେବେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନର ରୂପରେଖ ପ୍ରସ୍ତୁତ ଲାଗି ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ବୈଠକ ବସିବ ବୋଲି ସୂଚନା ମିଳିଛି। ଉକ୍ତ ବୈଠକରେ ମଧ୍ୟ ଏଆଇସିଟିଇର ଚେୟାରମ୍ୟାନ ଉପସ୍ଥିତ ରହିବେ। ଆସନ୍ତା ଶିକ୍ଷାବର୍ଷରୁ ଉର୍ଦ୍ଦୁ, ପଞ୍ଜାବୀ, ଅହମିୟା ଭାଷାରେ ମଧ୍ୟ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଏହି ନିଷ୍ପତ୍ତିକୁ ଓପେକା ସ୍ବାଗତ କରିଛି। ଏ ନେଇ ସଂଘର ଅବୈତନିକ ସମ୍ପାଦକ ବିନୋଦ ଦାସଙ୍କ କହିଛନ୍ତି, ଓଡ଼ିଆ ଭାଷାରେ ପାଠ ପଢ଼ାଗଲେ ଫାଙ୍କା ପଡୁଥିବା ଇଞ୍ଜିନିୟରିଂ ସିଟ୍‌ଗୁଡ଼ିକ ପୂରଣ ହୋଇପାରିବ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନକୁ ନୂଆ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆରେ ପଢ଼ାଇବା ବ୍ୟବସ୍ଥା ହେଲେ ପଛୁଆ ଅଞ୍ଚଳର ଛାତ୍ରୀଛାତ୍ର ବିଶେଷ ଲାଭପ୍ରଦ ହୋଇପାରିବେ। ପୂର୍ବରୁ ତାମିଲ, ତେଲୁଗୁ, ମାଲାୟଲମ୍‌, କନ୍ନଡ, ମରାଠୀ, ଗୁଜରାଟୀ, ବେଙ୍ଗଲୀ ଓ ହିନ୍ଦୀ ଭଳି ୮ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ାଯାଉଛି। ଏବେ ନବମ ଭାଷା ଭାବେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ। ତେବେ ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ୮୮ ଘରୋଇ ଓ ୮ ସରକାରୀ ଇଞ୍ଜିନିୟରିଂ କଲେଜ ରହିଛି। ପ୍ରତିବର୍ଷ ପ୍ରାୟ ୩୦ରୁ ୩୫ ହଜାର ଛାତ୍ରୀଛାତ୍ର ନାମ ଲେଖାଉଥିବାବେଳେ ପାଖାପାଖି ୧୦ ହଜାର ସିଟ୍‌ ଖାଲି ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ଶ୍ରେଣୀକୁ ୩ ଶିକ୍ଷକ: ପାଠପଢାରେ ବ୍ୟାଘାତ: ସ୍କୁଲ ଭିତରେ ଅଭିଭାବକଙ୍କ ଧାରଣା

ରୁପ୍ରା ରୋଡ, ୧୫।୭(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନସ୍ତ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଓ ଶିଶୁବାଟିକାକୁ ମିଶାଇ ମୋଟ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri